ରଜୌରୀ ପୁଞ୍ଚ ସେକ୍ଟର LOCରେ ଭୟଙ୍କର ବିସ୍ପୋରଣ, ପାକିସ୍ତାନ ଫାୟାରିଂରେ ଉରିରେ ମହିଳା ମୃତ

Published By : Prameya-News7 Bureau | May 09, 2025 IST

ନୂଆଦିଲ୍ଲୀ ୦୯/୦୫: ଶକ୍ତି ଦେଖାଇଲା ଭାରତୀୟ ସେନା । ଖସାଇଲା ପାକିସ୍ତାନର ୩ ଯୁଦ୍ଧ ବିମାନ, ୧୦୦ମିସାଇଲ ସହ ୧୬ ଡ୍ରୋନ୍ ଧ୍ୱଂସ । ଗୁରୁବାର ଭୟଙ୍କର ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ପାକିସ୍ତାନରୁ ଅନେକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା, ଯାହାକୁ ଭାରତର S-୪୦୦ ପ୍ରତିରକ୍ଷା ପ୍ରଣାଳୀ ପ୍ରଭାବଶାଳୀ ଭାବରେ ପ୍ରତିହତ କରିଥିଲା।


ଭାରତ ପାକ୍ ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ମାଡ଼ କରି ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିବା ପରେ ପାକିସ୍ତାନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ସେପଟେ ରାଜୌରୀ-ପୁଞ୍ଚରେ ଏଲଓସିରେ ଭୟଙ୍କର ବିସ୍ଫୋରଣ । ସାରା ରାତି ଜମ୍ମୁରେ ଅନ୍ଧାର, ଓ ବ୍ଲାକ୍‌ଆଉଟ୍ ସ୍ଥିତି । ଫଳରେ ପାକିସ୍ତାନ ଗୁଳିରେ ଉରିରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.