ପାଟନାରେ ନିର୍ମିତ ହେବ ତିରୁପତି ବାଲାଜୀ ମନ୍ଦିର, ଜମି ଦେଲେ ନିତିଶ କୁମାର ସରକାର

NEWS7
order-of-investigation-on-suspicion-of-corruption-fell-on-the-leader-who-called-the-president-of-china-as-clown

ପାଟନା ୭।୧୨: ବିହାର ରାଜଧାନୀ ପାଟନାକୁ ଖୁବ୍ ଶୀଘ୍ର ଏକ ନୂଆ ଧାର୍ମିକ ପରିଚୟ ମିଳିବ। ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି)କୁ ପାଟନାର ମୋକମା ଖାସ କ୍ଷେତ୍ରରେ ଶ୍ରୀ ଭେଙ୍କଟେଶ୍ୱର ବାଲାଜୀ ମନ୍ଦିର ନିର୍ମାଣ ନିମନ୍ତେ ଜମି ଆବଣ୍ଟିତ ହୋଇଛି। ନିତିଶ କ୍ୟାବିନେଟର ମଞ୍ଜୁରୀ ପରେ ଏହା ଔପଚାରିକ ଘୋଷଣା ହୋଇଛି। ଏହାର ସୂଚନା ଟିଟିଡି ଚେୟାରମ୍ୟାନ ରବିବାର ଏକ୍ସ ରେ ଟ୍ୱିଟ୍ କରି ଜଣାଇଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, ବିହାର ସରକାର ରାଜଧାନୀ ପାଟନାରେ ଟିଟିଡି ମନ୍ଦିର ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି। ମୋକମା ଖାସ କ୍ଷେତ୍ରରେ ୯୯ ବର୍ଷ ନିମନ୍ତେ ୧ ଟଙ୍କାର ସାଂକେତିକ ଲିଜ୍ ରେଣ୍ଟରେ ୧୦.୧୧ ଏକର ଜମି ଆବଣ୍ଟିତ କରିଥିବାରୁ ହାର୍ଦ୍ଦିକ ଧନ୍ୟବାଦ।

ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁଏହି ନିଷ୍ପତ୍ତିକୁ ଐତିହାସିକ କହିଛନ୍ତି। ସେ କହିଛନ୍ତି ପାଟନାରେ ଭେଙ୍କଟେଶ୍ୱରଙ୍କ ମନ୍ଦିର ନିର୍ମାଣ ହେଲେ ପୂର୍ବ ଭାରତର ଲକ୍ଷଲକ୍ଷ ଲୋକଙ୍କୁ ତିରୁପତି ଭଳି ଭବ୍ୟତା ଓ ଦର୍ଶନର ଅବସର ମିଳିବ। ଏହି ପଦକ୍ଷେପ ବିହାର ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜଭୁତ କରିବ। ଗତ ସେପ୍ଟେମ୍ବର ମାସରେ ବିହାର ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମୋକମାରେ ତିରୁପତି ବାଲାଜୀ ମନ୍ଦିର ନିର୍ମାଣ ପାଇଁ ଘୋଷଣା କରିଥିଲେ। ସେ କହିଥିଲେ ଯେ ଏହି ପଦକ୍ଷେପ ମୋକମା କ୍ଷେତ୍ରରେ ଧାର୍ମିକ ପର୍ଯ୍ୟଟନ ଓ ରୋଜଗାରର ଅବସର ସୃଷ୍ଟି କରିବ।