ନୂଆଦିଲ୍ଲୀ: ଜଣେ ବିଶ୍ୱ ଆତଙ୍କବାଦୀଙ୍କୁ 'ସାଧାରଣ ପାକିସ୍ତାନୀ ନାଗରିକ' କହି ଫସିଗଲେ ହିନା ରବାନୀ ଖାର। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିନା ରବାନୀ ଖାରଙ୍କୁ ଲାଇଭ୍ ସାକ୍ଷାତକାର ସମୟରେ ଏକ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପ୍ରମୁଖ ଅନ୍ତର୍ଜାତୀୟ ନ୍ୟୁଜ୍ ଚ୍ୟାନେଲ୍ ଅଲ୍ ଜଜିରାକୁ ଦିଆଯାଇଥିବା ଏକ ସାକ୍ଷାତକାରରେ, ହିନା ରବାନୀ ଖାର ଭାରତର 'ଅପରେସନ୍ ସିନ୍ଦୁର' ଉପରେ ପାକିସ୍ତାନର ପକ୍ଷ ଉପସ୍ଥାପନ କରୁଥିଲେ। ଏହି ଅପରେସନରେ ଭାରତ ପାକ୍ ଅଧିକୃତ କାଶ୍ମୀରରେ ଅନେକ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା।
ସାକ୍ଷାତକାର ସମୟରେ, ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିନା ରବାନୀ ଖାର ହାଫିଜ୍ ଅବଦୁଲ୍ ରଉଫ୍ ସମ୍ପର୍କରେ ଭାରତକୁ ଆକ୍ଷେପ କରିଥିଲେ ଏବଂ କହିଥିଲେ, "ମୁଁ ସମ୍ପୂର୍ଣ୍ଣ ପ୍ରମାଣ ସହିତ ଏହା କହୁଛି ଯେ ସେହି ବ୍ୟକ୍ତି ଯିଏ ଭାରତ କହୁଛି ସେ ନୁହନ୍ତି। ପାକିସ୍ତାନରେ ଲକ୍ଷ ଲକ୍ଷ ଅବଦୁଲ୍ ରଉଫ୍ ଅଛନ୍ତି।"
ହିନା ଖୁର ନିହତ ଆତଙ୍କବାଦୀଙ୍କ ଶବଦାହରେ ଉପସ୍ଥିତ ହାଫିଜ୍ ଅବଦୁଲ୍ ରଉଫ୍ଙ୍କ ଭାଇରାଲ୍ ଫଟୋ ଦେଖାଇ ଦାବି କରିଥିଲେ ଯେ ଭାରତ ଭୁଲ ବ୍ୟକ୍ତିଙ୍କୁ ଦୋଷ ଦେଉଛି, କିନ୍ତୁ ସାକ୍ଷାତକାର ସମୟରେ ସାମ୍ବାଦିକ ଜଣକ ନିଜେ ହସ୍ତକ୍ଷେପ କରି କହିଥିଲେ ଯେ ପାକିସ୍ତାନୀ ସେନା ଏହି ଫଟୋକୁ ଫେକ୍ କହିନାହିଁ କିମ୍ବା ଅପରେସନ୍ ସିନ୍ଦୁର ପରେ ଏହାର ସାମ୍ବାଦିକ ସମ୍ମିଳନୀରେ ଏହାକୁ ଅସ୍ୱୀକାର କରିନାହିଁ।
Former Pak Foreign Minister Hina Rabbani Khar, speaking to Al-Jazeera, says that thousands of Abdur Raufs (terrorists) exist in Pakistan. Pak military officials have attended many funerals....
— Megh Updates 🚨™ (@MeghUpdates) July 9, 2025
Pakistan leaders have gone totally morally bankrupt! pic.twitter.com/sRJRVMWSe4
ସାମ୍ବାଦିକ ଜଣକ ହିନାଙ୍କୁ କହିଥିଲେ, "ପାକିସ୍ତାନୀ ସେନା ନିଜେ ଏହି ବ୍ୟକ୍ତିଙ୍କ ଜାତୀୟ ପରିଚୟପତ୍ର ଜାରି କରିଛି। ଆମେରିକାର ନିଷିଦ୍ଧ ତାଲିକାରେ ଅନ୍ତର୍ଭୁକ୍ତ ଆତଙ୍କବାଦୀ ହାଫିଜ୍ ଅବଦୁଲ୍ ରଉଫ୍ଙ୍କ ନାମରେ ସମାନ ପରିଚୟ ନମ୍ବର ପଞ୍ଜିକୃତ। ଅର୍ଥାତ୍, ଏହି ବ୍ୟକ୍ତି ହିଁ ସେହି ବ୍ୟକ୍ତି ଯାହାକୁ ଆମେରିକା ଆତଙ୍କବାଦୀ ଘୋଷଣା କରିଛି। ପାକିସ୍ତାନ ସେନା ଏହି ବ୍ୟକ୍ତିଙ୍କୁ ରକ୍ଷା କରୁଛି।
ହିନା ଏହାର ଉତ୍ତରରେ କହିଥିଲେ ଯେ, "ପାକିସ୍ତାନୀ ସେନା ଫଟୋରେ ଥିବା ବ୍ୟକ୍ତିଙ୍କୁ ରକ୍ଷା କରୁଛି, ଆମେରିକା ଦ୍ୱାରା ନିଷିଦ୍ଧ କରାଯାଇଥିବା ବ୍ୟକ୍ତିଙ୍କୁ ନୁହେଁ।" ଏହା ଉପରେ, ସାମ୍ବାଦିକ ପୁଣି ଥରେ ସ୍ପଷ୍ଟ କରିଥିଲେ ଯେ ଉଭୟଙ୍କ ପରିଚୟ ସମାନ, କାରଣ ସେମାନଙ୍କର ଉଭୟଙ୍କ ଆଇଡେଣ୍ଟି ନମ୍ବର ସମାନ।
ହାଫିଜ୍ ଅବଦୁଲ୍ ରଉଫ୍ଙ୍କ ଫଟୋ ବାହାରିବା ମାତ୍ରେ, ପାକିସ୍ତାନୀ ସେନା ଏହାକୁ ଘୋଡ଼ାଇବାକୁ ଚେଷ୍ଟା କରିଥିଲା ଏବଂ ତାଙ୍କୁ ଜଣେ ସାଧାରଣ ନାଗରିକ ବୋଲି କହିଥିଲା, କିନ୍ତୁ ସେନାର ନିଜ ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ପ୍ରକୃତ ପରିଚୟ ପ୍ରକାଶ କରିଥିଲେ। ଏହି ଫଟୋକୁ ଦେଖିବା ପରେ ହିନା ଫସିଯାଇଥିଲେ।