LIVE TV

ପରଲୋକରେ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ମାଆ, ୮୯ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ

NEWS7
paika-bidroha-film-in-mumbai-short-film

ନୂଆଦିଲ୍ଲୀ: ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ମାଆ ହେମୱନ୍ତି ଦେବୀଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ପଙ୍କଜଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଅକ୍ଟୋବର ୩୧ ତାରିଖରେ ହେମଓ୍ବନ୍ତି ଦେବୀ ବିହାର ଗୋପାଳଗଞ୍ଜ ଜିଲ୍ଲାର ବେଲସଣ୍ଡ ଗାଁରେ ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ହେମୱନ୍ତି ଦେବୀ କିଛି ଦିନ ଧରି ଅସୁସ୍ଥ ଥିଲେ ।

ସେହିଭଳି ଦୁଃଖର ସମୟରେ ପରିବାରକୁ ହଇରାଣ ନକରିବାକୁ ପଙ୍କଜ ତ୍ରୀପାଠୀଙ୍କ ପକ୍ଷରୁ ଅପିଲ କରାଯାଇଛି । ହେମଓ୍ବନ୍ତି ଦେବୀଙ୍କ ଅମର ଆତ୍ମାର ସଦଗତି କମନା ଲାଗି ତାଙ୍କ ପରିବାର ନିବେଦନ କରାଯାଇଛି। ପଙ୍କଜ ପ୍ରାୟତଃ କହୁଥିଲେ ଯେ, ତାଙ୍କ ମାଆ ତାଙ୍କୁ ଶୃଙ୍ଖଳା, ନମ୍ରତା ଏବଂ ଦୟା ଶିଖାଇଥିଲେ।

ଗୋପାଳଗଞ୍ଜର ଏକ ଚାଷୀ ପରିବାରରୁ ଆସିଥିବା ପଙ୍କଜ ସର୍ବଦା ତାଙ୍କର ସରଳତା ଏବଂ ମୂଳକୁ ମୂଲ୍ୟ ଦେଇଥିଲେ। ବଲିଉଡରେ ସଫଳତା ସତ୍ତ୍ୱେ, ସେ ତାଙ୍କ ଗାଁ ଏବଂ ପିତାମାତାଙ୍କ ସହିତ ଗଭୀର ଭାବରେ ଜଡ଼ିତ ଥିଲେ । ପ୍ରଶଂସକ ଏବଂ କଳାକାର ଜଗତ ସୋସିଆଲ ମିଡିଆରେ ପଙ୍କଜ ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ତାଙ୍କ ମାଆଙ୍କ ପାଇଁ ପ୍ରାର୍ଥନା କରିଛନ୍ତି।