LIVE TV

ମେକ୍ସିକୋରେ Gen-Z ବିଦ୍ରୋହ : ରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ, ୧୨୦ ଆହତ

NEWS7
pakistan-first-hindu-female-civil-servant-posted-as-assistant-commissioner-in-punjab-province

ମେକ୍ସିକୋ ସିଟି, ୧୬|୧୧: ମେକ୍ସିକୋରେ ଜେନ୍-ଜି ବିଦ୍ରୋହ । ସରକାର ଏବଂ ପୋଲିସ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଶହଶହ ଯୁବକ । ଧାରଣ ଦେଲେ । ପ୍ରତିବାଦ କଲେ । ଦେଶରେ ବଢୁଥିବା ଅପରାଧ ଏବଂ ହିଂସା ବିରୋଧରେ ଏଥର ମେକ୍ସିକୋରେ ଏକାଠି ହୋଇଛନ୍ତି ଜେନ୍-ଜି ।

ବିକ୍ଷୋଭ ବେଳେ ପ୍ରଦର୍ଶନକାରୀମାନେ ହାତରେ ଜେନ୍-ଜିର ପ୍ଲାକାର୍ଡ ଧରିଥିବା ଦେଖିବାକୁ ମିଳିଥିଲା । ଜଣେ ମେୟରଙ୍କ ହତ୍ୟା ପ୍ରତିବାଦରେ ସେମାନେ ରାସ୍ତାକୁ ଓହ୍ଲାଇଥିବା ଜଣାପଡିଛି । କେବଳ ଏତିକି ନୁହେଁ ଗତ କିଛି ମାସ ହେଲା ଦେଶରେ ଅପରାଧ ବଢିଛି । ଯାହା ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଥିଲା । ସରକାର କିଛି କରୁନଥିବା ସେମାନେ ଅଭିଯୋଗ କରୁଥିଲେ । ଯାହାର ପ୍ରତିବାଦ ସ୍ୱରୂପ ଜେନ-ଜି କମ୍ୟୁନିଟି ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁସାରେ, ନଭେମ୍ବର ୧ ତାରିଖରେ ମେକ୍ସିକୋ ୟୁରୁଆପନ୍ ମେୟରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଦେଶର ଏକ ଛୁଟି ଦିନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି ହତ୍ୟାକାଣ୍ଡ ହୋଇଥିଲା । ଯାହାକୁ ଜେନ-ଜି ଗୁରୁତର ସହ ନେଇଛନ୍ତି । ତାଙ୍କୁ ହତ୍ୟା କରାଯାଇ ନାହିଁ ବରଂ ସରକାର ମାରିଛନ୍ତି ବୋଲି ଜେନ-ଜି କହୁଛନ୍ତି ।

କିଛି ଜେନ-ଜି ପ୍ରଦର୍ଶନକାରୀ ମେକ୍ସିକୋ ରାଷ୍ଟ୍ରପତି ରହୁଥିବା ଘର ଅଭିମୁଖେ ଯାଇଥିଲେ । ସେଠାରେ ଲାଗିଥିବା ତାରବାଡକୁ କାଟି ପକାଇଥିଲେ । ଫଳରେ ପୋଲିସ ସହ ସେମାନଙ୍କ ସଙ୍ଘର୍ଷ ହୋଇଥିଲା । ଯେଉଁଥିରେ ୧୦୦ରୁ ଅଧିକ ପୋଲିସ ଅଧିକାରୀ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୪୦ ଜଣ ଗୁରୁତର ରହି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏତତ୍ ବ୍ୟତୀତ ୨୦ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । ଏହାସହ ୨୦ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ମେକ୍ସିକୋ ରାଷ୍ଟ୍ରପତି ସେନବାଉମ୍ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ଦେଶର ଅଜାକତା ପାଇଁ ବାହ୍ୟଶକ୍ତିର ହାତ ଥିବା ସେ ଅଭିଯୋଗ କରିଥିଲେ । ମେକ୍ସିକୋରେ ସରକାର ଭାଙ୍ଗିବାକୁ ଏହା ଚକ୍ରାନ୍ତ ବୋଲି ସେ କହିଥିଲେ ।