‘ଜନ୍ମରୁ ମିଛ କହି ଆସୁଛି ପାକିସ୍ତାନ’, ଭାରତର ବିମାନ ଖସାଇବା ଦାବିକୁ ଖଣ୍ଡନ କଲେ ବିଦେଶ ସଚିବ

Published By : Prameya-News7 Bureau | May 08, 2025 IST

ନୂଆଦିଲ୍ଲୀ: ଭାରତରେ ଅପରେସନ ସିନ୍ଦୂର ପରେ ପାକିସ୍ତାନ ଗୋଟିଏ ଗୋଟିଏ ମିଛ ପ୍ରଚାର କରିବାରେ ଲାଗିଛି । ଭାରତ ବିମାନକୁ ମାରି ଖସାଇଥିବା ପାକିସ୍ତାନ ଦାବି କରିଥିଲା । କିନ୍ତୁ ତାର ଏହି ଦାବିକୁ ଦୃଢତାର ସହ ଖଣ୍ଡନ କରିଛନ୍ତି ଭାରତ ସରକାର । ବିଦେଶ ସଚିବ ବିକ୍ରମ ମିଶ୍ରି କହିଛନ୍ତି, 'ଇସଲାମାବାଦର ମିଛ କହିବାର ଇତିହାସ ବହୁ ପୁରୁଣା ।' 

ପାକିସ୍ତାନର ଦାବି ଉପରେ ବିଦେଶ ସଚିବ କହିଛନ୍ତି, 'ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଇଏ ହେଉଛି ସେହି ଦେଶ, ଯିଏ ଜନ୍ମରୁ ମିଛ କହିବା ଆରମ୍ଭ କରିଥିଲା । ୧୯୪୭ରେ, ଯେତେବେଳେ ପାକିସ୍ତାନୀ ସେନା ଜମ୍ମୁ ଏବଂ କାଶ୍ମୀରକୁ ଦାବି କରିଥିଲା, ସେମାନେ କୌଣସି ଅଜଣା ବ୍ୟକ୍ତିଙ୍କୁ ନୁହେଁ ବରଂ ଜାତିସଂଘକୁ ମିଛ କହିଥିଲେ ଯେ ଆମର ଏଥିରେ କୌଣସି ସମ୍ପର୍କ ନାହିଁ... ତେଣୁ ଏହି ମିଛ କହିବା ଯାତ୍ରା ୭୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା...।"

ପିଓଜେକେ ସ୍ଥିତ ନୀଲମ-ଝେଲମ ଡ୍ୟାମକୁ ଟାର୍ଗେଟ୍ କରାଯାଇଥିବା ପାକିସ୍ତାନ ଦାବିକୁ ବି ସେ ଖଣ୍ଡନ କରିଛନ୍ତି । ସେ ଏହାକୁ ମନଗଢା କାହାଣୀ ଓ ପୂରା ମିଛ ବୋଲି କହିଛନ୍ତି । ଭାରତ କେବଳ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ୍ କରିଛି । ଏଭଳି ମିଛ ଦାବି କରି ପାକିସ୍ତାନ ଯଦି ଭାରତର ଭିତ୍ତିଭୂମିକୁ ଟାର୍ଗେଟ୍ କରେ ତେବେ ଏହାର ପରିଣାମ ପାଇଁ କେବଳ ପାକିସ୍ତାନ ହିଁ ଦାୟୀ ରହିବ । ଆତଙ୍କବାଦର କେନ୍ଦ୍ର ଭାବରେ ପାକିସ୍ତାନର ଟ୍ରାକ୍ ରେକର୍ଡ ଉପରେ ଆଲୋକପାତ କରି ମିଶ୍ରି କହିଛନ୍ତି ଯେ "ଆତଙ୍କବାଦର କେନ୍ଦ୍ରସ୍ଥଳ" ଭାବରେ ବିଶ୍ୱରେ କୁଖ୍ୟାତ ।

  • Operation Sindoor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.