ପାକିସ୍ତାନର ଭୟଙ୍କର କ୍ଷତି : ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା

NEWS7
padma-shri-awardee-s-damodaran-who-is-selling-veggies

କାବୁଲ, ୦୪ /୦୩: ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ । ଅନ୍ୟ ଦିଗରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମୁହାଁମୁହିଁ । ପାକ୍ ର ଏୟାରଷ୍ଟ୍ରାଇକ୍ ପରେ ଆଫଗାନିସ୍ତାନ ଲଗାତାର ଭାବେ ଆକ୍ରମଣ କରୁଛି । ଯେଉଁଥିରେ ଅନେକ ପାକ୍ ପୋଷ୍ଟ୍ କବଜା କରିଛି ତାଲିବାନ । ଏହାସହ ଶହଶହ ପାକିସ୍ତାନୀ ଯବାନ ନିହତ ହୋଇଛନ୍ତି । ଏନେଇ ଦାବି କରିଛନ୍ତି ଆଫଗାନ୍ ସୀମା ବଳର ମୁଖପାତ୍ର ଅବୀଦୁଲ୍ଲାହ ଉକାବ୍ ।

ଆଫଗାନ୍ ସୀମା ବଳର ମୁଖପାତ୍ର ଅବୀଦୁଲ୍ଲାହ ଉକାବଙ୍କ କହିବାନୁସାରେ, ଗତ ୫ ଦିନ ମଧ୍ୟରେ ପାକିସ୍ତାନର ଖୁବ୍ କ୍ଷତି ହୋଇଛି । ୧୫୦ରୁ ଅଧିକ ପାକ୍ ରେଞ୍ଜର୍ସ ନିହତ ହୋଇଛନ୍ତି । ୨୦୦ ସୈନ୍ୟ ଗୁରୁତର ଅଛନ୍ତି । ପାକିସ୍ତାନର ୪୦ ପୋଷ୍ଟ୍ ଉପରେ ତାଲିବାନ କବଜା କରିଛି ।

ଏହି ଖବରଟି ପଢନ୍ତୁ... ଆମେରିକାର ଆଖି ଧ୍ୱଂସ...ସବୁଠୁ ଶକ୍ତିଶାଳୀ ରାଡାର ସିଷ୍ଟମକୁ ନଷ୍ଟ କରିଦେଲା ଇରାନ

ସେ ଆହୁରି କହିଛନ୍ତି ଯେ, ଆଫଗାନ୍ ଡିଫେନ୍ସ ଫୋର୍ସେସ ପାକିସ୍ତାନର ଯେକୌଣସି ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ । ପାକ୍ ତରଫରୁ ଅନେକ ଡ୍ରୋନ୍ ପଠାଯାଇଥିଲା । ଯାହାକୁ ଅକାମୀ କରାଯାଇଛି । ଆଫଗାନିସ୍ତାନର ଗୁଇନ୍ଦା ତଥ୍ୟ ହାସଲ ପାଇଁ ଇସଲାମାବାଦ କିଛି ଡ୍ରୋନ୍ ପଠାଇଥିଲା । ତାହାକୁ ମଧ୍ୟ ଖସାଇ ଦିଆଯାଇଛି ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଆଫଗାନ ଏବଂ ତାଲିବାନ କଛି ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ପାକିସ୍ତାନ ପୋଷ୍ଟକୁ କିଛି ତାଲିବାନ ସଦସ୍ୟ କବଜା କରୁଥିବା ଦେଖିବାକୁ ମିଳିଛି । ସେମାନେ ପାକ୍ ସୈନ୍ୟଙ୍କ ଜିନିଷପତ୍ର, ସାଟେଲାଇଟ୍ ଫୋନ୍ , ଅସ୍ତ୍ରଶସ୍ତ୍ର ଆଦି ଜବତ କରୁଛନ୍ତି । ପାକ୍ ଯବାନ ହାତ ଉପରକୁ କରି ଧାଇଁ ପଳାଉଛନ୍ତି ।