ପୁରୀ ୨୧।୦୭ : ପୁରୀ ଜମ୍ବେଶ୍ଵର ମନ୍ଦିରରେ ଅଘଟଣ। କୂଅ ଭିତର ପଡ଼ି ପାଳିଆ ସେବାୟତଙ୍କ ମୃତ୍ୟୁ ହୋଇଛି। ମୃତ ସେବାୟତ ଜମ୍ବେଶ୍ୱର ମନ୍ଦିରର ପାଳିଆ ସେବାୟତା ଝାଡୁ ପଣ୍ଡା ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ପ୍ରତିଦିନ ପରେ ଠାକୁରଙ୍କ ନୀତି ପାଇଁ ପାଣି କାଢୁଥିଲେ ସେବାୟତ । ଏହି ସମୟରେ ହଠାତ୍ରେ ସେ କୂଅରେ ପଡିଗଲେ ସେବାୟତ। ମୃତ ସେବାୟତ ଜମ୍ବେଶ୍ଵର ମନ୍ଦିରର ପାଳିଆ ସେବାୟତ ଝାଡୁ ପଣ୍ଡା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କୂଅରୁ ସେବାୟତଙ୍କୁ କରିଥିଲା ଉଦ୍ଧାର। ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଥିଲା ଭର୍ତ୍ତି। ମୃତ ଘୋଷଣା କଲେ ଡାକ୍ତର।