LIVE TV

ଜେଲେନସ୍କିଙ୍କ କଥାକୁ ଶୁଣିଲେନି ଟ୍ରମ୍ପ, ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ରୋକଠୋକ୍‌ ମନା କରିଦେଲେ

NEWS7
one-tomato-farmer-is-injured-by-akramana-from-others

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧର ଅନ୍ତ ପାଇଁ ଦାବି କଲେ ଜେଲେନସ୍କି। ଜେଲେନ୍ସକି ତାଙ୍କର ପ୍ରମୁଖ ସହଯୋଗୀମାନଙ୍କ ଆଲୋଚନା କରିବାକୁ ହ୍ୱାଇଟ୍ ହାଉସରେ ପହଞ୍ଚିଥିଲେ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଗାଜା ଯୁଦ୍ଧବିରତି ଚୁକ୍ତି ଏବଂ ଇସ୍ରାଏଲୀ ବନ୍ଧକଙ୍କ ମୁକ୍ତି ପାଇଁ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଥିଲେଜେଲେନ୍ସକି ଟ୍ରମ୍ପଙ୍କୁ ଆମେରିକାର ଏକ ଅସ୍ତ୍ରଶସ୍ତ୍ରର ତାଲିକା ମଧ୍ୟ ପ୍ରଦାନ କରିଥିଲେ। ଏଥିରେ ପାଟ୍ରିଅଟ୍ ମିଶାଇଲ, ଟୋମାହକ୍ ମିଶାଇଲ ଏବଂ F-16 ଲଢ଼ୁଆ ବିମାନ ସାମିଲ ରହିଛି।  ତଥାପି ଟ୍ରମ୍ପ ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ୟୁକ୍ରେନକୁ ହସ୍ତାନ୍ତର କରିବାକୁ ରାଜି ହୋଇନାହାଁନ୍ତି। ସେ ୟୁକ୍ରେନକୁ ଦୂରଗାମୀ ମିଶାଇଲ ବିକ୍ରୟ କରିବାକୁ ରାଜି ନଥିବା ଟ୍ରମ୍ପ ରୋକଠୋକ କହିଛନ୍ତି ।

ପୂର୍ବ ଦିନ, ଆମେରିକା ରାଷ୍ଟ୍ରପତି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଲମ୍ବା ସମୟ ଧରି ଆଲୋଚନା ହୋଇଥିଲାଯାହା କେବଳ ଯୁଦ୍ଧ ପ୍ରସଙ୍ଗ ଉପରେ ଫୋକସ କରାଯାଇଥିଲା। ଜେଲେନ୍ସକି ଗତ ସପ୍ତାହର ଯୁଦ୍ଧବିରତି ଏବଂ ଗାଜାରେ ବନ୍ଧକ ସମାଧାନ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇ ଆମେରିକା ରାଷ୍ଟ୍ରପତିଙ୍କ ସହ ତାଙ୍କର ଆଲୋଚନା ଆରମ୍ଭ କରିଥିଲେ। ସେ କହିଥିଲେ ଯେ ଟ୍ରମ୍ପଙ୍କ ପାଖରେ ଏବେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାର ଏକ ମହାନ ସୁଯୋଗ ଅଛି।

ଜେଲେନ୍ସକି କହିଥିଲେ, "ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଖରେ ଏବେ ଏହି ଯୁଦ୍ଧ ଶେଷ କରିବାର ଏକ ମହାନ ସୁଯୋଗ ଅଛି। ୟୁକ୍ରେନକୁ ଦୂରଗାମୀ ଟୋମାହକ୍ କ୍ରୁଜ୍ ମିସାଇଲ୍ ବିକ୍ରୟ କରିବାକୁ ତାଙ୍କର ଇଚ୍ଛା ପ୍ରକାଶ କରିଥିଲେ ଟ୍ରମ୍ପପୁଟିନ୍ ଚେତାବନୀ ଦେଇଥିଲେ ଯେ ଏପରି ପଦକ୍ଷେପ ଆମେରିକା-ରୁଷ ସମ୍ପର୍କକୁ ଆହୁରି ଖରାପ କରିବ।

ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ, ଜେଲେନସ୍କି ଆମେରିକୀୟ ପ୍ରତିରକ୍ଷା କମ୍ପାନୀ ରେଥିଅନ୍‌ର ପ୍ରତିନିଧିମାନଙ୍କ ସହିତ ସାକ୍ଷାତ କରିଥିଲେ। ରେଥିଅନ୍ ଟୋମାହକ୍ କ୍ଷେପଣାସ୍ତ୍ର ଏବଂ ପାଟ୍ରିଅଟ୍ ସିଷ୍ଟମ୍ ତିଆରି କରେ, ଯାହା ୟୁକ୍ରେନ୍‌କୁ ଅତ୍ୟନ୍ତ ଆବଶ୍ୟକ। ବୈଠକରେ ୟୁକ୍ରେନୀୟ ବାୟୁ ପ୍ରତିରକ୍ଷାକୁ ସୁଦୃଢ଼ ​​କରିବା ପାଇଁ ଆମେରିକା-ୟୁକ୍ରେନ୍ ସହଯୋଗ ଉପରେ ଆଲୋଚନା ହୋଇଥିଲା। ଜେଲେନସ୍କି F-16 ଲଢ଼ୁଆ ବିମାନ ନିର୍ମାଣ କରୁଥିବା ପ୍ରତିରକ୍ଷା କମ୍ପାନୀ ଲକହିଡ୍ ମାର୍ଟିନ୍‌ର ପ୍ରତିନିଧିମାନଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ।