ହାଫିଜ ଓ ଅଜହରକୁ ଭାରତକୁ ହସ୍ତାନ୍ତର କରିବାକୁ ପାକିସ୍ତାନ ପ୍ରସ୍ତୁତ : ବିଲାୱଲ ଭୁଟ୍ଟୋଙ୍କ ବଡ଼ ବୟାନ

Published By : Prameya-News7 Bureau | July 05, 2025 IST

ଇସଲାମାବାଦ : ପାକିସ୍ତାନର ପୂର୍ବତନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ବଡ଼ ବୟାନ। ସେ କହିଛନ୍ତି, ନୂଆଦିଲ୍ଲୀ ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ଯଦି ଇଚ୍ଛୁକତା ଦେଖାଏ , ତେବେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ “ତଦନ୍ତାଧୀନ ବ୍ୟକ୍ତି”ଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାରେ ,ତାଙ୍କ ଦେଶର କୌଣସି ଅଭିଯୋଗ ନାହିଁ। ଡନ୍‌ ଖବରକାଗଜ ଅନୁସାରେ , ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱଲ ଶୁକ୍ରବାର ଅଲ୍ ଜଜିରା ସହ ଏକ ସାକ୍ଷାତ୍କାରରେ ଏହି ଟିପ୍ପଣୀ କରିଛନ୍ତି। 

ଖବରରେ କୁହାଯାଇଛି ଯେ, ଲଶ୍କର-ଏ-ତୈଇବା (ଏଲଇଟି) ପ୍ରମୁଖ ହାଫିଜ ସଇଦ୍‌ ଓ ଜୈଶ୍‌-ଏ-ମହମ୍ମଦ (ଜେଇଏମ) ପ୍ରମୁଖ ମସୁଦ୍‌ ଅଜହରକୁ ସମ୍ଭାବିତ ଚୁକ୍ତି ଓ ସଦ୍ଭାବନାପୂର୍ଣ୍ଣ ଆଭିମୁଖ୍ୟ ଅନୁସାରେ, ଭାରତକୁ ପ୍ରତ୍ୟର୍ପିତ କରିବା ବିଷୟରେ ପଚରା ଯାଇଥିବା ପ୍ରଶ୍ନର ଜବାବ ଦେଇ ବିଲାୱଲ ଏହି ଟିପ୍ପଣୀ କରିଛନ୍ତି।

ବିଲାୱଲ କହିଛନ୍ତି , ପାକିସ୍ତାନ ସହ ଏକ ବ୍ୟାପକ ଆଲୋଚନାର ଅଂଶ ଭାବେ, ଯେଉଁଠି ଆତଙ୍କବାଦ ଏହିସବୁ ମାମଲା ମଧ୍ୟରୁ ଗୋଟିଏ, ଯାହା ଉପରେ ଆମେ ଆଲୋଚନା କରୁଛେ, ମୋର ବିଶ୍ୱାସ ଯେ, ପାକିସ୍ତାନ ଏଥିରେ କୌଣସି ବି ଜିନିଷରେ ବିରୋଧ କରିବ ନାହିଁ। ରାଷ୍ଟ୍ରୀୟ ଆତଙ୍କବାଦ ନିରୋଧକ ପ୍ରାଧିକରଣ (ନାକ୍ଟା) ଅନୁସାରେ, ଲଶ୍କର-ଏ-ତୈଇବା ଓ ଜୈସ୍‌-ଏ-ମହମ୍ମଦ ଦୁହିଁଙ୍କୁ ପାକିସ୍ତାନ ପ୍ରତିବନ୍ଧକ ଲଗେଇଛି, ଯାହାକି ୨୬/୧୧ ମୁମ୍ୱାଇ ଆତଙ୍କୀ ହମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାଫିଜ୍ ସଇଦ୍‌ ବର୍ତ୍ତମାନରେ ଆତଙ୍କବାଦକୁ ପାଣ୍ଠି ଯୋଗାଇବା ପାଇଁ ୩୩ ବର୍ଷର ସଜା କାଟୁଛନ୍ତି। ଏହିପରି ଜାତିସଂଘ ଦ୍ୱାରା ବୈଶ୍ୱିକ ଆତଙ୍କବାଦୀ ଘୋଷିତ ଅଜହରକୁ ମଧ୍ୟ ଟାକ୍ଟା ନିଷିଧ କରି ରଖିଛି।

ବିଲାୱଲ କହିଛନ୍ତି , ଏହି ବ୍ୟକ୍ତିଙ୍କ ବିରୋଧରେ ବିଚାର କରାଯାଉ ଥିବା ମାମଲା ଗୁଡ଼ିକ ପାକିସ୍ତାନ ସହ ଜଡ଼ିତ ଥିଲା ,ଯେପରିକି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଇବା। ହେଲେ ସେ କହିଛନ୍ତି ଯେ, ସୀମା ପାର୍‌ ଆତଙ୍କବାଦ ପାଇଁ ସେମାନଙ୍କ ଉପରେ ମାମଲା ରୁଜୁ କରିବା ମୁସ୍କିଲ ଥିଲା, କାରଣ ଦିଲ୍ଲୀ ପକ୍ଷରୁ ମୌଳିକ ଜିନିଷର ପାଳନ କରାଯାଇ ନଥିଲା। ସେ କହିଛନ୍ତି, ଭାରତ କିଛି ମୌଳିକ ଜିନିଷକୁ ପାଳନ କରିବାରୁ ମନା କରୁଛି, ଯାହାକୁ ଦୋଷୀ ସାବ୍ୟସ୍ତ ପାଇଁ ଆବଶ୍ୟକତା ହୋଇ ଥାଏ। ଏହା ମହତ୍ତ୍ୱପୂର୍ଣ୍ଣ ...ଏହି ସବୁ କୋର୍ଟରେ ପ୍ରମାଣ ଉପସ୍ଥାପିତ କରିବା, ଲୋକଙ୍କୁ ଭାରତରୁ ପ୍ରମାଣ ଦେବାକୁ ଆସିବା, ଯାହା ବି ଜବାବୀ ଅଭିଯୋଗ ଲାଗିବ ତାକୁ ସହ୍ୟ କରିବା।

ବିଲାୱଲ କହିଛନ୍ତି , ଯଦି ଭାରତ ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ପ୍ରସ୍ତୁତ , ତ ମୋର ବିଶ୍ୱାସ ଯେ,କୌଣସି ବି ଯାଞ୍ଚ ପରିସରରେ ଆସିଥିବା ବ୍ୟକ୍ତିଙ୍କୁ ପ୍ରତ୍ୟର୍ପଣ  କରିବାରେ କୌଣସି ପ୍ରତିବନ୍ଧକ ଆସିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.