ଅଧାରୁ ଅଟକିଲା ଭଦ୍ରାୟଣୀ ମହୋତ୍ସବ, ଷ୍ଟେଜରେ ଚଢ଼ି କାର୍ଯ୍ୟକ୍ରମ ବନ୍ଦ କରିବା ସହ ପ୍ରତିବାଦ

NEWS7
one-mruta-three-injured-in-durghatana-in-patnagarh

ଭଦ୍ରକ: ଆରମ୍ଭରୁ ଅଟକିଲା ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟାଣୀ। ସୋମବାର କାର୍ଯ୍ୟକ୍ରମ ଆରମ୍ଭ ହେବା କ୍ଷଣି କିଛି ଯୁବକମାନେ ପ୍ରତିବାଦ କରି ଷ୍ଟେଜକୁ ଚଢ଼ି କାର୍ଯ୍ୟକ୍ରମକୁ ବନ୍ଦ କରିଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ ଜିଲ୍ଳା ପୋଲିସ ଓ ଜିଲ୍ଲା ପ୍ରଶାସନ ଉପସ୍ଥିତ ରହି ବୁଝା ସୁଝା କରୁଛନ୍ତି।

ସୂଚନା ଅନୁସାରେ, ଜିଲ୍ଲା ମହୋତ୍ସବ ଭଦ୍ରୟାଣୀରେ ଓଡ଼ିଶା ତଥା ଅନ୍ୟ ରାଜ୍ୟରୁ ଅନେକ ଷ୍ଟଲ ଖୋଲିଛି। ମାତ୍ର ଷ୍ଟଲ ଯୋଗାଇବାରେ ବ୍ୟାପକ ହେରଫେର ହୋଇଥିବା ନେଇ ନାରାବାଜି କରି କିଛି ଯୁବକ ମହୋତ୍ସବକୁ ବନ୍ଦ କରିଥିଲେ।ତେବେ ସୂଚନା ପାଇ ଘଟଣାସ୍ଥଳରେ ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନ ଉପସ୍ଥିତ ରହି ବୁଝା ସୁଝା କରୁଛନ୍ତି।