ପାକିସ୍ତାନରେ ହିଂସା : ଆମେରିକା ଦୂତାବାସରେ ଲଗାଇଦେଲେ ନିଆଁ, ପୋଲିସ ଗୁଳିରେ ୮ ମୃତ

NEWS7
opsc-616-lecture-post-odisha-vacancy-odisha

ତେହରାନ, ୦୧ /୦୩: ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖାମେନି ପ୍ରାଣ ହରାଇଛନ୍ତି । ବଙ୍କରରେ ଲୁଚିଥିଲେ ମଧ୍ୟ ସେ ବର୍ତ୍ତିପାରି ନାହାଁନ୍ତି । କିଛି ସ୍ଥାନରେ ଖାମେନିଙ୍କୁ ହତ୍ୟା ପରେ ଉତ୍ସବ ପାଳନ କରାଯାଉଛି । କିନ୍ତୁ ଆଉ କିଛି ସ୍ଥାନରେ ଆମେରିକା ଏବଂ ଇସ୍ରାଏଲର ଏୟାରଷ୍ଟ୍ରାଇକକୁ ଜୋରଦାର ବିରୋଧ କରାଯାଇଛି । ପାକିସ୍ତାନରେ ଇରାନ ସମର୍ଥନରେ ବାହାରି ଉପଦ୍ରବକାରୀମାନେ ଆମେରିକା ଦୂତାବାସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ତେବେ ଉପଦ୍ରବକାରୀଙ୍କୁ ରୋକିବାକୁ ପୋଲିସ ଗୁଳିମାଡ କରିଛି । ଯେଉଁଥିରେ  ଜଣ ପ୍ରାଣ ହରାଇଛନ୍ତି । 

ପାକ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିରୋଧ ପ୍ରଦର୍ଶନକାରୀମାନେ ଖାମେନିଙ୍କ ସପକ୍ଷରେ ନାରାବାଜି କରୁଛନ୍ତି । ଏହାସହ ସେମାନେ କରାଚୀରେ ଥିବା ଆମେରିକୀୟ ଦୂତାବାସର ମୁଖ୍ୟ ଗେଟ୍ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି । କାର୍ଯ୍ୟାଳୟ ଉପରକୁ ସେମାନେ ପଥର ମାଡ କରି ଟାୟାର ଜାଳିଛନ୍ତି । ପାଚେରୀ ଭିତରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ସେମାନେ ଆମେରିକା ମୁର୍ଦାବାଦ ନାରା ଦେଉଥିଲେ । ଏପରିକି ଇରାନ ଏବଂ ଖାମେନି ଜିନ୍ଦାବାଦ ନାରାବାଜି କରିଥିଲେ ।

ହଠାତ ପ୍ରଦର୍ଶନକାରୀ ମାଡି ଆସିବାରୁ ସୁରକ୍ଷାକର୍ମୀମାନେ ସ୍ଥିତି ନିୟନ୍ତ୍ରଣ କରିପାରିନଥିଲେ । ଅଧିକରୁ ଅଧିକ ପ୍ରଦର୍ଶନକାରୀ ଏଥିରେ ସାମିଲ ହୋଇଥିଲେ । ଏଥିରୁ ମଧ୍ୟପ୍ରାଚ୍ୟରେ ହୋଇଥିବା ଯୁଦ୍ଧ ବିଶ୍ୱର ଅନ୍ୟ ଦେଶ ଉପରେ ମଧ୍ୟ ପଡୁଥିବା ସ୍ପଷ୍ଟ ବାରି ହୋଇପଡୁଛି ।

ଅନେକ ଭିଡିଓ ଏବଂ ଫଟୋରେ ଦେଖିବାକୁ ମିଳିଛି ଯେ. ଆମେରିକା ଦୂତାବାସରେ ନିଆଁ ଲଗିଛି । ନିଆଁର ପ୍ରକୋପ ଖୁବ୍ ଭୟଙ୍କର ରହିଛି । ଉତ୍ୟକ୍ତ ଲୋକେ ଭଙ୍ଗାରୁଜା କରୁଛନ୍ତି ।