LIVE TV
LIVE TV

ଶୂନ୍ୟକାଳରେ ଉଠିଲା ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ଫାଇଲ୍ ରିଓପନ କରି ପରିବାରକୁ ନ୍ୟାୟ ଦେବାକୁ ଦାବି

NEWS7
pak-attacked-health-facilities-school-says-colonel-sofiya-qureshi

ଭୁବନେଶ୍ବର ୩।୧୨: ରିଓପନ୍ ହେବ କି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ? ଶୂନ୍ୟକାଳରେ ଉଠିଲା ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଫାଇଲ୍ ରିଓପନ କରିବାକୁ ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡା ଦାବି କରିଛନ୍ତି ।

ଶୂନ୍ୟକାଳରେ ବିଧାନସଭାରେ ଉଠିଲା ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଏହି ପ୍ରସଙ୍ଗ ଉଠେଇଛନ୍ତି ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡା । ଏହି ଫାଇଲକୁ ରିଓପନ କରିବାକୁ ସେ ଦାବି କରିଛନ୍ତି । ଏହି ମାମଲାରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସମ୍ପୃକ୍ତ ରହିଛି । ଯାହା ପାଇଁ ପୂର୍ବ ସରକାରରେ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ବନ୍ଧା ଯାଇନାହିଁ । ଯେଉଁଥି ପାଇଁ ଆଜି ବି ନ୍ୟାୟ ଅପେକ୍ଷାରେ ତାଙ୍କ ପରିବାର ଲୋକ ରହିଛନ୍ତି । ହାଇକୋର୍ଟ କହିଥିଲେ ମଧ୍ୟ ଏହାର ତଦନ୍ତ କରାଯାଇ ନାହିଁ । ତୁରନ୍ତ ତଦନ୍ତ କରି ତା ପରିବାରକୁ ନ୍ୟାୟ ଦିଆଯାଉ ବୋଲି ସିମୁଳିଆ ବିଧାୟକ କହିଛନ୍ତି ।

ସୂଚନାଯୋଗ୍ୟ ଯେ,ଗତ ୨୦୨୧ ମସିହା ଜୁଲାଇ ୧୧ତାରିଖରେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେଏସିଏଫସୌମ୍ୟରଞ୍ଜନପରବର୍ତ୍ତୀସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ ସମ୍ଭାଳିଥିଲା । କିନ୍ତୁ ଅଭିଯୁକ୍ତ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀଙ୍କ ସମେତ ରୋଷେୟା ମନ୍ମଥ କୁଣ୍ଡୁଙ୍କୁ କ୍ଲିନଚିଟ୍ ଦେଇଥିଲା କ୍ରାଇମବ୍ରାଞ୍ଚ । ଯାହାକୁ ଚ୍ୟାଲେଞ୍ଜ କରି ସୌମ୍ୟରଞ୍ଜନଙ୍କ ପରିବାର ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ମାମଲା ଦାୟର କରିଥିଲେ । ଉକ୍ତ ଆବେଦନର ଶୁଣାଣି କରି ଏସଡିଜେଏମ କୋର୍ଟ ପାରଳାଖେମୁଣ୍ଡି, ଏହି ୩ ଜଣଙ୍କୁ ପକ୍ଷଭୁକ୍ତ କରିଥିଲେ । ସମସ୍ତଙ୍କ ବିରୋଧରେ ଆଇପିସିର ଦଫା ୩୦୨ (ହତ୍ୟା) ଏବଂ ଆଇପିସି ୧୨୦ (ବି) ଅପରାଧିକ ଷଡ଼ଯନ୍ତ୍ର ଅନୁସାରେ ମକଦ୍ଦମା ଚାଲିବ ବୋଲି ନିମ୍ନ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ କାର୍ଯ୍ୟକାରୀ ନହେବାରୁ ୨୦୨୩ ମସିହାରେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ନନ୍ ବେଲେବୁଲ ୱାରେଣ୍ଟ ମଧ୍ୟ ଜାରି ହୋଇଥିଲା । ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ମାନେ ସାମୟିକ ଆଶ୍ବସ୍ତି ପାଇଥିଲେ । କାରଣ ନିମ୍ନ ଅଦାଲତଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । କିନ୍ତୁ ଚଳିତ ବର୍ଷ ବିଦ୍ୟାଭାରତୀ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ, ଏସ୍ଡିଜେଏମ୍ ପାରଳାଖେମୁଣ୍ଡିଙ୍କ ପ୍ରଥମ ନିର୍ଦ୍ଦେଶକୁ ରଦ୍ଦ କରିବା ଲାଗି ଆବେଦନ କଲେ । ଯାହାକୁ ହାଇକୋର୍ଟ ଆଗ୍ରହ୍ୟ କରିଦେଇଛନ୍ତି । ତେଣୁ ଆଗକୁ ବିଦ୍ୟାଭାରତୀଙ୍କ ସମେତ ଅନ୍ୟ ଅଭିଯୁକ୍ତ ମାନେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ଅଭିଯୋଗ ଜନିତ ମାମଲାକୁ ସାମ୍ନା କରିବେ।