ଦିନେଶ କାର୍‌ରେ ଲେଖାଅଛି 'I Love Liza', ପାଗଳ ପ୍ରେମରୁ ଜଘନ୍ୟ ହତ୍ୟାକାଣ୍ଡ

NEWS7
pakistan-violates-ceasefire-within-hours-drone-strikes-along-loc-

ଭୁବନେଶ୍ୱର ୧୧।୦୨ : ଆଇ ଲଭ୍ ଲିଜା । ମୁଁ ତତେ ଭଲ ପାଉଛି । ତତେ ପାଇବା ପାଇଁ ମୁଁ କିଛି ବି କରିପାରିବି । ତୁ ଯଦି ମୋର...ତେବେ ମୁଁ ତତେ ଆଉ କାହା ସହିତ କେମିତି ଦେଖିପାରିବି । ତୁ ଯାହା ପାଇଁ ମୋତେ ଧୋକ୍କା ଦେଉଛି, ତାକୁ ଜୀବନରୁ ସଫା କରିଦେବି । ନିଳାଦ୍ରୀ ବିହାର ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡରେ ପୋଲିସକୁ କିଛି ଏମିତି ତଥ୍ୟ ମିଳିଛି ।

ଏ ଖବର ବି ପଢନ୍ତୁ:- ଦିନେଶ ଗିରଫ ପରେ ପୋଲିସକୁ ମିଳୁଛି ନୂଆ ନୂଆ ତଥ୍ୟ, ହତ୍ୟାରେ ବ୍ୟବହୃତ କାର୍ ଜବତ

ଚାଲିଛି ପ୍ରେମ ସପ୍ତାହ । ଗତ ୮ ତାରିଖ ତାରିଖ ରାତିରେ ଯେତେବେଳେ ପ୍ରେମୀ ଯୁଗଳ ପ୍ରପୋଜ ଡେଟ୍ ସେଲିବ୍ରେସନ କରୁଥିଲେ । ଠିକ୍ ସେତେବେଳେ ନିଳାଦ୍ରୀବିହାରରେ ଘଟିଥିଲା ଏକ ଜଘନ୍ୟ ହତ୍ୟାକାଣ୍ଡ । ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଟ୍ୟାକ୍ସି ଡ୍ରାଇଭର ସତ୍ୟବ୍ରତକୁ ଛୁରୀ ଭୁଷି ହତ୍ୟା କରାଯାଇଥିଲା । ତଦନ୍ତ ସମୟରେ ପୋଲିସକୁ ଅନେକ ତଥ୍ୟ ମିଳିଥିଲା । କିଛି ମିଳିଥିବା ତଥ୍ୟ ଅନୁସାରେ, ୮ ତାରିଖରେ ରାତିରେ ଲିଜାକୁ ବାରମ୍ବାର ଫୋନ୍ କରୁଥିଲା । ଏପିରିକି ଭିଡ଼ିଓ କଲ୍ ବି କରୁଥିଲା । ହେଲେ ଲିଜା ଏହି ଫୋନ୍ର କୌଣସି ଉତ୍ତର ଦେଇନଥିଲା । ଶେଷରେ ବାଧ୍ୟ ହୋଇ ଲିଜା ଘରକୁ ଯାଇଥିଲା ଦିନେଶ । ହେଲେ ସେଠାରେ ଯାହା ଦେଖିଥିଲା, ତାର ମୁଣ୍ଡ ଖରାପ ହୋଇଯାଇଥିଲା । ଲିଜାକୁ ସତ୍ୟବ୍ରତ ସହ ଦେଖି ନିଜ କ୍ରୋଧକୁ ଆୟତ୍ତ କରିନଥିଲା । ଏକ ଛୁରୀରେ ସତ୍ୟବ୍ରତର ବେକ କାଟିଦେଇଥିଲା ଦିନେଶ । ଏହାପରେ ସେ କାର୍ ସହିତ ଘଟଣାସ୍ଥଳରୁ ଫେରାର ମାରିଥିଲା । ସେପଟେ ଦିନେଶର ମୃତଦେହ ମିଳିବା ପରେ ସନ୍ଦେହରେ ପ୍ରେମିକା ଲିଜାକୁ ଅଟକ ରଖିଥିଲା ପୋଲିସ । ଦୀର୍ଘ ସମୟ ଧରି ଜେରା ମଧ୍ୟ କରୁଥିଲା । ହେଲେ ଦିନେଶର କୌଣସି ପତ୍ତା ମିଳିନଥିଲା । ମଙ୍ଗଳବାର ରାତିରେ ଜଗତସିଂହପୁର ପୋଲିସ ନିକଟରେ ଦିନେଶ ଆତ୍ମସମର୍ପଣ କରିଥିଲା । ଆତ୍ମସମର୍ପଣ ପରେ ପୋଲିସ ଆଗରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଏପିରିକି ହତ୍ୟାକାଣ୍ଡରେ ବ୍ୟବହୃତ କାର୍କୁ ମଧ୍ୟ ପୋଲିସ ଜବତ କରିଛି । ତେବେ ଜବତ ହୋଇଥିବା କାର୍ରେ I.. Love Liza ଲେଖା ରହିଛି । ତେବେ ଏହି ଲେଖା ଟି କିଏ ଲେଖିଛି ଦିନେଶ୍ ନା ଆଉ କିଏ । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି ।