ସରିଲା ନିର୍ବନ୍ଧ, ଗବ୍ବରଙ୍କ ଘରେ ପୁଣି ବାଜିବ ସାହାନାଇ: ସାର୍ବଜନୀନ କଲେ ନିର୍ବନ୍ଧ ମୁଦି

NEWS7
one-person-hatya-by-axe-in-deogarh-district

ନୂଆଦିଲ୍ଲୀ ୧୩/୦୧: କ୍ରିକେଟ ପରେ ଗବ୍ବରଙ୍କ ସେକେଣ୍ଡ ଇନିଂସ । ପୁଣି ଥରେ ବିବାହ କରିବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଶିଖର ଧାଓ୍ୱନ । ପ୍ରେମିକା ସୋଫି ସାଇନ୍‌ଙ୍କ ସହ ନିର୍ବନ୍ଧ ହୋଇଯାଇଥିବାର ଖବର ସାର୍ବଜନୀନ କରି ପ୍ରଶଂସକଙ୍କୁ ସୋମବାର ଏହି ଖୁସି ଖବର ଦେଇଛନ୍ତି ସେ । ସୋଫି ଓ ଧାଓ୍ୱନ ଗତ ମେ ପହିଲାରେ ତାଙ୍କ ରିଲେସନ କନଫର୍ମ କରିଥିଲେ । ହେଲେ ଏବେ କିନ୍ତୁ ଉଭୟ ନିଜର ନିର୍ବନ୍ଧ ହୋଇଥିବା ସାର୍ବଜନୀନ କରିଛନ୍ତି ।

ସୋଫି ସାଇନ ବି ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ସୋମବାର ଏକ ସୁନ୍ଦର ଫଟୋ ପ୍ରକାଶ କରିଛନ୍ତି । ଏଥିରେ ସେ ଧାୱନଙ୍କ ହାତ ଉପରେ ହାତ ରଖି ପିନ୍ଧିଥିବା ନିର୍ବନ୍ଧ ମୁଦିକୁ ଫ୍ଲଣ୍ଟ କରୁଛନ୍ତି ।ଖାଲି ପୋଷ୍ଟ କରିନାହାଁନ୍ତି ତ ପଛପଟେ ହାର୍ଟ ସେପ୍ର ଫୁଲ ଗୁଚ୍ଛା ରଖିବାକୁ ଭୁଲି ନାହାନ୍ତି । ଧାୱନ ମଧ୍ୟ ବେଶ୍ ରସିକିଆ ଢଙ୍ଗରେ ସୋଫି ଓ ତାଙ୍କର ନିର୍ବନ୍ଧ ହୋଇ ସାରିଥିବା କଥା କହିଛନ୍ତି ।

 

ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୃଷ୍ଠାରେ ଲେଖିଛନ୍ତି, ଏକାଠି ଖୁସି ହେବା ଓ ସ୍ୱପ୍ନ ଦେଖିବା, ସବୁକିଛି ପାଇଁ ଅଶେଷ ଅଶେଷ ଧନ୍ୟବାଦ ପ୍ରେୟସୀ । ଆମ ନିର୍ବନ୍ଧ ଓ ସବୁଦିନ ଏକାଠି ରହିବାର ଆଶା ପାଇଁ ସମସ୍ତଙ୍କ ଆଶୀର୍ବାଦ ଲୋଡ଼ୁଛି । ଧାୱନ ପୂର୍ବରୁ ଆୟେଶା ବାନାର୍ଜୀଙ୍କୁ ୨୦୧୧ରେ ବିବାହ କରିଥିଲେ । ଉଭୟଙ୍କର ଜୋରାବର ନାମରେ ଗୋଟିଏ ୧୧ବର୍ଷର ପୁଅ ରହିଛି । ତେବେ ବାରମ୍ବାର ମନୋମାଳିନ୍ୟ ହେବା ପରେ ଆୟେଶାଙ୍କୁ ଧାୱନ ୨୦୨୩ ମସିହାରେ ଛାଡ଼ପତ୍ର ଦେଇଥିଲେ ।

ଏହା ପରେ ସୋଫିଙ୍କ ସଂସ୍ପର୍ଶରେ ଆସିଥିଲେ । ଗତ ଚାମ୍ପିଅନ୍ସ ଟ୍ରଫି ବେଳେ ଧାୱନ ଓ ସୋଫିଙ୍କୁ ଏକାଠି ବହୁ ସମୟ କଟାଉଥିବା ଦେଖିବାକୁ ମିଳିଥିଲା । ସୋଫି ଜଣେ ଅର୍ଥଶାସ୍ତ୍ରୀ ପରାମର୍ଶଦାତା ହୋଇଥିଲା ବେଳେ କ୍ରିକେଟ୍ରୁ ଅବସର ନେବା ପରେ ଧାୱନ ବିଭିନ୍ନ କ୍ରିକେଟ୍ ମ୍ୟାଚ୍ର ଧାରାବିବରଣୀ ପ୍ରଦାନ କରୁଛନ୍ତି । ସୋଫି ଓ ସେ କରୁଥିବା ସର୍ଟ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ବେଶ୍ ଲୋକପ୍ରିୟ ।