ପାକିସ୍ତାନ ଆରମ୍ଭ କଲା 'ବୁନୟାନ ଉଲ ମରସୁସ୍': ଏହି ଅପରେସନର ଅର୍ଥ କଣ ଜାଣନ୍ତୁ

Published By : Prameya-News7 Bureau | May 10, 2025 IST

News7

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୁରର ପ୍ରହାରରେ ଆକ୍ତାମାକ୍ତା ପାକିସ୍ତାନ। ପାକିସ୍ତାନ ସବୁ ପ୍ଲାନିଂକୁ ଭଣ୍ଡୁର କରୁଛି ସିନ୍ଦୂର। ଏବେ ଭାରତ ପରେ ପାକିସ୍ତାନ ଆରମ୍ଭ କରିଛି ଅପରେସନ ବୁନୟାନ ଉଲ ମରସୁସ୍। ଏହି ଅପରେସନ୍ ପରେ ସେମାନେ ଗତକାଲି ରାତିରୁ ଭାରତର ଆବାସିକ ଅଞ୍ଚଳଗୁଡ଼ିକ ଉପରେ ଲଗାତାର ଆକ୍ରମଣ କରୁଛନ୍ତି। ଯାହାର ଉଚିତ ଜବାବ ଦେଉଛି ଭାରତୀୟ ସେନା। ପାକିସ୍ତାନ ଭାରତ ବିରୁଦ୍ଧରେ ଏହାର ଅଭିଯାନକୁ ଅପରେସନ୍ ବୁନୟାନ୍ ଅଲ୍ ମାର୍ସୁସ୍ ନାମରେ ନାମିତ କରିଛି। ଯାହାର ଅର୍ଥ କାଚ ପରି ଏକ ଦୃଢ଼ କାନ୍ଥ। ଅର୍ଥାତ୍ ଏକ କାନ୍ଥ ଯାହା ବହୁତ ଦୃଢ଼ ଭାବରେ ସୁରକ୍ଷା ଦିଏ। ଏହି ନାମ ସହିତ ପାକିସ୍ତାନ ନିଜକୁ ବିଶ୍ୱ ସମ୍ମୁଖରେ ଶକ୍ତିଶାଳୀ ଦେଖାଇବାକୁ ଚାହୁଁଛି।

ଏହି ଅପରେସନର ନାମ ଦେଇ ପାକିସ୍ତାନ ଶନିବାର ଭାରତ ଉପରେ ଫତେହ-୧ ମିଶାଇଲ ସମେତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ରେଡିଓ ପାକିସ୍ତାନ ଅନୁଯାୟୀ, ପାକିସ୍ତାନ ଅପରେସନ ବୁନୟାନ ଅଲ୍ ମାର୍ସୁସ୍ ଆରମ୍ଭ କରିଛି। ଏହି ନାମଟି କୋରାନର ଏକ ପଦରୁ ନିଆଯାଇଛି, ଯାହାର ଅର୍ଥ ହେଉଛି ଦୃଢ଼ ପ୍ରାଚୀର। ଏହି ଅପରେସନ ଅଧୀନରେ, ଭାରତର ଅନେକ ସହର ଉପରେ ଆକ୍ରମଣ କରାଯାଇଥିଲା। କିନ୍ତୁ ଭାରତ ଆରମ୍ଭରୁ ହିଁ ପାକିସ୍ତାନର ଏହି ଅପରେସନକୁ ପରାସ୍ତ କରିଛି।

ପାକିସ୍ତାନର ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR)ର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ୍ ଚୌଧରୀ କହିଛନ୍ତି ଯେ ଭାରତ ସେମାନଙ୍କର ତିନୋଟି ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା। ଯାହାର ଜବାବରେ ଆମେ ଭାରତର ପଞ୍ଜାବର ଶିଖ୍ ଅଞ୍ଚଳରେ ଛଅଟି ବାଲିଷ୍ଟିକ୍ ମିଶାଇଲ ମାଡ଼ କରିଥିଲୁ। ସେ କହିଥିଲେ ଯେ ଭାରତ ଯାହା ଆରମ୍ଭ କରିଛି ତାହା ଶେଷ କରିବାକୁ ଆମର ସେନା ପ୍ରସ୍ତୁତ ହେଉଛି।

ପାକିସ୍ତାନୀ ସେନା ଦାବି କରିଛି ଯେ ଅନ୍ୟ ଭାରତୀୟ ସାମରିକ ଘାଟି ଉପରେ ମଧ୍ୟ ଆକ୍ରମଣ ଜାରି ରହିଛି। ପାକ୍ ସେନା କହିଛି ଯେ ଭାରତର ଯେଉଁ ସବୁ ସ୍ଥାନରୁ ପାକିସ୍ତାନୀ ନାଗରିକ ଏବଂ ମସଜିଦ ଉପରେ ଆକ୍ରମଣ କରାଯାଇଥିଲା, ସେହି ସବୁ ସ୍ଥାନକୁ ପାକିସ୍ତାନ ଟାର୍ଗେଟ କରୁଛି।

ଏହା ପୂର୍ବରୁ, ପାକିସ୍ତାନ ବିଳମ୍ବିତ ରାତିରେ ପିଓକେ ଏବଂ ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ପାକିସ୍ତାନ ରାତିସାରା ଭାରତର ୩୦ରୁ ଅଧିକ ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ କରିଥିଲା, ଯାହାକୁ ଭାରତୀୟ ସେନା ପଣ୍ଡ କରିଥିଲା।

ଗତ ମଙ୍ଗଳବାର ରାତିରେ ଭାରତ ଆରମ୍ଭ କରିଥିଲା 'ଅପରେସନ୍ ସିନ୍ଦୂର'। ପହଲଗାମରେ ହୋଇଥିବା ଆକ୍ରମଣରେ ଆତଙ୍କବାଦୀମାନେ ପୁରୁଷମାନଙ୍କୁ ଟାର୍ଗେଟ କରିଥିଲେ। ଯେଉଁଥିରେ ଅନେକ ମହିଳାଙ୍କ ମଥାରୁ ଲିଭିଥିଲା ସିନ୍ଦୂର। ଯାହାକୁ ଦୃଷ୍ଟିରେ ରଖି ଭାରତ ନେଇଥିଲା ପ୍ରତିଶୋଧ । ଯାହାର ନାମ ରଖାଯାଇଥିଲା 'ଅପରେସନ୍ ସିନ୍ଦୂର'। ଯାହା କେବଳ ଶତ୍ରୁ ପାଇଁ ଏକ ଚେତାବନୀ ନୁହେଁ ବରଂ ଭାରତୀୟ ମହିଳାଙ୍କ ବୀରତ୍ୱ, ତ୍ୟାଗ ଓ ଯନ୍ତ୍ରଣାର ପ୍ରତୀକ। 

  • India Pakistan Tensions
  • Operation Sindoor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.