୧୯ ବର୍ଷୀୟ ପାକିସ୍ତାନୀ ଝିଅକୁ ନୂଆ ଜୀବନ ଦେଲା ‘ଭାରତୀୟଙ୍କ ହୃତ୍‌ପିଣ୍ଡ’, ଜାଣନ୍ତୁ କ’ଣ ଏହି କାହାଣୀ

Published By : Prameya-News7 Bureau | April 25, 2024 IST

ନୂଆଦିଲ୍ଲୀ: ସୀମାରେଖା ଦୁଇ ଦେଶକୁ ବିଭାଜନ କରିଥାଏ। ଭାରତ ଆଉ ପଡ଼ୋଶୀ ପାକିସ୍ତାନ ମଧ୍ୟରେ ଥିବା ସୀମାରେଖାର ମଧ୍ୟର ଅନେକ କାହାଣୀ ରହିଛି। ହେଲେ ଏବେ ଏଭଳି ଏକ ଭଲ ଖବର ଯାହା ଉଭୟ ଦେଶର ଦୂରତାକୁ ଶେଷ କରିଛି। ପ୍ରକୃତରେ ପାକିସ୍ତାନର ଜଣେ ୧୯ ବର୍ଷୀୟା ଝିଅ ଆୟଶା ରସନଙ୍କୁ ଭାରତରେ ମିଳିଛି ନୂଆ ଜୀବନ। ଆୟଶା ୧୦ ବର୍ଷରୁ ହୃଦ ରୋଗରେ ପୀଡ଼ିତ ଥିଲେ। ଏମିତିରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହିଁ ଥିଲା ତାଙ୍କୁ ବଞ୍ଚାଇବାର ଏକମାତ୍ର ରାସ୍ତା। ଆଉ ତାଙ୍କର ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଭାରତରେ ହିଁ ହୋଇଛି। ତାହାବି ପୁଣି ମାଗଣାରେ। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା।

ସୂଚନା ଅନୁଯାୟୀ, ପାକିସ୍ତାନର ଆୟସାଙ୍କୁ ୨୦୧୪ରେ ହାର୍ଟ ଆଟାକ୍‌ ଆସିଥିଲା। ସେ ୨୦୧୪ ସମୟରେ ପାକିସ୍ତାନ ଡାକ୍ତରଙ୍କ ପରାମର୍ଶକ୍ରମେ ଭାରତ ଆସିଥିଲେ ଆଉ ସାମୟିକ ଭାବେ ତାଙ୍କ ହାର୍ଟରେ ପେସ ମେକର ଲଗାଯାଇଥିଲା। ତେବେ କିନ୍ତୁ୨୦୧୯ରେ କାର୍ଡିଆକ ଆରେଷ୍ଟର ଶିକାର ହୋଇଥିଲେ। ଆଉ ତାଙ୍କର ହାର୍ଟ ଫେଲୁଅର ହୋଇପଡ଼ିଥିଲା। ଆଉ ଏହାପରେ ପୁଣି ‌ସେ ଭାରତ ଆସିବା ଚେନ୍ନାଇ ସ୍ଥିତ ଏମଜିଏମ ହେଲ୍‌ଥକେୟାର ହସ୍ପିଟାଲରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହାର୍ଟ ଆଣ୍ଡ ଲଙ୍ଗ୍‌ ଟ୍ରାନ୍ସପ୍ଲାଣ୍ଟର ଡାଇରେକ୍ଟର ଡା.କେ. ଆର ବାଲାକ୍ରିଷ୍ଣନଙ୍କ ସହ ପରାର୍ଶ ନେଇଥିଲେ। ଏଠାରେ ଡାକ୍ତର ତାଙ୍କୁ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ପରାମର୍ଶ ଦେଇଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ପ୍ରାୟ ୩୫ ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା। କିନ୍ତୁ ତାଙ୍କ ପାଖରେ ଏତେ ଟଙ୍କା ନଥିଲା। ଏହା ପରେ ଡାକ୍ତର ଆୟଶାଙ୍କ ପରିବାରଙ୍କୁ ଐଶ୍ବର୍ଯ୍ୟମ ଟ୍ରଷ୍ଟ ସହ ଯୋଗାଯୋଗ କରାଇଥିଲେ। ଆଉ ଟ୍ରଷ୍ଟ ତରଫରୁ ତାଙ୍କୁ ଆର୍ଥିକ ସହଯୋଗ ମିଳିଥିଲା। ତେବେ ଜାନୁଆରୀ ୩୧ରେ ଡୋନର ମିଳିଥିଲେ ଡୋନର ମଧ୍ୟ ଜଣେ ଭାରତୀୟ। ଆୟଶା ରଶନ ୧୮ ମାସ ପର୍ଯ୍ୟନ୍ତ ଭାରତରେ ରହିଥିଲେ। ଛଅ ମାସ ତଳେ ଟ୍ରାନ୍ସପ୍ଲାଣ୍ଟ ପାଇଁ ହାର୍ଟ ମିଳିଥିଲା। ଡୋନର ମଧ୍ୟ ଭାରତୀୟ। ପ୍ରତ୍ୟାରୋପଣ ପରେ ସେ ପାକିସ୍ତାନ ଫେରିଛନ୍ତି।

ଆୟସା ଏବେ ସୁସ୍ଥ ଥିବା କଥା କହିବା ସହ ଭବିଷ୍ୟତରେ ସେ ଫ୍ୟାସନ ଡିଜାଇନର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ସେହିଭଳି ତାଙ୍କ ମାଆ କହିଛନ୍ତି ଭାରତ ବହୁତ ବନ୍ଧୁତ୍ବପୂର୍ଣ୍ଣ। ଏହା ସହ ସେ ଭାରତର ଡାକ୍ତରଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି। ସୂଚନାଥାଉକି, ବିଦେଶୀଙ୍କୁ ହାର୍ଟ ସେତେବେଳେ ଦିଆଯାଇଥାଏ ଯେତେବେଳେ ସମଗ୍ର ଦେଶରେ କେହି ଡୋନର ମିଳିନଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.