LIVE TV
LIVE TV

ସରକାରୀ ଜମି ଜବରଦଖଲ କରିଛନ୍ତି ବାଂଲାଦେଶୀ ; ଫେରିବାଲା, କାଠମିସ୍ତ୍ରୀ, ରାଜମିସ୍ତ୍ରୀ ପରିଚୟ ଦେଇ ରହୁଛନ୍ତି

NEWS7
pakistani-actor-claims-shah-rukh-khan-copied-his-character

ଭୁବନେଶ୍ବର ୩।୧୨: ପୁଣି ଗୃହରେ ଉଠିଲା ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇଛନ୍ତି ଖୋଦ ସରକାରୀ ଦଳ ବିଧାୟକ ସନାତନ ବିଜୁଳି ।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟରେ ବିଭିନ୍ନ ଉପାୟରେ ଆଧାର କାର୍ଡ ହତେଇଛନ୍ତି ବାଂଲାଦେଶୀ । ଫେରିବାଲା, କାଠ ମିସ୍ତ୍ରୀ, ରାଜ ମିସ୍ତ୍ରୀ ପରିଚୟ ଦେଇ ସରକାରୀ ଜମି ଜବରଦଖଲ କରି ରହୁଛନ୍ତି । ଏମାନେ ଚୋରି, ରାହାଜାନି ଏବଂ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ।

ପଶ୍ଚିମବଙ୍ଗରେ SIR ଲାଗୁ ହେବ ପରେ ସେମାନଙ୍କ ଅସଲ ମୁଖା ଖୋଲିଯାଇଛି । ଏମାନଙ୍କୁ ତଡିବା ପାଇଁ ରାଜ୍ୟ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଜଗତସିଂହପୁରରେ ଏ କାର୍ଯ୍ୟ ଆରମ୍ଭ ହୋଇଛି । ବୁଲଡୋଜର ଚଢ଼ାଇ ସେମାନଙ୍କ ଘର ଭଙ୍ଗାଯାଇଛି । ପୋଲିସ ଓ ଜିଲ୍ଲାପାଳ ସେମାନଙ୍କୁ ତୁରନ୍ତ ଚିହ୍ନଟ କରୁ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସରକାରୀ ଜମି ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି ବିଧାୟକ ସନାତନ ବିଜୁଳି ।