ଭଡ଼ା ଗାଡ଼ିରେ ଭାଇଗିରି, ରାଜଧାନୀ ରାଜରାସ୍ତାରେ ଆତଙ୍କ ଖେଳାଇଲେ ନିଶାସକ୍ତ ଯୁବକ

NEWS7
one-person-died-in-road-accident-at-jajpur-dharmala-road

ଭୁବନେଶ୍ବର ୨୩।୧: ପୁଣି ସହରରେ ଆତଙ୍କ ଖେଳାଇଲା ଥର୍ । ଭଡ଼ା ଗାଡ଼ିରେ ଭାଇଗିରି ଦେଖାଇଲେ ଯୁବକ । ଥର୍ ଉପରେ ଚଢ଼ିଲେ, ନାଚିଲେ ଆଉ ଶୋଇପଡିଲେ । ନିଶାସକ୍ତ ଅବସ୍ଥାରେ ରାଜଧାନୀ ରାଜରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯେଉଁଠି ପୋଲିସ ଆଉ ଟ୍ରାଫିକ୍ ବ୍ୟବସ୍ଥାର ଧଜ୍ଜିଆ ଉଡ଼ାଇଲେ । ଏଭଳି ଘଟଣା ଘଟିଛି ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ।

ଜଣେ ଯୁବକ ଏ ଭାଇରାଲ୍ ଭିଡିଓକୁ 'ଏକ୍ସ' ଆକାଉଣ୍ଟରେ ପୋଷ୍ଟ କରିବା ପରେ ପୋଲିସ ଗାଡିକୁ ସିଜ୍ କରିଛି । ତେବେ ଭାଇରାଲ୍ ଭିଡିଓରେ ନମ୍ବର ଟ୍ୟାମ୍ପର କରି ଯୁବକ ମାନେ ଉନ୍ମତ୍ତକାଣ୍ଡ ଭିଆଉଥିବା ଦେଖାଯାଇଛି । ନମ୍ବର ପ୍ଲେଟ୍ ଉପରେ ଷ୍ଟିକର ଲଗାଇ ପୋଲିସକୁ ଚକ୍ମା ଦେବା ପାଇଁ ଭରପୁର ଉଦ୍ୟମ କରାଯାଇଥିବା ଦେଖାଯାଇଛି । ଥର୍ ଗାଡ଼ିରେ ବାରମ୍ବାର ଏଭଳି ଘଟଣା ଏବେ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।