ଫୁଲ୍‌ ଫିଟନେସ୍, ଚମତ୍କାର ପେସ୍, କ୍ଲାସିକ୍ ଫିନିସ୍....ଟିମ୍ ଇଣ୍ଡିଆର 'ରକ୍‌-ସଲିଡ୍' ଚଟାଣ ଏବେ ପାଣ୍ଡ୍ୟା !

NEWS7
pak-cyber-groups-hack-attempt-at-defence-sites-personnel-info-compromised

ନୂଆଦିଲ୍ଲୀ ୧୦/୧୨: ପାଖେଇ ଆସୁଛି ଟି-୨୦ ବିଶ୍ୱକପ୍ । ଭାରତ ବର୍ତ୍ତମାନ ସିଂହାସନରେ ବସିଛି । କିନ୍ତୁ ସେହି ରଜା ହୋଇ ରହିବା ପାଇଁ ଦରକାର ଅନେକ ସାଧନ । ସଠିକ୍ ସନ୍ତୁଳନ, ଭାବିଚିନ୍ତି ଚୟନ କରିବା ଓ ପରୀକ୍ଷଣକୁ ସୀମିତ କରିବା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ଏବେ କାଣ୍ଟ ଛାଣ୍ଟର ସମୟ ଗଲାଣି । ଟିମ୍ ଇଣ୍ଡିଆ ପାଖରେ ଆଉ ଅଧିକ ମ୍ୟାଚ୍ ବାକି ନାହିଁ। ଏହାରି ଭିତରେ ଏସବୁ ମାତ୍ ଦେଇ ଆଗେଇ ଚାଲିଛନ୍ତି ଜଣେ ଖେଳାଳି । ଯିଏକି କେବଳ ଦଳକୁ ମଜବୁତ କରୁନାହାଁନ୍ତି ତ ବରଂ ପୁରା ଢାଞ୍ଚା ପରିବର୍ତ୍ତନ କରୁଛନ୍ତି । ସେ ହେଉଛନ୍ତି ଟିମ୍ ଇଣ୍ଡିଆର ଏକ ନମ୍ୱର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।


ସ୍ଲୋ, ଓଦା କଟକ ପିଚ୍‌ରେ, ଜଣଙ୍କ ପରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ କରୁଥିଲେ ସଂଘର୍ଷ । ଅଭିଷେକ ଶର୍ମା ପେଟରେ ବଲ ବାଜି ଆଘାତ ହୋଇଥିଲେ । ସେହିଭଳି ତିଲକ ବର୍ମା କେବଳ ବ୍ୟାଟ୍‌କୁ ଏୟାରରେ ବୁଲାଉଥିଲେ । ପୂର୍ବରୁ କ୍ୟାପଟେନ୍ ସୂର୍ଯ୍ୟା, ଭାଇସ କ୍ୟାପଟେନ୍ ଶୁଭମନ ଗିଲ୍ ସମୟ ଖୋଜିବା ଚେଷ୍ଟା କରୁଥିବା ବେଳେ କ୍ୟାଚ୍ ହୋଇଥିଲେ।

ତଥାପି ଯେଉଁଠି ଭାରତର ଦୁର୍ଗ ଭୁଶୁଡୁଥିଲା, ସେଇଠି ସଙ୍କଟମୋଚକ ସାଜିଥିଲେ କୁଂ ମ୍ଫୁ ପାଣ୍ଡ୍ୟା । ସେହି କଷ୍ଟକର ପିଚ୍‌ରେ, ହାର୍ଦ୍ଦିକ ପାଣ୍ଡ୍ୟା ନଜର ଆସିଥିଲେ ଅଲଗା ଅନ୍ଦାଜରେ । ଦକ୍ଷିଣ ଆଫ୍ରିକାର ବୋଲିଂକୁ କାଟି ଦେଖାଇଥିଲେ ଦମ୍ । ଏପରି ପ୍ରଦର୍ଶନ କରିଥିଲେ ଯେ, ୱିକେଟ୍‌ର କଷ୍ଟ ମଧ୍ୟ ତାଙ୍କ ପାଇଁ ହାର ମାନୁଥିବା ପରି ମନେ ହେଉଥିଲା । ୨୮ ବଲ୍‌ରେ ଅପରାଜିତ ୫୯ ରନ୍ । ଚାରିଟି ହାଇ ଛକା ଓ ଆରମ୍ଭରେ ଦୁଇଟି ନୋ-ଲୁକ୍ ଛକା ମାରିଥିଲେ । ଆଉ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ କମେଣ୍ଟେଟର୍ ଡେଲ୍ ଷ୍ଟେନ୍‌ଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଥିଲା । ସେ ଚିତ୍କାର କରି କହିଥିଲେ, "ମୁଁ ମୋ ଜୀବନ ପାଇଁ ଭୟଭୀତ। ଅର୍ଥାତ୍ ଗତି, ଦକ୍ଷତା ଓ ଶ୍ରେଣୀ ସବୁଥିରେ ମାଷ୍ଟର ।

ଯେତେବେଳେ ହାର୍ଦ୍ଦିକ କ୍ରିଜକୁ ଆସିଥିଲେ, ଭାରତ ୧୨ ଓଭରରେ ୭୪ ରନ କରି ହରାଇଥିଲା ୪ ଓ୍ୱିକେଟ । ଭାରି ଘଡିସନ୍ଧି ମୂହୂର୍ତ୍ତ ଦେଇ ଗତି କରୁଥିଲା ମେନ୍ ଇନ୍ ବ୍ଲୁ । ଯାହା ଲାଗୁଥିଲା  ଦଳ କଷ୍ଟ ମଷ୍ଟେ ୧୫୦ ରନରେ ପହଞ୍ଚିବ । କିନ୍ତୁ କାନ୍ଧ ଉପରେ ସବୁ ଭାର କାନ୍ଧେଇ ଆଗେଇ ଆସିଥିଲେ ପାଣ୍ଡ୍ୟା । ଜବରଦସ୍ତ ବ୍ୟାଟିଂ ବଳରେ ଭାରତର ସ୍କୋର ପହଞ୍ଚିଥିଲା ସମ୍ମାନଜନକ ସ୍ଥିତ ୧୭୫ରେ । ଯାହାକୁ ପାର୍ କରିବା ତ ଦୂରର କଥା ଛୁଇଁପାରିଲାନଥିଲା ଦକ୍ଷିଣ ଆଫ୍ରିକା । କେବଳ ବ୍ୟାଟିଂ ନୁହେଁ ବୋଲିଂରେ ବି, କମାଲ କରିଥିଲେ ପାଣ୍ଡ୍ୟା ଦ ଗ୍ରେଟ୍ । ଡେଭିଡ୍ ମିଲରଙ୍କୁ ମାତ୍ର ୧ ରନରେ କ୍ୟାଚ୍ କରାଇ ଦେଇଥିଲେ ଝଟକା । ଯାହା ପ୍ରତିପକ୍ଷ ଦଳକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲା । ଦକ୍ଷିଣ ଆଫ୍ରିକା କେବଳ ୭୪ ରନରେ ପତନ ଘଟିଥିଲା । ଯାହା ଥିଲା ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ T20I ସ୍କୋର ।

ପ୍ରଶଂସକମାନେ ୨୦୨୪ ଟି-୨୦ ବିଶ୍ୱକପ୍ ଫାଇନାଲର ସେହି ରୋମାଞ୍ଚକର ମୁହୂର୍ତ୍ତକୁ ମନେ ରଖିଥିବେ । ଯେତେବେଳେ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ୨୪ବଲ୍ ରୁ ୨୬ରନ୍ ଆବଶ୍ୟକ ଥିଲା । ମନେ ହେଉଥିଲା ମ୍ୟାଚ୍ ହାତରୁ ଖସି ଯାଉଛି । କିନ୍ତୁ ଠିକ୍ ସେହି ମୁହୂର୍ତ୍ତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଡ଼କୁ ମୁହାଁଇଥିଲା ଭାରତ । ହାର୍ଦ୍ଦିକ ୧୭ତମ ଓଭରର ପ୍ରଥମ ବଲ୍ ସହିତ ଫର୍ମରେ ଥିବା ହେନରିକ କ୍ଲାସେନ୍ (୫୨)ଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ। ଏହି ବଲ୍ ମ୍ୟାଚ୍‌କୁ ବଦଳାଇ ଦେଇଥିଲା । ସେଠାରୁ, ଟିମ୍ ଇଣ୍ଡିଆ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା । ଟାଇଟଲ୍ ବି ଜିତିଥିଲା।

ମିଡିଲ ଅର୍ଡରରେ ପାଣ୍ଡ୍ୟା ଯେକୌଣସି ସ୍ଥାନରେ କମ୍ପଟେବଲ । ତାଙ୍କ ଉପସ୍ଥିତି ୮ ନମ୍ବରରେ ମଧ୍ୟ ଭାରତର ବ୍ୟାଟିଂକୁ ମଜବୁତ ଦେଖାଯାଏ । ତାଙ୍କ ଆଘାତ ୨୦୨୩ ଏକଦିବସୀୟ ବିଶ୍ୱକପ୍‌ରେ ସନ୍ତୁଳନକୁ ବିପର୍ଯ୍ୟସ୍ତ କରିଥିଲା । ଏହାର ପ୍ରଭାବ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅନୁଭୂତ ହୋଇଥିଲା। ସେତିକି ନୁହେଁ ତାଙ୍କ ଉପସ୍ଥିତି ଭାରତକୁ ଛଅଟି ବୋଲିଂ ବିକଳ୍ପ ବି ପ୍ରଦାନ କରେ। ସେ ପିଚ୍ ଉପରେ ନିର୍ଭର କରି ନୂତନ ବଲ୍ ବି ନେଇପାରନ୍ତି ।

ଅନ୍ୟ କୌଣସି ଦଳ ପାଖରେ ଏପରି ବିକଳ୍ପ ଉପଲବ୍ଧ ନାହିଁ । ଏସବୁ ବାଦ୍ ବି ହାର୍ଦ୍ଦିକ ନିଜ ପର୍ସନାଲିଟି ପାଇଁ ବି ବେଷ୍ଟ । ତାଙ୍କ ମତରେ ହାର୍ଦ୍ଦିକ ପାଣ୍ଡ୍ୟା କ'ଣ ଚାହେଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଭାରତ କ'ଣ ଚାହେଁ ତାହା ଗୁରୁତ୍ୱପୂର୍ଣ୍ଣ । ତାଙ୍କର ପ୍ରାଥମିକତା ସର୍ବଦା ଦଳ ହୋଇଆସିଛି । ପରିସଂଖ୍ୟାନ ବି କୁହେ ୨୦୧୪ ପରଠାରୁ, ଯେତେବେଳେ ହାର୍ଦ୍ଦିକ ଦଳର ଅଂଶ ହୋଇଛନ୍ତି । ଭାରତ ଜିତିଛି ୨୯ ଟି T-ମ୍ୟାଚ୍ ମଧ୍ୟରୁ ମାତ୍ର ୨୬ ମ୍ୟାଚ୍ ।