ଟ୍ରାକ୍ଟର ସହ ଧକ୍କା ଲାଗିଲା ମଧ୍ୟପ୍ରଦେଶରୁ ଅଯୋଧ୍ୟା ଆସୁଥିବା ଶ୍ରଦ୍ଧାଳୁଙ୍କ ବୋଲେରୋ, ୩ ମୃତ, ୮ ଆହତ

NEWS7
panchayat-grs-arrested-whaen-taking-percentage-of-fourteen-thousant-fo-pm-awash-yojana

ଅଯୋଧ୍ୟା ୧୧।୧୨: ଉତ୍ତରପ୍ରଦେଶ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ଏକ ବୋଲେରୋ ଗୁରୁବାର ସକାଳେ ଏକ ଟ୍ରାକ୍ଟରକୁ ଧକ୍କା ଦେଇଛି। ଫଳରେ ବୋଲେରୋରେ ଯାତ୍ରା କରୁଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଅଯୋଧ୍ୟାର ଭଦୋରସା କ୍ଷେତ୍ରରେ ହୋଇଥିବା ବେଳେ ସବୁ ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରୟାଗରାଜ ଜାତୀୟ ରାଜପଥରେ କଲ୍ୟାଣ ଭଦୋରସା ଗାଁ ପଡିଥାଏ। ଏହି ଗାଁ ନିକଟରେ ଦୁର୍ଘଟଣା ଘଟିଛି।

ମଧ୍ୟପ୍ରଦେଶ ରିଭା ରୁ ଦର୍ଶନ ନିମନ୍ତେ ଅଯୋଧ୍ୟା ଆସୁଥିବା ବେଳେ ବୋଲେରୋ ଅଚାନକ ଟ୍ରାକ୍ଟର ଟ୍ରଲି ସହ ଧକ୍କା ଲାଗିଥିଲା। ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ପୁରା ବୋଲେରୋଟି କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣଙ୍କୁ କୌଣସି ପ୍ରକାର ଦୁର୍ଘଟଣାଗ୍ରସ୍ତ ଗାଡିରୁ କାଢି ହସ୍ପିଟାଲ ପଠାଯାଇଛି। ଅଯୋଧ୍ୟା ଜିଲ୍ଲା ହସ୍ପିଟାଲରେ ଆହତଙ୍କ ଚିକିତ୍ସା ହେଉଛି।

ପୁରା କଲନ୍ଦର ଥାନା ଓଆଇସି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ହସ୍ପିଟାଲ ସହ ଯୋଗାଯୋଗ କରି ଆହତ ଯାତ୍ରୀଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ଏହି ଦୁର୍ଘଟଣା ଗୁରୁବାର ଭୋର ପ୍ରାୟ ୫ଟା ବେଳେ ହୋଇଛି। ମସୌଧା ଚିନି ମିଲରେ ଆଖୁ ଅନଲୋଡ କରି ଆସୁଥିବା ଟ୍ରାକ୍ଟର ସହ ତୀର୍ଥ ଯାତ୍ରୀଙ୍କ ବୋରେଲୋ ଧକ୍କା ଲାଗିଛି। ଦୁର୍ଘଟଣା ଖବର ମିଳିବାମାତ୍ରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତା ମୃତାହତ ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା।