Live Live
LIVE

Consumer Protection : ଏଣିକି ଅଣ୍ଡା ଉପରେ ଏବେ ଲାଗିବ ଏକ୍ସପାଏରୀ ଡେଟ୍‌; ଏପ୍ରିଲ ୧ରୁ ଲାଗୁ ହେବ ନିୟମ, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ

NEWS7
one-mruta-in-basudevpur-2

ନୂଆଦିଲ୍ଲୀ ୧୭।୦୩; ଖାଉଟିଙ୍କ ପାଇଁ ବଡ଼ ଖବର। ଏଣିକି ତାଜା ଅଣ୍ଡା କହି ଖରାପ ଅଣ୍ଡା ବିକି ପାରିବେନି ଦୋକାନୀ। ଏବେ ଅଣ୍ଡାରେ ଲେଖାହେବ ଏକ୍ସପାଏରୀ ଡେଟ୍। ଗ୍ରାହକ ତାରିଖ ଦେଖି କିଣିପାରିବେ ଅଣ୍ଡା। ଏବେ ଏହି ନିୟମ ଏପ୍ରିଲ ୧ରୁ ଲାଗୁ ହେବ। ଉତ୍ତର ପ୍ରଦେଶରେ ଏହି ନିୟମ ଲାଗୁ ହୋଇଛି। ଖାଉଟିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ପଦକ୍ଷେପ ନେଇଛନ୍ତି। ଏଣିକି ୟୁପିରେ ସବୁ ଅଣ୍ଡା ଉପରେ ଉତ୍ପାଦନ ତାରିଖ ଏବଂ ଏକ୍ସପାଏରୀ ଡେଟ୍ ଲାଗିବ।

ୟୁପିର ଜଣେ ପଶୁ ଚିକିତ୍ସା ଅଧିକାରୀ କହିଛନ୍ତି ଯେ, ମଣିଷର ସ୍ଵାସ୍ଥ୍ୟ ସହ ଅଣ୍ଡା ସିଧାସଳଖ ଭାବେ ଜଡ଼ିତ। ଆଗରୁ ଦୋକାନୀମାନେ ପୁରୁଣା ଅଣ୍ଡା ଗୁଡ଼ିକୁ ତାଜା ଅଣ୍ଡା କହି ବିକି ଦେଉଥିଲେ। ଗ୍ରାହକମାନେ ମଧ୍ୟ ଅଣ୍ଡା କେତେ ପୁରୁଣା ଜାଣି ପାରୁନଥିଲେ। ଏହି ନିୟମ ଲାଗୁ ହେବା ପରେ ଏବେ ଦୋକାନରେ ତାଜା ଅଣ୍ଡା ମିଳିବ। ସୂଚନାନୁଯାୟୀ, ପ୍ରାୟ ୩୦ ଡିଗ୍ରୀ ତାପମାତ୍ରାରେ ଅଣ୍ଡା କେବଳ ୨ ସପ୍ତାହ ଯାଏଁ ଭଲ ରୁହେ। ଥଣ୍ଡା ସ୍ଥାନରେ ରଖିଲେ ୫ ସପ୍ତାହ ଯାଏଁ ଅଣ୍ଡା ରହିପାରେ। ହେଲେ ଦୋକାନୀ ଏବଂ ବେପାରୀମାନେ କୋଲ୍ଡ ଷ୍ଟୋରେଜରେ ଅଧିକ ଦିନ ଧରି ଅଣ୍ଡା ରଖି ବିକ୍ରି କରୁଛନ୍ତି। ଏହି ନିୟମ ଲାଗୁ ହେବା ପରେ ଯଦି କୌଣସି ଅସାଧୁ ବ୍ୟବସାୟୀ ନିୟମ ନମାନନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉତ୍ତର ପ୍ରଦେଶରେ ଖାଦ୍ୟ ସୁରକ୍ଷା ଦିଗରେ ସରକାରଙ୍କ ଏହା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ।

ନିୟମ ଉଲ୍ଲଂଘନ ହେଲେ କ'ଣ ହେବ?

ଯଦି କୌଣସି ବ୍ୟବସାୟୀ କିମ୍ବା ଦୋକାନୀ ନିୟମ ପାଳନ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କର ଅଣ୍ଡାର ଷ୍ଟକ୍ ଜବତ କରାଯିବ। ଏହି ଅଣ୍ଡା ଗୁଡ଼ିକୁ ନଷ୍ଟ କରାଯିବ କିମ୍ବା "ମାନବ ବ୍ୟବହାର ପାଇଁ ଅସୁରକ୍ଷିତ" ବୋଲି ସ୍ପଷ୍ଟ ଭାବରେ ଏକ ଲେବଲ୍ ସହିତ ଚିହ୍ନିତ କରାଯିବ। ବିଭାଗ କଠୋର ଯାଞ୍ଚ କରିବ ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଅଧିକ ପଢନ୍ତୁ- Pakistan Afghanistan conflict: କାବୁଲରେ ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନ ଉପରେ ବର୍ଷିଲେ କ୍ରିକେଟର ରସିଦ, କହିଲେ- ରମଜାନରେ ଏପରି ଅତ୍ୟାଚାର ନିନ୍ଦନୀୟ