ଅପରେସନ ସିନ୍ଦୂର ପରେ LOCରେ ଯୁଦ୍ଧ ବିରତୀ ଉଲ୍ଲଂଘନ କଲା ପାକ୍, ୧୫ ଭାରତୀୟ ନାଗରିକଙ୍କ ମୃତ୍ୟୁ

Published By : Prameya-News7 Bureau | May 07, 2025 IST

ନୂଆଦିଲ୍ଲୀ ୭।୫: ଜମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି)ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୁଧବାର ଚରମ ସୀମାରେ ପହଞ୍ଚିଛି। ୬ ମେ ରାତିରେ ଭାରତୀୟ ବାୟୁସେନା ପାକିସ୍ତାନର ବିଭିନ୍ନ ଠିକଣାକୁ କ୍ଷେପଣାସ୍ତ୍ରରେ ଟାର୍ଗେଟ କରିଥିଲା। ଏଥିରେ ଅନୁନ୍ୟ ୨୦୦ ଆତଙ୍କବାଦୀ ପ୍ରାଣ ହରାଇଥିବାର ଅନୁମାନ କରାଯାଉଛି। ଭାରତ ଏହି ଆକ୍ରମଣକୁ ଅପରେସନ ସିନ୍ଦୂର ନାମ ଦେଇଛି। ବାୟୁସେନାର ଏହି ଆକ୍ରମଣ ପରେ ବୁଧବାର ପାକ୍ ସେନା ଯୁଦ୍ଧ ବିରତୀ ଉଲ୍ଲଂଘନ କରିଛି। ଫଳରେ ଭାରତର ସୀମାବର୍ତ୍ତୀ କ୍ଷେତ୍ରରେ ୧୫ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି।    

ଭାରତ ପକ୍ଷରୁ ବାୟୁସେନା ପାକିସ୍ତାନ ପଞ୍ଜାବ ପ୍ରାନ୍ତର ବାହବଲପୁର, ମୁରିଦକେ, ସିୟାଲକୋଟ, ମୁଜାଫରାବାଦ, ଭିମ୍ବର, ଚାକ୍ ଅମରୁ, ଗୁଲପୁର ଓ କୋଟଲୀ ଭଳି ଆତଙ୍କବାଦୀଙ୍କ ଠିକଣାକୁ ଟାର୍ଗେଟ କରାଯାଇଥିଲା। ଭାରତର କହିବା କଥା ହେଉଛି ଏହି ସବୁ ସ୍ଥାନରେ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୌୟବ ଓ ଜୈସ-ଏ-ମହମ୍ମଦର ମୁଖ୍ୟାଳୟ ସବୁଥିଲା। ଏଥିରେ ବିବ୍ରତ ପାକିସ୍ତାନ ବୁଧବାର ଏହି ସବୁ ଆକ୍ରମଣ ଜବାବରେ ନିୟନ୍ତ୍ରଣ ରେଖା ଉପରକୁ ଗୁଳିଗଳା ବିନିମୟ ଆରମ୍ଭ କରିଦେଇଛି। 

ପାକିସ୍ତାନର ଏହି ଅମାନବୀୟ କାଣ୍ଡରେ ବୁଧବାର ପୁଞ୍ଛ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୫ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୩ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ଅଧ୍ୟକ୍ଷ ନରିନ୍ଦର ସିଂହ କହିଛନ୍ତି ଯେ ପାକିସ୍ତାନର ଏପରି ଗୁଳିଗୋଳା ବିନିମୟ ଯୋଗୁ ଶ୍ରୀ ଗୁରୁ ସିଂହ ସଭା ଗୁରୁଦ୍ୱାରର ଗୋଟିଏ ଅଂଶ କ୍ଷତିଗ୍ରସ୍ତ ହୋଇଛି। ପାକିସ୍ତାନ ପକ୍ଷରୁ ହେଉଥିବା ଗୁଳିଗୋଳା ମାଡର ଭାତର ମଧ୍ୟ ଜବାବ ଦେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.