ମହାୟୁତିରେ ଆସନ ବୁଝାମଣା ଉପରେ ବିବାଦ, କେନ୍ଦ୍ରମନ୍ତ୍ରୀ ଅଠାୱଲେ ଆଣିଲେ ବିଶ୍ୱାସଘାତକ ଅଭିଯୋଗ

NEWS7
opposition-party-oppose-due-to-crisis-of-lord-jaganath-money

ନୂଆଦିଲ୍ଲୀ: ମହାରାଷ୍ଟ୍ର ପୌର ନିର୍ବାଚନ ଏବଂ ବିଏମସି ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ୁଛି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଏବଂ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ ମୁଖ୍ୟ ରାମଦାସ ଅଠାୱଲେ ଆସନ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଅନେକ ସହରରେ ଆସନ ମିଳି ନାହିଁ ।

ରାମଦାସ ଅଠୱାଲେ କହିଛନ୍ତି, "ନାଗପୁର, ଅମରାବତୀ ଏବଂ ଔରଙ୍ଗାବାଦ ଭଳି ଅନେକ ସହରରେ ଆମକୁ ଆସନ ଦିଆଯାଇ ନାହିଁ । ନାଲାସୋପାରାରେ ଆମକୁ ଗୋଟିଏ ବି ଆସନ ଦିଆଯାଇ ନଥିଲା । ଭିୱାଣ୍ଡିରେ ଗୋଟିଏ ଆସନ ମିଳିଥିଲା । କଲ୍ୟାଣ-ଡୋମ୍ବିଭାଲିରେ ଗୋଟିଏ ବି ଆସନ ଦିଆଯାଇ ନଥିଲା । ତେଣୁ, ବିଜେପି ଅନେକ ସ୍ଥାନରେ ଆମ ଦଳକୁ ଅଣଦେଖା କରିବାକୁ ଚେଷ୍ଟା କରିଛି । ବିଜେପି ତାର ଦଳକୁ ବିସ୍ତାର କରିବାକୁ ଚାହୁଁଛି, କିନ୍ତୁ ଆମ ଦଳ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ । ସେଥିପାଇଁ ରିପବ୍ଲିକାନ୍ ପାର୍ଟି କର୍ମୀଙ୍କ ମଧ୍ୟରେ ବହୁତ କ୍ରୋଧ ଅଛି ଏବଂ ବିଜେପି ନେତାମାନେ ଏହା ଉପରେ ଧ୍ୟାନ ଦେବା ଉଚିତ । ଆମେ ୩୮ଟି ସ୍ଥାନରେ ମିଳିତ ଭାବରେ ନିର୍ବାଚନ ଲଢ଼ିବୁ । ମୁମ୍ବାଇରେ ଆମେ ବିଜେପି ଏବଂ ଶିବସେନା ସହିତ ମେଣ୍ଟ ଭାଙ୍ଗିଛୁ । ଆମେ ମୁମ୍ବାଇରେ ଏକାକୀ ନିର୍ବାଚନ ଲଢ଼ିବୁ ।"

ଏହି ନିର୍ବାଚନରେ ବିଜେପି ୧୩୭ ଓ ଶିବସେନା ୯୦ ଆସନରେ ନିଜ ପ୍ରାର୍ଥୀ ଓହ୍ଲାଇବେ । ଡିସେମ୍ୱର ୩୦ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖର ଗୋଟିଏ ଦିନ ପୂର୍ବରୁ ସିଟ୍ ଭାଗବଣ୍ଟା ଉପରେ ବୁଝାମଣା ହୋଇଛି । ବିଏମସିର ମୋଟ ୨୭୭ ଆସନ ରହିଛି । ମହାୟୁତିର ଅନ୍ୟ ଏକ ସହଯୋଗୀ ଦଳ ଅଜିତ୍ ପାୱାରଙ୍କ ଏନସିପି ଅଲଗା ନିର୍ବାଚନ ଲଢିବ । ଏନସିପି ଏବେ ସୁଦ୍ଧା ବିଏମସି ନିର୍ବାଚନ ପାଇଁ ୬୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ମୁମ୍ୱାଇ ସମେତ ମହାରାଷ୍ଟ୍ରର ୨୯ ନଗର ନିଗମ ପାଇଁ ଜାନୁଆରୀ ୧୫ରେ ନିର୍ବାଚନ ହେବ ଓ ଏହାର ଗୋଟିଏ ଦିନ ପରେ ମତଗଣନା ହେବ ।