ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା, ଚାର୍ଜସିଟ୍ ଦାଖଲ କଲା ପୋଲିସ

NEWS7
online-watar-bottle-saling

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ବୈଦ୍ୟନାଥପୁର ଥାନା ପୋଲିସ। ବ୍ରହ୍ମପୁରର ସିଏସଆଇ କୋର୍ଟରେ ପ୍ରାୟ ୩୦ ହଜାର ପୃଷ୍ଠା ସମ୍ବଳିତ ଡକ୍ୟୁମେଣ୍ଟ ଦାଖଲ କରିଛି ବୈଦ୍ୟନାଥପୁର ପୋଲିସ । ତିନି ହଜାର ଚାର୍ଜସିଟ ସହ ସିଡି, କଲ ଡିଟେକ୍ଟ ରିପୋର୍ଟ ଓ ଅନ୍ୟ ରିପୋର୍ଟ ସମୁଦାୟ ପ୍ରାୟ ୩୦ ହଜାର ଡକ୍ୟୁମେଣ୍ଟ ଦାଖଲ କରିଥିବା କହିଛି ପୋଲିସ। ଏହି ସମୟରେ ଦୁଇଟି ଟ୍ରଙ୍କ ତଥା ଟିଣ ବକ୍ସରେ ଚାର୍ଜସିଟ କୋର୍ଟକୁ ଆଣିଥିବ ଦେଖିବାକୁ ମିଳିଥିଲା।

ଦୁଇଟି ଗାଡ଼ିରେ ପୋଲିସ କୋର୍ଟରେ ପହଞ୍ଚି ଚାର୍ଜସିଟ୍ ଦାଖଲ କରିଛି। ଡିସେମ୍ବର ୯ ତାରିଖରେ ମାମଲାର ସିଡି ତଥା କେସ୍ ଡାଏରୀ ଦାଖଲ କରିଥିଲା ପୋଲିସ । ଏହି ମାମଲାରେ ପୋଲିସ ପର୍ଯ୍ୟାୟ କ୍ରମେ ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫଙ୍କ ମଧ୍ୟରେ ରହିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ, କର୍ପୋରେଟର ମଳୟ ବିଷୋୟୀ, ବିକ୍ରମଙ୍କ ସହଯୋଗୀ ମଦନ ଦଳେଇ।

ମାମଲାରେ ଜାମିନ ପାଇଁ ବିକ୍ରମ ପଣ୍ଡା ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଗତ ଅକ୍ଟୋବର ୬ ତାରିଖ ରାତିରେ ବୈକୁଣ୍ଠନଗର ସାହି ଛକରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରିଥିଲେ। ଅକ୍ଟୋବର ୨୦ ତାରିଖରେ ବିକ୍ରମ ପଣ୍ଡା, ଶିବ ଶଙ୍କର ଦାସ ସମେତ ୧୨ ଜଣଙ୍କୁ ଗିରଫ କରିଥିଲା ପୋଲିସ।ଆଜି ଚାର୍ଜସିଟ ଦାଖଲ କରିବା ପରେ ଆଗକୁ ତଦନ୍ତ ତ୍ଵରାନ୍ଵିତ ହେବା ଆଶା ରଖିଛନ୍ତି ଆଇନଜୀବୀ।