ଯାତ୍ରା ଦେଖି ଫେରୁଥିଲେ, ହାତୀ ଆକ୍ରମଣରେ ଗଲା ଜୀବନ

Published By : Prameya-News7 Bureau | April 17, 2024 IST

ଆଠଗଡ଼ ୧୭।୦୪ : ଆଠଗଡ଼ ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଅଘଟଣ । ଯାତ୍ରା ଦେଖି ଫେରୁଥିବା ବେଳେ ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ । ମୃତକ ହେଲେ ଗୁରୁଡିଝାଟିଆ ଥାନା କାଣ୍ଟମୁଗୁରୀ ଗାଁର ୫୯ ବର୍ଷୀୟ ଗମିଅଁ ହନାଗା ବୋଲି ଜଣାପଡିଛି ।   

ମଙ୍ଗଳବାର ରାତିରେ ରାଧା ଦାମୋଦରପୁରରୁ ଯାତ୍ରା ଦେଖିବାକୁ ଆସିଥିଲେ । ସେଠାରୁ ଫେରୁଥିବା ବେଳେ ଖୁଣ୍ଟୁଣୀ ଥାନା ମତ୍ସ୍ୟପୁରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିକଟରେ ହାତୀ ଆକ୍ରମଣ କରିଥିଲା । ଯାହାଫଳରେ ଗମିଅଁ ହନାଗାଙ୍କର ମୃତ୍ୟୁ ହୋଇଥିଲା । ହାତୀ ଆକ୍ରମଣ ସଂପର୍କରେ ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟ ନିଆଯାଇଛି । ସେପଟେ ମୃତକଙ୍କ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଖୁଣ୍ଟୁଣୀ ରେଞ୍ଜର ନୀଳମାଧବ ସାହୁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.