ସାମ୍ନାକୁ ଆସିଲା ପାକ୍ ବାୟୁସେନାର ଇଣ୍ଟରନାଲ ରିପୋର୍ଟ, ଜାଣନ୍ତୁ ‘ଅପରେସନ ସିନ୍ଦୂର’ରେ କ’ଣ ହୋଇଛି କ୍ଷତି?

Published By : Prameya-News7 Bureau | May 25, 2025 IST

ନୂଆଦିଲ୍ଲୀ ୨୫।୫: ପାକିସ୍ତାନୀ ବାୟୁସେନାର ଏକ ଗୋପନୀୟ ରିପୋର୍ଟ ‘ଅପରେସନ ସିନ୍ଦୂର’ ପରବର୍ତ୍ତି ଚିତ୍ରକୁ ସ୍ପଷ୍ଟ କରିଦେଇଛି। ‘ଦି ସଣ୍ଡେ ଗାର୍ଡିୟାନ ’ ଏହି ଇଣ୍ଟରନଲ ଡକ୍ୟୁମେଣ୍ଟ ଆକ୍ସେସ କରିଛି, ଯେଉଁଥିରେ ଭାରତୀୟ ବାୟୁସେନା (ଆଇଏଏଫ) ଆକ୍ରମଣରେ ହୋଇଥିବା କ୍ଷୟକ୍ଷତିର ବିବରଣୀ ରହିଛି। ରିପୋର୍ଟ ଅନୁସାରେ ରାଓଲପିଣ୍ଡି ନୂରଖାନ ଏୟାରବେସ୍ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି, ଏହାର ପୂରା ଡିଜିଟାଲ ସିଷ୍ଟମ ଧ୍ୱଂସ୍ତ ହୋଇଯାଇଛି। 

ଏହା ଛଡା ମୁସାଫ (ସରଗୋଧା), ମିନହାସ (କାମରା), ଫୈସଲ (କରାଚୀ), ଲୋଧରାନର ଏମଏମ  ଆଲମଏୟାରବେସ୍  ଓ ଇସ୍ଲାମାବାଦ ସେଣ୍ଚ୍ରାଲ କମାଣ୍ଡ ସେଣ୍ଟର ଭୀଷଣ କ୍ଷତିଗ୍ରସ୍ତ ହୋଇଥିବାର ରିପୋର୍ଟ କରାଯାଇଛି। ଏହି ରିପୋର୍ଟ ପ୍ରଥମ ଥର ପାକିସ୍ତାନ ବାୟୁସେନାର ଆନ୍ତରିକ ଚିନ୍ତାକୁ ଉଜାଗର କରିଛି, ଯେଉଁଥିରେ ଇଲେକ୍ଟ୍ରୋନିକ୍ ୱାରଫେୟର କ୍ଷମତା ନଷ୍ଟ ହେବା ଓ ବିଦ୍ୟୁତ ଗ୍ରୀଡ ନଷ୍ଟ ହୋଇଥିବା ପୁଷ୍ଟି ହୋଇଛି। 

ନୂରଖାନ ଏୟାରବେସ୍ ର ‘ବ୍ଲାଇଣ୍ଡର୍ସ’କୁ ଅନ୍ଧ କରିଦେଇଛି ଆଇଏଏଫ
ରିପୋର୍ଟରେ ପାକିସ୍ତାନର ଇଲେକ୍ଟ୍ରୋନିକ ଯୁଦ୍ଧ କ୍ଷମତାକୁ ନେଇ ସବୁଠୁ ଚମକାଇବା ଭଳି କଥା ଉଲ୍ଲେଖ ରହିଛି। ଏଥିରେ ନୂର ଖାନ ଏୟାରବେସ୍‌ ରୁ ଅପରେଟ ହେଉଥିବା ଡିଏ-୨୦ ଫାଲକନ ଜେଟ୍ ଯେଉଁଗୁଡିକୁ ପାକିସ୍ତାନ ବାୟୁସେନାର ୨୪ତମ ସ୍କ୍ୱାଡ୍ରନ ‘ବ୍ଲାଇଣ୍ଡର୍ସ’ ଚଳାନ୍ତି ତାହା ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଏହି ଜେଟ୍ ଶତ୍ରୁର ରାଡାର ଓ ସଞ୍ଚାର ପ୍ରଣାଳୀକୁ ଜାମ କରିବାର କ୍ଷମତା ରଖନ୍ତି, ହେଲେ ପାକିସ୍ତାନ ରିପୋର୍ଟରେ ସ୍ୱୀକାର କରିଛି ଯେ ଏହାର କ୍ଷମତା ପାଖାପାଖି ନଷ୍ଟ ହୋଇଯାଇଛି। ଏହାଛଡା ଲୋଧରାନସ୍ଥିତ ଏମଏମ ଆଲମ ଏୟାରବେସ୍ ନିଜର ସମସ୍ତ ଇଲେକ୍ଟ୍ରୋନିକ୍ ୱାରଫେୟାର ୟୁନିଟି ନଷ୍ଟ ହୋଇଥିବା ସ୍ୱୀକାର କରିଛି। ଏଥିରୁ ଭାରତ କେବଳ ପାରମ୍ପରିକ ଯୁଦ୍ଧ ନୁହେଁ ଡିଜିଟାଲ ଯୁଦ୍ଧକ୍ଷେତ୍ରରେ ମଧ୍ୟ ପାକିସ୍ତାନଠୁ ଆଗୁଆ ବୋଲି ପ୍ରମାଣିତ କରିଛି। 

ଜେନେରେଟର ମଗାଇବା ଖୋଲିଲା ବିଦ୍ୟୁତ ଗ୍ରୀଡ ନଷ୍ଟ ହେବାର ରହସ୍ୟ 
ପାକିସ୍ତାନୀ ବାୟୁସେନା ଇଣ୍ଟରନାଲ ରିପୋର୍ଟରେ ଭିତ୍ତିଭୂମି କ୍ଷତିର ଉଲ୍ଲେଖ କରିଛି। ଏଥିରେ ନୂରଖାନ, ଫୈସଲ ଓ ଏମଏମ ଆଲମ ଏୟାର ବେସ୍ ୫୦୦ କେଭିଏ ଓ ୪୫ କେଭିଏ କ୍ଷମତାର ଜେନେରେଟର ମଗାଇଛି। ଏଥିରୁ ଏହି ସବୁ ବାୟୁସେନା ଘାଟିର ସ୍ଥାୟୀ ବିଦ୍ୟୁତ ଗ୍ରୀଡ ନଷ୍ଟ ହୋଇଥିବା ପ୍ରମାଣିତ  ହେଉଛି। ଏହା ଛଡା ଟେକ୍ନୋଲଜିକାଲ କମ୍ୟୁନିକେସନ ସିଷ୍ଟମ ଧ୍ୱଂସ୍ତ ହେବା ଯୋଗୁ ପାକିସ୍ତାନୀ ବାୟୁସେନାର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ନେଟୱାର୍କ ପ୍ରଭାବିତ ହୋଇଛି। 

ରିପୋର୍ଟରେ ଇଣ୍ଟେଲ ଆଇ ନାଇନ୍ ପ୍ରୋସେସର, ଏନଭିଡିଆ ଏ୬୦୦୦ ଜିପିୟୁ ସର୍ଭର ଓ ସାଇବର ଡିଫେନସ ସିଷ୍ଟମ ମଧ୍ୟ ମଗାଯାଇଛି। ଏଥିରୁ ପାକିସ୍ତାନର ମିସନ ପ୍ଲାନିଂ ଓ ଡାଟା ପ୍ରୋସେସିଂ କ୍ଷମତାକୁ ଭାରତ ଧ୍ୱଂସ୍ତ କରି ଦେଇଥିବା ସ୍ପଷ୍ଟ ହୋଇଛି। 

