ବାଲିଯାତ୍ରା ୨୦୨୫
LIVE TV

ଲାଲକିଲ୍ଲା ନିକଟରେ କାର୍ ବିସ୍ଫୋରଣ, ଭୟର ମାହୋଲ, ଆଲର୍ଟରେ ସୁରକ୍ଷା ଏଜେନ୍ସି

NEWS7
opposition-corporators-called-of-strike-at-cmc-office

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ସୋମବାର ସନ୍ଧ୍ୟାରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ନିକଟରେ ଥିବା ଦୋକାନଗୁଡ଼ିକର କବାଟ ଏବଂ ଝରକା ଭାଙ୍ଗି ଯାଇଛି । ତେବେ ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦିଲ୍ଲୀ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ସତର୍କ କରାଯାଇଛି ।

​​​​​​​

ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଦୁଇରୁ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି । କାରରେ ନିଆଁ ଲାଗିବା ପରେ ଅନ୍ୟ ତିନିରୁ ଚାରି ଗାଡ଼ିକୁ ବ୍ୟାପିଥିଲା । ବିସ୍ଫୋରଣର ଦୃଶ୍ୟ ଭୟଙ୍କର । ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ରେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି ।

​​​​​​​