କନ୍ଧମାଳ: OSRTC ବସରେ ଚାଲାଣ ହେଉଥିଲା। ଖବର ପାଇ ମାଡ଼ିବସିଲା ଅବକାରୀ ପୋଲିସ। ଗଞ୍ଜେଇ ସହ ଜଣକୁ ଗିରଫ କରାଯାଇଥିବାବେଳେ ଜଣେ ଫେରାର ମାରିଥିବା ଜଣାପଡ଼ିଛି। ଘଟଣା ଘଟିଛି କଳାହାଣ୍ଡି ଜୟପାଟଣା ରାଜବାଟି ଛକରେ।
ସୂଚନା ଅନୁସାରେ, ଭବାନୀପାଟଣା ଠାରୁ ଲଡୁ ଗାଁ ଭାୟା ବିଶାଖାପାଟଣା ଯାଉଥିବା OSRTC ବସ୍ ଓଡି ୦୮ ଆର ୧୯୫୨ ନମ୍ବର ବସରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ଅବକାରୀ ବିଭାଗ। ଏନେଇ ଜୟପାଟଣା ଅବକାରୀ ବିଭାଗ ପକ୍ଷରୁ ଜୟପାଟଣା ରାଜବାଟି ଛକରେ ବସକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ବସ୍ରୁ ଗଞ୍ଜେଇ ଜବତ କରିଥିଲା।
ତେବେ ଦୁଇ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡ଼ିଥିବାବେଳେ ଜଣେ ଯୁବକକୁ କାବୁ କରାଯାଇଛି। ଅନ୍ୟ ଜଣେ ଯୁବକ ବସ୍ ଝରକା ଡେଇଁ ଫେରାର ମାରିଛି । ପ୍ରାଥମିକ ସୂଚନାରୁ ଯୁବକ ଦୁହେଁ ବାହାର ଜିଲ୍ଲାର ହୋଇଥିବା ଜଣାପଡ଼ିଛି। ପ୍ରାୟ ୧୦ରୁ ୧୫ କେଜି ଗଞ୍ଜେଇ ଜବତ ହୋଇଛି।