ମିନହାସ ଏୟାର ବେସ୍ 
କାମରା ସ୍ଥିତ ମିନହାସ ଏୟାରବେସ୍ ଯାହାକୁ ପାକିସ୍ତାନ ବାୟୁସେନାର ସବୁଠୁ ସମ୍ବେଦନଶୀଳ ଫାସେଲିଟି ମଧ୍ୟରୁ ଗୋଟିଏ ବୋଲି କୁହାଯାଏ ଭୀଷଣ କ୍ଷତିର ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ ଏଠାରେ ସିଏମସି ମେସିନ, ୱେଲ୍ଡିଂ ଉପକରଣ ଓ ହାଇଡ୍ରୋଲିକ୍ ପ୍ରେସ୍ ଭଳି ଗୁରୁତ୍ୱପୂର୍ଣ୍ଣ ମରାମତି ସିଷ୍ଟମ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଏଗୁଡିକର ବ୍ୟବହାର ଯୁଦ୍ଧ ବିମାନର ଏୟାରଫ୍ରେମ ମରାମତି ନିମନ୍ତେ ହୋଇଥାଏ। ଏଥିରୁ ଜଣା ପଡୁଛି ଭାରତ ନା କେବଳ ପାକିସ୍ତାନର ଅପରେସନାଲ ଆଡ୍ଡାକୁ ଟାର୍ଗେଟ କରିଥିଲା ବରଂ ଏହାର ମରାମତି ଓ ରକ୍ଷାଣାବେକ୍ଷଣ ୟୁନିଟ୍ କୁ ମଧ୍ୟ ନଷ୍ଟ କରିଦେଇଛି। 

ପାକିସ୍ତାନ ବାୟୁସେନାର ଏହି ଇଣ୍ଟରନାଲ ରିପୋର୍ଟ ରୁ ପ୍ରମାଣିତ ହେଉଛି ଯେ ଭାରତ ସର୍ଜିକାଲ ଷ୍ଟ୍ରାଇକରୁ ଅନେକ ଆଗକୁ ଯାଇ ପାକିସ୍ତାନର ସାମରିକ କ୍ଷମତାକୁ ଜୋରଦାର ଝଟକା ଦେଇଛି। ନୂର ଖାନର ଡିଜିଟାଲ ସିଷ୍ଟମ ଧ୍ୱଂସ୍ତ ହେବା, ଇଲେକ୍ଟ୍ରୋନିକ ଯୁଦ୍ଧ କ୍ଷମତା ନଷ୍ଟ ହେବା ଓ ବିଦ୍ୟୁତ ଗ୍ରୀଡ ନଷ୍ଟ ହେବା ଏହା ଦର୍ଶାଉଛି ଯେ ଭାରତ ରଣନୈତିକ ରୂପେ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ଗୁଡିକୁ ବାଛିଥିଲା। ପାକିସ୍ତାନ ଏ ପର୍ଯ୍ୟନ୍ତ ଯେଉଁ କ୍ଷତି ଲୁଚାଉଥିଲା ତାହା ଏହି ରିପୋର୍ଟରୁ ସାମ୍ନାକୁ ଆସିଯାଇଛି। ତେବେ ଏଥିରୁ ପ୍ରଶ୍ନ ଉଠୁଛି ପାକିସ୍ତାନ ଏହାକୁ ପରାଜୟ ଭାବି  ଚୁପଚାପ ରହିବ ନା ପୁଣି ଭୁଲ ପଦକ୍ଷେପ ନେଇ ଭାରି ମୂଲ୍ୟ ଦେବ? ତେବେ ଭାରତ ଏଥିରେ ପ୍ରମାଣିତ କରିଦେଇଛି ଯେ ପାକିସ୍ତାନର ପ୍ରତ୍ୟେକ ଚ୍ୟାଲେଞ୍ଜକୁ ଭରପୁର ଜବାବ ଦେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.