‘ ଅପରେସନ ସିନ୍ଦୂର’ ପରାଜୟ ପରେ ବି ପ୍ରମୋସନ, ପାକ୍ ସେନା ମୁଖ୍ୟ ଆସିମ ମୁନୀରଙ୍କୁ ମିଳିଲା ଫିଲ୍ଡ ମାର୍ଶଲ ପଦ : ସରିଫ୍ କ୍ୟାବିନେଟର ନିଷ୍ପତ୍ତି

Published By : Prameya-News7 Bureau | May 20, 2025 IST

ନୂଆଦିଲ୍ଲୀ : ‘ଅପରେସନ ସିନ୍ଦୂର’ ବେଳେ ଭାରତ ଠାରୁ ଶକ୍ତ ପ୍ରହାର ଖାଇବା ପରେ ମଧ୍ୟ ପାକିସ୍ତାନର ସରକାର ସେଠାର ସେନାଧ୍ୟକ୍ଷ ଜେନେରାଲ ଆସିମ୍‌ ମୁନୀରଙ୍କୁ ପ୍ରମୋସନ ଦେଇଛି। ତାଙ୍କୁ ଫିଲ୍ଡ ମାର୍ଶଲ କରିଛି। ପାକିସ୍ତାନର ଟିଭି ଚ୍ୟାନେଲ୍‌ ଜିୟୋ ନ୍ୟୁଜ୍‌ ମୁତାବିକ , ଶହବାଦ ସରିଫ୍‌ ସରକାର ଆଜି (ମଙ୍ଗଳବାର ) ଏକ କ୍ୟାବିନେଟ୍‌ ବୈଠକରେ ଏହାର ନିଷ୍ପତ୍ତି ନେଇଛନ୍ତି। 

ରିପୋର୍ଟରେ କୁହାଯାଇଛି ଯେ , ୨୦ମେ, ୨୦୨୫ରେ ପାକିସ୍ତାନର ସଂଘୀୟ ସରକାର ସେନା ପ୍ରମୁଖ (COAS) ଜେନେରାଲ ଆସିମ ମୁନୀରଙ୍କୁ ଫିଲ୍ଡ ମାର୍ଶଲ ପଦରେ ପଦୋନ୍ନତି କରିଛନ୍ତି। ଫିଲ୍ଡ ମାର୍ଶଲ ଅୟୁବ ଖାନଙ୍କ ପରେ ଏବେ ମୁନିର ଫାଇଭ୍‌ ଷ୍ଟାର ରାଙ୍କ ପ୍ରାପ୍ତ ଦ୍ୱିତୀୟ ପାକିସ୍ତାନୀ ସେନା ଅଧିକାରୀ ହୋଇଛନ୍ତି। 

ପାକିସ୍ତାନରେ ଫିଲ୍ଡ ମାର୍ଶଲର ପଦ ପାକିସ୍ତାନୀ ସଶସ୍ତ୍ର ବାହିନୀରେ ସବୁଠୁ ଉଚ୍ଚ ପଦ। ଏବେ ଜେନେରାଲ ମୁନୀର ଦେଶର ଇତିହାସରେ ଦ୍ୱିତୀୟ ଫିଲ୍ଡ ମାର୍ଶଲ ହୋଇଛନ୍ତି। ଏହା ପୂର୍ବରୁ ଅୟୁବ ଖାନ ୧୯୫୯-୧୯୬୭ ମଧ୍ୟରେ ଏହି ପଦରେ କାର୍ଯ୍ୟରତ ଥିଲେ। 


ଅସଫଳ ହେବା ପରେ ଆସିମ ମୁନୀରଙ୍କୁ ଶହବାଜ ସରିଫ ସରକାର ଏଥିପାଇଁ ପ୍ରମୋସନ ଦେଇଛି ଯେ, ସେ ପୁରା ଦୁନିଆକୁ କହି ପାରିବେ ଭାରତ ସହ ସ୍ୱଳ୍ପ ସମୟରେ ସେନା ସଂଘର୍ଷରେ ପାକିସ୍ତାନର ବିଜୟ ହୋଇଛି ଏବଂ ଜେନେରାଲ ମୁନୀରଙ୍କୁ ଏହାର ପୁରସ୍କାର ଦିଆ ଯାଇଛି। ହେଲେ , ସତ ଏହା ଯେ, ଭାରତ ଯେବେ ପାକିସ୍ତାନ ଓ ପିଓକେ ଭିତରେ ଆତଙ୍କୀ ଠିକଣା ଗୁଡ଼ିକୁ ଧ୍ୱଂସ କରିବା ପାଇଁ ଅପରେସନ ସିନ୍ଦୂର ଲଞ୍ଚ କରିଥିଲା , ପାକ୍‌ ସେନାଧ୍ୟକ୍ଷଙ୍କୁ ଏ ବିଷୟରେ ଟିକିଏ ବି ସୁରାକ୍‌ ମିଳି ପାରି ନଥିଲା। 

ଚାରି ଦିନରେ ପାକିସ୍ତାନ ମୁଣ୍ଡ ନୁଆଇଁ ଥିଲା –

ବିଚଳିତ ପାକିସ୍ତାନ ପ୍ରଥମେ ଯେବେ ଚାରି ଦିନ ଯାଏ ଭାରତର ପାଖାପାଖି ୩୦ଟି ସହରର ସେନା ଓ ନାଗରିକଙ୍କ ବାସସ୍ଥାନ ଉପରେ ଡ୍ରୋନ ଓ ମିସାଇଲରେ ହମଲା କଲା , ଭାରତୀୟ ସଶସ୍ତ୍ର ବାହିନୀ ଏହାକୁ ଅସଫଳ କରି ଦେଲେ ଏବଂ ସବୁ ଡ୍ରୋନ ଓ ମିସାଇଲକୁ ଏୟାରରେ ହିଁ ନଷ୍ଟ କରି ଦେଇ ଥିଲେ। ପାକିସ୍ତାନ ଏଲଓସିରେ ମଧ୍ୟ ଅନୁପ୍ରବେଶର ଚେଷ୍ଟା କରିବା ସହ ସେଠାରେ ମଧ୍ୟ ଫାୟାରିଂ କରିଥିଲା, କିନ୍ତୁ ଭାରତୀୟ ସେନା ସେଠାରେ ମଧ୍ୟ ତାର ଉଦ୍ଦେଶ୍ୟକୁ ପଣ୍ଡ କରି ଦେଇ ଥିଲା। ଯେତେବେଳେ ଭାରତ ଦ୍ୱାରା ଜୋରଦାର ହମଲାରେ ପାକିସ୍ତାନର ଅନେକ ଏୟାରବେସ୍‌କୁ ଧ୍ୱଂସ କରିଦିଆ ଗଲା। ପାକିସ୍ତାନ ଭୟଭୀତ ହୋଇଗଲା ଏବଂ ୧୦ ମେ’ରେ ପାକିସ୍ତାନ ଅସ୍ତ୍ରବିରତିର ଅନୁରୋଧ କରାଗଲା, ଯେଉଁଥିରେ ଭାରତ ରାଜି ହୋଇଥିଲା। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.