ନୂଆଦିଲ୍ଲୀ ୦୭/୦୫: ଭାରତ ପହଲଗାମ ଆତଙ୍କୀ ଆକ୍ରମଣର ପତିଶୋଧ ନେଇଛି । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । ୭୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିବା ସହ ସେମାନଙ୍କ କ୍ୟାମ୍ପ୍ ଧ୍ୱଂସ କରିଛି ।
ଭାରତୀୟ ବାୟୁସେନା ଓ ସ୍ଥଳ ସେନା ମିଳିତ ଆକ୍ରମଣ କରି ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାକୁ ମାଟିରେ ମିଶାଇଦେଇଛି । ଭାରତ ତରଫରୁ ଡ୍ରୋନ ଓ ଅତ୍ୟାଧୁନିକ ଅସ୍ତ୍ର ସହାୟତାରେ ୨୪ ଟି ଆକ୍ରମଣ କରି ପାକିସ୍ତାନ ସେନା ଓ ସରକାରର ନିଦ ହଜାଇ ଦେଇଛି । ମାଟିରେ ମିଶିଥିବା ଆତଙ୍କୀ ଆଡ୍ଡା ଭିତରେ ରହିଛି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହାଫିଜ୍ ସଇଦର ଟ୍ରେନିଂ କ୍ୟାମ୍ପ ।
୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ଆତଙ୍କୀ ସଂଗଠନ ଲସ୍କଇ-ଇ- ତୋଏବା ଟ୍ରେନିଂ କ୍ୟାମ୍ପ ଉପରେ ଭାରତ ଜୋରଦାର ଆକ୍ରମଣ କରିଛି । ସବୁଠାରୁ ବଡ଼ କଥା ହେଉଛି ୨୬/୧୧ ମୁମ୍ବାଇ ଆକ୍ରମଣରେ ଧରାପଡି ଭାରତରେ ଫାଶି ପାଇଥିବା ଆତଙ୍କବାଦୀ କସାବ ଏହି ଟ୍ରେନିଂ ସେଣ୍ଟରରୁ ଟ୍ରେନିଂ ନେଇ ଭାରତ ଉପରେ ଆକ୍ରମଣ କରିଥିଲା । ଏହି ଆତଙ୍କୀ କ୍ୟାମ୍ପ ସବୁ ମସଜିଦରେ ଚାଲୁଥିବା ବେଳେ ୯ ଟି ମସଜିଦକୁ ଭାରତୀୟ ସେନା ଧ୍ୱଂସ କରିଦେଇଛି ।
ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର, ପଞ୍ଜାବ ପ୍ରାନ୍ତ, ଲାହୋର ଠାରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଜୋରଦାର ଆକ୍ରମଣ କରିଛି । ଏହାସହ ସଂସହରାରେ ଥିବା ଅନ୍ୟ ୪ଟି ମସଜିଦକୁ ଭାରତୀୟ ସେନା ବୋମା ଓ ମିସାଇଲ ମାଡ କରି ଉଡାଇ ଦେଇଛି ।