LIVE TV

ସରକାରୀ ଦଳରେ ଥିଲୁ, ସରକାରୀ ଦଳରେ ରହିବୁ... ଏହି ମୋହ ପ୍ରଭାବିତ କଲା

NEWS7
padma-shri-baba-sivananda-maharaj-passes-away

ଭୁବନେଶ୍ବର ୧୧: ନୂଆପଡ଼ା ଉପନିର୍ବାଚନ ପରାଜୟର କାରଣ ଖୋଜିବ ବିଜେଡ଼ି । ଏଭଳି ମନ୍ତବ୍ୟ ରଖିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ସେ କହିଛନ୍ତି, ଏହି ରେଜଲ୍ଟ ସମସ୍ତଙ୍କୁ ବ୍ୟଥିତ କରିଛି । ଆଗକୁ ଦଳ ଉପରେ ନିଶ୍ଚିତ ପ୍ରଭାବ ପଡିବ । ବିଜେଡି କିଛି ସମୟ ପାଇଁ ଯନ୍ତ୍ରଣା ପାଇବ । ବିପର୍ଯ୍ୟୟ କହିଲେ ଦୁଇଟି ଦିଗକୁ ବୁଝାଯାଏ । ବଡ଼ ବ୍ୟବଧାନରେ ହାରିବା ଆଉ ପ୍ରଥମ ସ୍ଥାନରୁ ତୃତୀୟ ସ୍ଥାନକୁ ଯିବା । ପ୍ରଥମ ସ୍ଥାନ ପାଇଁ ଲଢୁଥିଲା ବିଜେଡି । କାରଣ ଖୋଜିବାକୁ ପଡିବ । ଯନ୍ତ୍ରଣା ମୁକ୍ତ ହେଲା ପରେ କାରଣ ଖୋଜିବ ବିଜେଡି । ଫଳାଫଳ ଅଭାବନୀୟ ।

ବିଜେଡିର ପରାଜୟ ହେବ ବିଜେଡି ତୃତୀୟ ସ୍ଥାନକୁ ଯିବ, ବିଜେପି ଇତିହାସ ରଚନା କରିବ ନୂଆପଡାବାସୀ ଭାବିନଥିଲେ । ନୂଆପଡାବାସୀ ସବୁବେଳେ ସରକାରୀ ଦଳ ପ୍ରତି ମମତା ରଖନ୍ତି । ସରକାରୀ ଦଳରେ ଥିଲୁ, ସରକାରୀ ଦଳରେ ରହିବୁ... ଏହି ମୋହ ପ୍ରଭାବିତ କଲା ।

ନିର୍ବାଚନ ପରିଚାଳନା ବିରଳ । ମୁକ୍ତ ଆଉ ଅବାଧ ନଥିଲା ନିର୍ବାଚନ । ୧୭ ମାସ ତଳେ ଯେଉଁ ଦଳ ୧୦ ହଜାର ଭୋଟ୍‌ରେ ଜିତିଥିଲା ଆଜି ସେ ଦଳ ଏତେ ଭୋଟ୍‌ରେ ହାରିଲା । ୪୧ଟି ବୁଥ୍‌ରେ ୯୧ ପ୍ରତିଶତରୁ ଅଧିକ ପୁଲିଂ ହେଲା ଏହା ସହଜରେ ବିଶ୍ୱାସ ହେଉନି । ବୁଥ୍ ନଂ ୬୯ ୱାର୍ଡ ନଂ ୧୧ରେ ଭୋଟ୍ ସରିଲା କିନ୍ତୁ ଦସ୍ତଖତ ନଥାଇ କାଗଜ ଦେଲେ । ଜିତିଛନ୍ତି ସେ ଉଲ୍ଲସିତ ଯାହା କହିବେ ଗ୍ରହଣ କରିବାକୁ ପଡିବ କିନ୍ତୁ ଆମେ ବେଇମାନ କହିଛୁ ଯେଉଁ ମାନେ ବିଜେଡି ସହ ଥିଲେ । ନବୀନଙ୍କ ଆଶୀର୍ବାଦରେ ଅନେକ ବିକାଶ କାର୍ଯ୍ୟ ହୋଇଛି । ହଠାତ ମତ ପରିବର୍ତ୍ତନ କରି ଦଳ ପରିବର୍ତ୍ତନ କରିବା ବେଇମାନ ନୁହେଁ ତ ଆଉ କ’ଣ ବୋଲି ଗଣେଶ୍ବର ପ୍ରଶ୍ନ କରିଛନ୍ତି ।