ହମ୍‌ଲା ପରେ ବାଉଳା ହେଲା ପାକିସ୍ତାନ; ୧୬ ଭାରତୀୟ ୟୁଟ୍ୟୁବ ଚ୍ୟାନେଲ୍ ବ୍ୟାନ୍, ୩୨ ଓ୍ବେବସାଇଟ୍ ବନ୍ଦ

Published By : Prameya-News7 Bureau | May 08, 2025 IST

ନୂଆଦିଲ୍ଲୀ: ଭାରତୀୟ ସେନାର ଅପରେସନ ସିନ୍ଦୂର ପରେ ବାଉଳା ହୋଇଛି ପାକିସ୍ତାନ । ପଡ଼ୋଶୀ ଦେଶ ଭାରତ ବିରୋଧରେ ଆକ୍ସନ ନେଇଛି । ଶହବାଜ ଶରିଫ୍ ସରକାର ୧୬ ଭାରତୀୟ ୟୁଟ୍ୟୁବ ଚ୍ୟାନେଲକୁ ପାକିସ୍ତାନରେ ବ୍ୟାନ୍ କରିଦେଇଛନ୍ତି । ଏହାଛଡ଼ା ୩୨ଟି ୱେବସାଇଟ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି । ଏହାର ଅର୍ଥ ହେଉଛି ଏହି ୟୁଟ୍ୟୁବ ନ୍ୟୁଜ୍ ଚ୍ୟାନେଲ ଓ ଓ୍ବେବସାଇଟ୍ ଗୁଡ଼ିକ ସେଠାରେ ଆଉ ଚାଲିବ ନାହିଁ । ବର୍ତ୍ତମାନର ପରିସ୍ଥିତିକୁ ଦେଖି ପାକିସ୍ତାନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 

ପାକିସ୍ତନ ଜଣେ ଅଧିକାରୀ କହିଛନ୍ତି, ପାକିସ୍ତାନର ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନ ଟେଲିକମ୍ୟୁନିକେସନ୍ ଅଥରିଟି ୧୬ଟି ଭାରତୀୟ ୟୁଟ୍ୟୁବ୍ ଚ୍ୟାନେଲ୍, ୩୧ଟି ୟୁଟ୍ୟୁବ୍ ଲିଙ୍କ୍ ଓ ୩୨ଟି ୱେବସାଇଟ୍ ବ୍ଲକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପାକିସ୍ତାନରେ ଟେଲିକମ୍ ବ୍ୟବହାରକାରୀଙ୍କ ପାଇଁ ଏକ ନିରାପଦ, ସୁରକ୍ଷିତ ଓ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ପରିବେଶ ବଜାୟ ରଖିବାକୁ ପିଟିଏ ପରିକରବଦ୍ଧ ।

ପିଟିଏ ଅନଲାଇନ୍ କଣ୍ଟେଣ୍ଟ ଉପରେ ନଜର ରଖିବା ଓ ଜାତୀୟ ସ୍ୱାର୍ଥକୁ ବିପଦରେ ପକାଉଥିବା ୧୬ ଭାରତୀୟ ୟୁଟ୍ୟୁବ ଚ୍ୟାନେଲ୍ ଓ ୩୨ ଓ୍ବେବସାଇଟ୍ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରାହଣ କରାଯାଇଛି । ଗତ ସପ୍ତାହରେ ଭାରତ ମଧ୍ୟ ପାକିସ୍ତାନର କେତେକ ଏକ୍ସ ହାଣ୍ଡଲ, ୟୁଟ୍ୟୁବ ଚ୍ୟାନେଲ ଓ ଓ୍ବେବସାଇଟକୁ ନିଷିଦ୍ଧ କରାଯାଇଥିଲା । ଏଥିରେ ପାକିସ୍ତାନ ଡନ୍ ନ୍ୟୁଜ୍, ସାମା ଟିଭି, ଏୟାରାଓ୍ବାଇ ନ୍ୟୁଜ୍ ଓ ଜିୟୋ ନ୍ୟୁଜ୍ ଭଳି ୧୬ଟି ୟୁଟ୍ୟୁବ ଚ୍ୟାନେଲ୍ ରହିଛି । ପହଲଗାମ ହମଲାରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ୁଛି । ଏହାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରାଳୟର ସୁପାରିଶ୍ କ୍ରମେ ପାକିସ୍ତାନ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ଏହି ସବୁ ଚ୍ୟାନେଲକୁ ବନ୍ଦ କରାଯାଇଛି ।... 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.