ବିଚ୍ ରାସ୍ତାରେ ଡ୍ୟାନ୍ସରଙ୍କୁ ମାଡ଼, ରାତିର ଅନ୍ଧାରରେ ଲୁଟି ନେଲେ ଟଙ୍କା

NEWS7
one-mruta-in-puri-5

ଆଠଗଡ଼ ୦୩।୦୨ : ବିଚ୍‌ ରାସ୍ତାରେ ଅଟକାଇଲେ । ଅସଦାଚରଣ କରିଲେ । ବିରୋଧ କରିବାକୁ ମହିଳା ଡ୍ୟାନ୍ସରଙ୍କୁ ମାଡ଼ ମାରିଲେ । ଆଉ ମାଡ ପରେ ଡ୍ୟାନ୍ସରଙ୍କ ଠାରୁ ଲୁଟ୍‌ ହୋଇଥିବାର ଅଭିଯୋଗ ଆସିଛି । କଟକ ଜିଲ୍ଲା ଆଠଗଡ଼ ତିଗିରିଆରେ ଡ୍ୟାନ୍ସରଙ୍କୁ ମାଡ଼ ପରେ ଲୁଟ୍ ହୋଇଥିବା ଅଭିଯୋଗ ଆସିଛି । ଏନେଇ ତିଗିରିଆ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏ ଖବରବି ପଢନ୍ତୁ :- ଭିଜିଲାନ୍ସ ହାବୁଡ଼ରେ କନିଷ୍ଠ ଯନ୍ତ୍ରୀ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଖବର ଅନୁଯାୟୀ, ତିଗିରିଆ ଥାନା ଶୁଣ୍ଠିପାଳ ଗାଁରେ କିଛି ଡ୍ୟାନ୍ସରମାନେ ନିଜ କାମ ସାରି ଫେରୁଥିଲେ। ଏହି ସମୟରେ ଡ୍ୟାନ୍ସରଙ୍କ ଗ୍ରୁପ ଗାଡ଼ିକୁ ୬ରୁ ୭ ଜଣ ଯୁବକ ପ୍ରଥମେ ଅଟକାଇଥିଲେ । ଏହାପରେ ଗ୍ରୁପର ଝିଅମାନଙ୍କୁ ଅସଦାଚରଣ କରିଥିଲେ । ସେମାନେ ବିରୋଧ କରିବାରୁ ପ୍ରବଳ ମାଡ଼ ମାରିଥିଲେ । ଯେଉଁଥିରେ କିଛି ଡ୍ୟାନ୍ସର ଆହତ ହୋଇଛନ୍ତି । ସେପଟେ ଏହି ଘଟଣାକୁ ନେଇ ତିଗିରିଆ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି ।