ସତ ମାନିଲା ପାକିସ୍ତାନ, ଦେଶର ସୁରକ୍ଷିତ ନାହାନ୍ତି ଅଳ୍ପ ସଂଖ୍ୟକ

Published By : Prameya-News7 Bureau | June 24, 2024 IST

indiatoday

ନୂଆଦିଲ୍ଲୀ: ସତ ମାନିଲା ପାକିସ୍ତାନ। ଦେଶର ସୁରକ୍ଷିତ ନାହାନ୍ତି ଅଳ୍ପ ସଂଖ୍ୟକ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ ସୋମବାର ଏକଥା ସ୍ୱାକାର କରିଛନ୍ତି। ଧର୍ମ ନାଁରେ ଦେଶର ନିର୍ଦ୍ଦିଷ୍ଟ ଲୋକଙ୍କ ପ୍ରତି ହିଂସା କରାଯାଉଛି। ଏବଂ ପାକିସ୍ତାନ ସରକାର ସେମାନଙ୍କ ସୁରକ୍ଷା କରିବାରେ ଫେଲ ହୋଇଛି ବୋଲି ସୋମବାର ଖ୍ୱାଜା ଅସିଫ କହିଛନ୍ତି।

ମନ୍ତ୍ରୀ କହିଛନ୍ତି “ ପ୍ରତିଦିନ ସଂଖ୍ୟାଲଘୁଙ୍କୁ ହତ୍ୟା କରାଯାଉଛି। ପାକିସ୍ତାନରେ କୌଣସି ଧାର୍ମିକ ସଂଖ୍ୟାଲଘୁ ସୁରକ୍ଷିତ ନୁହଁନ୍ତି। ଏମିତିକି ଅଳ୍ପ ସଂଖ୍ୟକ ମୁସଲମାନ ମଧ୍ୟ ସୁରକ୍ଷିତ ନୁହଁନ୍ତି।”ପାକିସ୍ତାନ ସଂସଦରେ ଖ୍ୱାଜା ଅସିଫ ଏପରି କହିଥିବା ଡନ୍ ନ୍ୟୁଜ ଖବର ପ୍ରକାଶ କରିଛି। 

ଧର୍ମ ଆଳରେ ହିଂସା ଘଟଣାରେ ନିକଟରେ ପାକିସ୍ତାନରେ ଘଟିଥିବା ଭିଡ଼ ହିଂସା ଘଟଣାକୁ ଶେହବାଜ ସରିଫଙ୍କ ମେଣ୍ଟ ସରକାର ନିନ୍ଦା କରିଛନ୍ତି। ଏନେଇ ସଂସଦରେ ନିନ୍ଦା ପ୍ରସ୍ତାବ ମଧ୍ୟ ଆଗତ ହୋଇଥିଲା। ଏହା ଚିନ୍ତାର ବିଷୟ ଓ ଦେଶ ପାଇଁ ଲଜ୍ଜାଜନକ ବୋଲି କହିବା ସହ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ସଂକଳ୍ପ ପତ୍ର ଆଣିବାକୁ କହିଥିଲେ। ଏକାଧିକ ଲୋକଙ୍କର ଧାର୍ମିକ ନିନ୍ଦା ଘଣାରେ କୌଣସି ସମ୍ପର୍କ ନଥିଲେ ବି ବ୍ୟକ୍ତିଗତ ଶତ୍ରୁତା ରଖି ଟାର୍ଗେଟ୍ କରାଯାଉଛି।

ଆସିଫ ଆହୁରି କହିଛନ୍ତି “ଆମ ସଂଖ୍ୟାଲଘୁ ଭାଇ ଓ ଭଉଣୀଙ୍କ ନିରାପତ୍ତାକୁ ନିଶ୍ଚିତ କରିବାକୁ ପଡ଼ିବ। ବହୁସଂଖ୍ୟକ ଭଳି ସେମାନଙ୍କର ବି ଏହି ଦେଶରେ ବଞ୍ଚିବାରେ ସମାନ ଅଧିକାରରେ ଅଛି। ପାକିସ୍ତାନ ସମସ୍ତ ପାକିସ୍ତାନୀଙ୍କର, ସେମାନେ ମୁସଲମାନ, ଖ୍ରୀଷ୍ଟିଆନ, ଶିଖ କିମ୍ବା ଅନ୍ୟ କୌଣସି ଧର୍ମର ହୁଅନ୍ତୁ। ଆମ ସମ୍ବିଧାନରେ ଅଳ୍ପ ସଂଖ୍ୟାକଙ୍କର ସୁରକ୍ଷାର ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ଦେଇଥାଏ।”

ସଂସଦରେ ହୋହଲ୍ଲା ଭିତରେ ଶେହବାଜ ସରକାର ସଂକଳ୍ପପତ୍ର ଆଗତ କରିପାରି ନଥିଲେ। ଇମ୍ରାଖାନଙ୍କ ଦଳ ପାକିସ୍ତାନ ତେହରୀକ ଏ ଇନ୍‌ସାଫ ଦଳର ସାଂସଦଙ୍କ ହୋହଲ୍ଲା ଯୋଗୁ ସଂସଦ ଗୃହ ମୁଲତବୀ ରହିଥିଲା। 

ସୂଚନା ଥାଉକି ପାକିସ୍ତାନରେ ଧାର୍ମ ନିନ୍ଦା ଅପରାଧ ପାଇଁ ମୃତ୍ୟୁ ଦଣ୍ଡ ପର୍ଯ୍ୟନ୍ତ କଡ଼ା ନିୟମ ରହିଛି। ଇସ୍‌ଲାମ ପ୍ରଫେଟ ମହମ୍ମଦ ଓ ପବୀତ୍ର କୁରାନର ନିନ୍ଦା କଲେ କଠୋର ଦଣ୍ଡ ରହିଛି। ଏହି ଆଇନ ବଳରେ ଖ୍ରୀଷ୍ଟିଆନ, ହିନ୍ଦୁ ଏବଂ ଶିକ୍ଷଙ୍କ ସମେତ ଧାର୍ମିକ ସଂଖ୍ୟାଲଘୁମାନଙ୍କ ଉପରେ ଅନୁଚିତ ଭାବେ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡିତ କରାଯାଉଛି। ଏମିତିକି ମୁସଲମାନମାନଙ୍କ ମଧ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଅହମ୍ମଦିଆମେ ମଧ୍ୟ ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି। କାରଣ ପାକିସ୍ତାନର ସମ୍ବିଧାନ ଅନୁସାରେ ସେମାନେ ମୁସଲମାନ ନୁହଁନ୍ତି।

ସୂଚନା ଥାଉକି ମେ ୨୫ ତାରିଖରେ ଧର୍ମ ନିନ୍ଦା ହିଂସା ଘଟଣାରେ ସନ୍ଦେହ କରିଛି ପାକିସ୍ତାନ ଧର୍ମାନ୍ଧ ଭିଡ଼ ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତିଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ ଓ ସରୋଧା ସହରରେ ଥିବା ତାଙ୍କ ଘର ଜାଳି ଦେଇଥିଲେ। ପାକିସ୍ତାନରେ ଏଭଳି ଘଟଣା ନୂଆ ନୁହେଁ। 

ଏହି ଇସ୍ଲାମ ଦେଶରେ ହିନ୍ଦୁ, ଶିକ୍ଷମାନଙ୍କୁ ଅଧିକ ନିର୍ଯାତନା ଦିଆଯାଉଛି। ବିଶେଷ କରି ସିନ୍ଧ ଅଞ୍ଚଳର ହିନ୍ଦୁ ଓ ଶିକ୍ଷମାନଙ୍କ ଝିଅ ବୋହୂଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଉଛି। ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଇ ମୁସ୍ଲିମଙ୍କୁ ବିବାହ କରାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.