ପୁରୀ ୨୬।୦୫ : ପୁରୀ ବଡ଼ଦାଣ୍ଡରେ ଅଭାବନୀୟ। ନାବାଳିକା ପର୍ଯ୍ୟଟକଙ୍କୁ ଅସଦାଚରଣ ଅଭିଯୋଗ। ଅଭିଯୁକ୍ତକୁ ଗୋଡେଇ ଗୋଡେଇ ପିଟିଲେ ନାବାଳିକାଙ୍କ ପରିବାର ଓ ସ୍ଥାନୀୟ ଲୋକ। ସିଂହଦ୍ୱାର ଥାନା ପୋଲିସ ପହଞ୍ଚି ଯୁବକକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଅଟକ ରଖିଛି। ଅଭିଯୁକ୍ତ ଜଣକ ପରଚୟ ମିଳିପାରିନାହିଁ। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ସମୟରେ ଏଭଳି ଘଟଣା ଘଟିଛି।
ଖବର ଅନୁଯାୟୀ, କିଛି ପର୍ଯ୍ୟଟକ ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ । ଏହି ସମୟରେ ଯୁବକ ଜଣଙ୍କ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଯାହାପରେ ପୁରୀ ପୋଲିସ ଉକ୍ତ ଯୁବକଙ୍କୁ ଅଟକ ରଖି ଜେରା କରୁଛି । ଏପିରିକି ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଉତ୍ୟକ୍ତ ଲୋକ ଯୁବକଙ୍କୁ ମାର୍ପିଟ୍ କରିଥିବା ମଧ୍ୟ ଦୃଶ୍ୟ ସାମ୍ନାକୁ ଆସିଛି ।