LIVE TV

ବୁରେଭେଷ୍ଟନିକ୍ କ୍ରୁଜ୍ ମିସାଇଲ୍‌ର ସଫଳ ପରୀକ୍ଷଣ କଲା ଋଷ: ପୁଟିନ କହିଲେ, ଏହାକୁ କେହି ଅଟକାଇ ପାରିବେନି

NEWS7
padma-bhushan-recipient-and-womens-rights-activist-ela-bhatt-passes-away-at-89

ମସ୍କୋ: ପରମାଣୁ ଶକ୍ତି କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେଲା ଋଷ। ଏବେ ପୁଟିନଙ୍କ ଏହି ମିଶାଇଲ୍‌କୁ ରୋକିପାରିବନି କୌଣସି ଦେଶର ଏୟାର ଡିଫେନ୍ସ ସିଷ୍ଟମ। କାରଣ ଋଷ ଏବେ ପରମାଣୁ ଶକ୍ତି ସମ୍ପନ୍ନ ବୁରେଭେଷ୍ଟନିକ୍ କ୍ରୁଜ୍ ମିସାଇଲ୍‌ର ସଫଳ ପରୀକ୍ଷଣ କରିଛି। ଏହି ମିଶାଇଲ ଏତେ ଶକ୍ତିଶାଳୀ ଯେ କୌଣସି ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏହାକୁ ରୋକିପାରିବ ନାହିଁସମସ୍ତ ଏୟାର ଡିଫେନ୍ସ ସିଷ୍ଟମକୁ ଏହି ମିଶାଇଲ ଭେଦ କରିପାରିବ ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ବର୍ତ୍ତମାନ ଋଷ ଏହି ଶକ୍ତିଶାଳୀ ବୁରେଭେଷ୍ଟନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରକୁ ସୀମାରେ ମୁତୟନ କରିବାକୁ ଅଗ୍ରସର  ଯାଉଛି।

ଋଷ ନ୍ୟୁକ୍ଲିୟର ଯୁଦ୍ଧାଭ୍ୟାସ କରୁଥିବା ବେଳେ ଅକ୍ଟୋବର ୨୧ ତାରିଖରେ ଏହି ପରମାଣୁ କ୍ଷମତାସମ୍ପନ୍ନ ବୁରେଭେଷ୍ଟନିକ୍ କ୍ରୁଜ୍ ମିସାଇଲ୍‌ର ସଫଳ ପରୀକ୍ଷଣ କରିଥିଲା। ୟୁକ୍ରେନ୍ ଯୁଦ୍ଧରେ ସେ ପଶ୍ଚିମ ଦେଶଗୁଡ଼ିକର ଚାପରେ ନଇଁବ ନାହଁ ବୋଲି ଋଷ ଏହି ମିଶାଇଲ ପରୀକ୍ଷଣ କରି ସଂକେତ ଦେଇଥିଲା। ୟୁକ୍ରେନ ଯୁଦ୍ଧ ରୋକିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଉପରେ କଠୋର ଆଭିମୁଖ୍ୟ ଆପଣାଉ ଥିବା ସମୟରେ ଋଷ ଏହି ମିସାଇଲ ଟେଷ୍ଟ କରି ଆମେରିକାକୁ ଜବାବ ଦେଇଛି।  

ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରଟି ପ୍ରାୟ ୧୪,୦୦୦ କିଲୋମିଟର (୮,୭୦୦ ମାଇଲ୍) ଯାତ୍ରା କରିଥିଲା ​​ଏବଂ ପ୍ରାୟ ୧୫ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡ଼ିଥିଲା। ଏନେଇ ରୁଷିଆର ସର୍ବୋଚ୍ଚ ଜେନେରାଲ, ସଶସ୍ତ୍ର ବାହିନୀର ଜେନେରାଲ ଷ୍ଟାଫ୍ ମୁଖ୍ୟ ଭାଲେରି ଗେରାସିମୋଭ୍ ପୁଟିନଙ୍କୁ ସୂଚନା ଦେଇଥିଲେ। ମିସାଇକୁ ନେଇ ରୁଷ କହିଛି ଯେ 9M730 ବୁରେଭେଷ୍ଟନିକ୍ ମିସାଇଲକୁ ଷ୍ଟର୍ମ ପେଟ୍ରେଲ୍ ମଧ୍ୟ କୁହାଯାଉଛି। ନାଟୋ ଏହାକୁ SSC-X-9 ସ୍କାଇଫଲ୍ ଭାବରେ ନାମିତ କରିଛି। ଏହାର ପ୍ରାୟ ଅନଲିମିଟେଡ ରେଞ୍ଜ୍ ଓ ଅନିଶ୍ଚିତ ଉଡ଼ାଣ ପଥ ଯୋଗୁ ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏହି କ୍ଷେପଣାସ୍ତ୍ର ଅଜେୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଋଷ କହିଛି।

ରବିବାର କ୍ରେମଲିନ୍ ଜାରି କରିଥିବା ବିବୃତ୍ତିରେ କହିଛି "ଏହା ଏକ ଅନନ୍ୟ ଅସ୍ତ୍ର, ଯାହା ବିଶ୍ୱର ଅନ୍ୟ କାହା ପାଖରେ ନାହିଁ।" ୨୦୧୮ ମସିହାରେ ପ୍ରଥମ ଥର ପାଇଁ ୯ଏମ୭୩୦ ବୁରେଭେଷ୍ଟନିକ୍ ଉନ୍ମୋଚନ କରିବା ପରଠାରୁ, ପୁଟିନ୍ ଏହାକୁ ଆମେରିକାର କ୍ଷେପଣାସ୍ତ୍ର ପ୍ରତିରକ୍ଷା କାର୍ଯ୍ୟକ୍ରମ ପ୍ରତି ମସ୍କୋର ପ୍ରତିକ୍ରିୟା ଭାବରେ ଦର୍ଶାଇଛନ୍ତି।

ବୁରେଭେଷ୍ଟନିକ୍ କ୍ରୁଜ୍ ମିସାଇଲ୍ କ'?

9M730 ବୁରେଭେଷ୍ଟନିକ୍, କିମ୍ବା ଷ୍ଟର୍ମ ପେଟ୍ରେଲ୍, ଏକ ପରମାଣୁ-ଚାଳିତ, ପରମାଣୁ-ସମର୍ଥ କ୍ରୁଜ୍ ମିସାଇଲ୍। ୨୦୧୮ ରୁଷ ପ୍ରଥମେ ଏହାର ଉନ୍ମୋଚନ କରିଥିଲା। ଏହାର ଅନଲିମିଟେଡ ରେଞ୍ଜ ଓ ଅପ୍ରତ୍ୟାଶିତ ଭାବରେ ଉଡ଼ାଣ ପଥ ପରିବର୍ତ୍ତନ କରିବାର କ୍ଷମତା ଥିବାରୁ ଏହାକୁ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ଅଟକାଇବ କଷ୍ଟକର ବୋଲି ଋଷ ଦାବି କରୁଛି। ନାଟୋ ଏହାକୁ SSC-X-9 Skyfall ଭାବରେ ନାମିତ କରିଛି। ରୁଷ କହିଛି ଯେ ଏହି କ୍ଷେପଣାସ୍ତ୍ରଟି ଆମେରିକା ଏବଂ ନାଟୋ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ବାଇପାସ୍ କରିବା ପାଇଁ ଏବଂ ଏହାର ରଣନୈତିକ ଅସ୍ତ୍ରାଗାରରେ ଏକ ପ୍ରମୁଖ ପ୍ରତିରୋଧକ ଭାବରେ କାର୍ଯ୍ୟ କରିବା ପାଇଁ ବିକଶିତ କରାଯାଇଥିଲା।