LIVE TV
LIVE TV

ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଉତ୍ତର, ରାଜ୍ୟର ୧୬ଟି ସ୍ଥାନରେ ନଦୀ ଜଳ ପ୍ରଦୂଷିତ

NEWS7
pakistan-train-attacked-in-balochistan-militant-group-claims-over-100-hostages

ଭୁବନେଶ୍ୱର ୦୨।୧୨ : ରାଜ୍ୟର ୧୬ଟି ସ୍ଥାନରେ ନଦୀ ଜଳ ପ୍ରଦୂଷିତ। କଟକରେ କାଠଯୋଡି, ଭୁବନେଶ୍ୱର ଦୟାନଦୀ, ଗଙ୍ଗୁଆ ନାଳ, ଗୋପ ଭିଙ୍ଗାରପୁରର କୁଶଭଦ୍ରା, ରାଉରକେଲାର ବ୍ରାହ୍ମଣୀ ଓ ଗୁରାଡି ନାଳ ପ୍ରଦୂଷଣ ଥିବା ରିପୋର୍ଟ ହୋଇଛି । ଏହା ମୁଖ୍ୟତଃ ସହରାଞ୍ଚଳର ବର୍ଜ୍ୟଜଳ ନିସ୍କାସନ, ନଦୀ ଜଳରେ ଅତ୍ୟଧିକ ବ୍ୟବହାର ଯୋଗୁ ପ୍ରଦୂଷିତ ହେଉଛି । ଏସବୁ ଅବବାହିକାରେ ଜଳ ପ୍ରଦୂଷଣ ରୋକିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ସହରାଞ୍ଚଳ ଅଧିକାରୀମାନଙ୍କୁ ପ୍ରଦୂଷଣ ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଜିଲ୍ଲା ପ୍ରଶାସନ, ନଗର ଉନ୍ନୟନ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଜଳଯୋଗାଣ ଓ ପରିମଳ ପରିଷଦକୁ ପଦକ୍ଷେପ ନେବାକୁ କୁହାଯାଇଛି । ନଦୀର ପ୍ରଭାବ ବୃଦ୍ଧି, ନଦୀ ସାମ୍ମୁଖ୍ୟ ବିକାଶ, ଶୌଚାଳୟ ନିର୍ମାଣ, ବାହ୍ୟ ମଳମୁତ୍ର ରୋକିବାକୁ ପଦକ୍ଷେପ ନିଆଯାଉଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି ।