ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନିଖୋଜ? ଗୁଜବକୁ ଖଣ୍ଡନ କଲା Benjamin Netanyahu ଙ୍କ କାର୍ଯ୍ୟାଳୟ, କହିଲେ “ଏହା ଫେକ୍ ନ୍ୟୁଜ୍”

NEWS7
pakistan-reduce-deffence-budget

ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଏବଂ ଉତ୍ତେଜନା ମଧ୍ୟରେ ସୋସିଆଲ୍ ମିଡିଆରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିଖୋଜକୁ ନେଇ ଏକ ବଡ଼ ଗୁଜବ ପ୍ରଚାରିତ ହେଉଥିଲା। ତେବେ ରବିବାର ଦିନ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସମସ୍ତ ଦାବିକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରାଯାଇଛି।

କଣ ଥିଲା ଗୁଜବ ଓ କିପରି ମିଳିଲା ସ୍ପଷ୍ଟୀକରଣ?

ଇଣ୍ଟରନେଟ୍ ଏବଂ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ହଠାତ୍ ଖବର ଭାଇରାଲ୍ ହୋଇଥିଲା ଯେ ନେତାନ୍ୟାହୁଙ୍କୁ ହତ୍ୟା କରାଯାଇଛି । ଏହି ଭାଇରାଲ୍ ଦାବି ସମ୍ପର୍କରେ ତୁର୍କୀର ନ୍ୟୁଜ୍ ଏଜେନ୍ସିର ଜଣେ ସାମ୍ବାଦିକ ସିଧାସଳଖ ଇସ୍ରାଏଲ୍ ପିଏମ୍ ଅଫିସକୁ ପ୍ରଶ୍ନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ଗୁଜବକୁ ନେଇ କୌଣସି ଆନୁଷ୍ଠାନିକ ବୟାନ ଅଛି କି ନାହିଁ ବୋଲି ପଚରାଯିବାରୁ, କାର୍ଯ୍ୟାଳୟ ପକ୍ଷରୁ ଏହି ଦାବିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ଏହା ସମ୍ପୂର୍ଣ୍ଣ'ଫେକ୍ ନ୍ୟୁଜ୍'

ସ୍ପଷ୍ଟୀକରଣ ଦେଇ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, "ପ୍ରଧାନମନ୍ତ୍ରୀଙ୍କ ନିଖୋଜକୁ ନେଇ ଯେଉଁ ଖବର ପ୍ରଚାରିତ ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । ଏହା ଏକ ଫେକ୍ ନ୍ୟୁଜ୍ । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।"

ଉଲ୍ଲେଖଯୋଗ୍ୟ ଯେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇ ଭିତରେ ଏଭଳି ଗୁଜବ ସମଗ୍ର ବିଶ୍ୱରେ ଲୋକଙ୍କୁ କିଛି ସମୟ ପାଇଁ ବିଭ୍ରାନ୍ତ କରିଦେଇଥିଲା। ତେବେ ଅଫିସିଆଲ୍ ବୟାନ ଆସିବା ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।