ପଦ୍ମନାଭ ସ୍ୱାମୀ ମନ୍ଦିରକୁ ଜିଏସଟି ବିଭାଗର ନୋଟିସ, ୭ ବର୍ଷର ବକେୟା ୧.୫ କୋଟି ଟଙ୍କା

Published By : Prameya-News7 Bureau | November 04, 2024 IST

ନୂଆଦିଲ୍ଲୀ: କେରଳର ଥିରୁଅନନ୍ତପୁରମରେ ଭାରତର ସବୁଠାରୁ ଧନୀ ମନ୍ଦିର ପଦ୍ମନାଭ ସ୍ୱାମୀ ମନ୍ଦିର ରହିଛି । ଏହି ମନ୍ଦିର ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ଆସ୍ଥାର କେନ୍ଦ୍ର ହୋଇ ରହିଛି । ଏବେ ଏହି ହିନ୍ଦୁ ମନ୍ଦିରକୁ ଜିଏସଟି ବିଭାଗ ନୋଟିସ୍ ପଠାଇ ୧.୫୭ କୋଟି ଟଙ୍କା ବକେୟା ଜିଏସଟି ପୈଠ କରିବା ପାଇଁ କହିଛି । ମନ୍ଦିର ଉପରେ ୭ ବର୍ଷର ଜିଏସଟି ବକେୟା ଥିବା ନୋଟିସରେ କୁହାଯାଇଛି ।

ବିଭାଗ ପକ୍ଷରୁ ଜାରି ନୋଟିସ ଅନୁସାରେ ବିଭିନ୍ନ ମାର୍ଗରେ ମନ୍ଦିରର ଆୟ ହେଉଛି । ଏଥିରେ ଭକ୍ତଙ୍କ ଦ୍ୱାରା ଦାନ କରାଯାଉଥିବା କପଡ଼ା ସାମିଲ ରହିଛି, ଯେଉଁଥିରୁ ମନ୍ଦିର ପ୍ରଶାସନ ଆୟ କରିଥାଏ । ଏହା ବ୍ୟତୀତ ମୂର୍ତ୍ତି ବିକ୍ରିରୁ ହେଉଥିବା ଲାଭ ମଧ୍ୟ ସାମିଲ ରହିଛି । ଏହାସହ ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ହାତୀଙ୍କୁ ଭଡ଼ାରେ ନିଅନ୍ତି, ଯେଉଁଥିରୁ ମନ୍ଦିରର ଆୟ ହୋଇଥାଏ ।

ରିପୋର୍ଟ ଅନୁସାରେ ମନ୍ଦିର ପ୍ରଶାସନ ଗତ ସାତ ବର୍ଷ ଧରି ଜିଏସଟି ପୈଠ କରି ନାହିଁ । ଏହାପରେ ମନ୍ଦିର ପ୍ରଶାସନକୁ ନୋଟିସ ପଠାଯାଇଛି । ଅନ୍ୟପଟେ ଏହି ମାମଲାରେ ମନ୍ଦିର ପ୍ରଶାସନର ଅଧିକାରୀ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି । ସେମାନଙ୍କ କହିବା ଅନୁସାରେ ମନ୍ଦିରକୁ ଟ୍ୟାକ୍ସରେ ଅନେକ ପ୍ରକାର ରିହାତି ରହିଛି । ଏହି ଅବଧିରେ ଟ୍ୟାକ୍ସ ଯୋଗ୍ୟ ଆୟ କେବଳ ୧୬ ଲକ୍ଷ ଟଙ୍କା । ଏଥିରୁ ୩ ଲକ୍ଷ ଟଙ୍କା ପୈଠ କରାଯାଇଛି । ସେପଟେ ବିଭାଗର କହିବା କଥା ମନ୍ଦିର ପ୍ରଶାସନ ବକେୟା ଟ୍ୟାକ୍ସ ୨୦୧୭ରୁ ଜମା କରି ନାହିଁ । ଟଙ୍କା ପୈଠ ନକଲେ ଜରିମାନା ଲାଗିବ । ଜରିମାନା ନଦେବା କ୍ଷେତ୍ରରେ ୧୮ ପ୍ରତିଶତ ସୁଧ ଦେବାକୁ ପଡ଼ିବ ।

ଥିରୁଅନନ୍ତପୁରମ ସ୍ଥିତ ପଦ୍ମନାଭ ମନ୍ଦିର ଏକ ପ୍ରାଚୀନ ହିନ୍ଦୁ ମନ୍ଦିର । ୧୭୩୩ ମସିହାରେ ଏହାର ପୁନର୍ନିର୍ମାଣ କରାଯାଇଥିଲା । ମହାରାଜା ମାର୍ତଡ଼ ବର୍ମା ଏହି ମନ୍ଦିରର ଜୀର୍ଣ୍ଣୋଦ୍ଧାର କରିଥିଲେ । ମନ୍ଦିରରେ ଗର୍ଭଗୃହରେ ଭଗବାନ ବିଷ୍ଣୁଙ୍କ ପ୍ରଚୀନ ମୂର୍ତ୍ତି ରହିଛି । ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ଶୟନ ମୁଦ୍ରାରେ ବିରାଜମାନ ଅଛି । ଭାଗବାନ ବିଷ୍ଣଙ୍କୁ ବିଶ୍ରାମ କରିବା ଅବସ୍ଥାକୁ ପଦ୍ମନାଭ କୁହାଯାଏ, ଏହି କାରଣରୁ ମନ୍ଦିରରକୁ ପଦ୍ମନାଭ ମନ୍ଦିର କୁହାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.