ମୁମ୍ବାଇରେ ଭାଙ୍ଗିଲା ରେକର୍ଡ, ପ୍ରତିଷ୍ଠା ହେଲା ନୂଆ ମାଇଲଷ୍ଟୋନ୍ : ଭାରତ-ଇଂଲଣ୍ଡ ମୁକାବିଲା ରଚିଲା ଇତିହାସ

NEWS7
one-mruta-and-5-injured-on-lightening

ନୂଆଦିଲ୍ଲୀ, ୦୬ /୦୩: ରୋମାଞ୍ଚକର ମୁକାବିଲା । ଶେଷ ଓଭର ଯାଏଁ ସ୍ପଷ୍ଟ ହେଉନଥିଲା କିଏ ମାରିବ ବାଜି । ଶେଷରେ ଜିତି ଯାଇଛି ସୂର୍ଯ୍ୟ ସେନା । ଜସପ୍ରିତ ବୁମରାଙ୍କ ଜବରଦସ୍ତ ବୋଲିଂରେ ଇଂଲଣ୍ଡକୁ ସେମି ଫାଇନାଲରେ ୭ ରନରେ ଭାରତ ପରାସ୍ତ କରିଛି । ଏହାସହ ଟି୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି । ରବିବାର ସୂର୍ଯ୍ୟସେନା ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ଖେଳିବ ।

ମ୍ୟାଚରେ ରେକର୍ଡ ବର୍ଷା

ମ୍ୟାଚରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪୯୯ ରନ୍ ହୋଇଛି । ଟି୨୦ ବିଶ୍ୱକପରେ ପୂର୍ବରୁ ଏହା କେବେ ସମ୍ଭବ ହୋଇନଥିଲା । ଏହାପୂର୍ବରୁ ୨୦୧୬ରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସର୍ବାଧିକ ୪୫୯ ରନ୍ ହୋଇଥିଲା । ତେବେ ଭାରତ-ଇଂଲଣ୍ଡ ମ୍ୟାଚ୍ ଟି୨୦ ଇତିହାସରେ ଦ୍ୱିତୀୟ ସର୍ବବୃହତ ସ୍କୋର । ୨୦୨୩ରେ ଦକ୍ଷିଣ ଆଫ୍ରିକା ଏବଂ ଓ୍ୱେଷ୍ଟ୍ ଇଣ୍ଡିଜ ମଧ୍ୟରେ ୫୧୭ ରନ୍ ସ୍କୋର ହୋଇଥିଲା ।

ଟି୨୦ରେ ଟପ୍ ୩ ସର୍ବାଧିକ ସ୍କୋର

୫୧୭ ରନ୍-ଦକ୍ଷିଣ ଆଫ୍ରିକା ବନାମ ଇଣ୍ଡିଜ-୨୦୨୩

୪୯୯ ରନ୍-ଭାରତ ବନାମ ଇଂଲଣ୍ଡ-୨୦୨୬

୪୯୬ ରନ୍-ଭାରତ ବନାମ ନ୍ୟୁଜିଲାଣ୍ଡ-୨୦୨୬

୪୮୯ ରନ୍-ଭାରତ ବନାମ ଇଣ୍ଡିଜ୍-୨୦୧୬

୪୮୮ ରନ୍-ନ୍ୟୁଜିଲାଣ୍ଡ ବନାମ ଅଷ୍ଟ୍ରେଲିଆ-୨୦୧୮

ସେହିପରି ମ୍ୟାଚରେ ଭାରତୀୟ ବ୍ୟାଟର ୧୯ଟି ଏବଂ ଇଂଲିଶ ବ୍ୟାଟର ୧୫ଟି ଛକା ଲଗାଇଥିଲେ । ଏହାସହ ଉଭୟ ଟିମ୍ ୭୩ ବାଉଣ୍ଡରୀ ମାରିଥିଲେ । ଯାହା ଏକ ରେକର୍ଡ । ୨୦୧୬ରେ ମୁମ୍ବାଇର ସମାନ ଷ୍ଟାଡିୟମରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୬୧ଟି ବାଉଣ୍ଡରୀ ଲାଗିଥିଲା ।

ସେହିପରି ନକ୍ ଆଉଟ୍ ମୁକାବିଲାରେ ସର୍ବାଧିକ ବ୍ୟକ୍ତିଗତ ରନ୍ ସ୍କୋରରେ ଆଗରେ ଅଛନ୍ତି ଇଲିଂଶ ବ୍ୟାଟର ଜ୍ୟାକବ ବେଥେଲ୍ । ସେ ୧୦୫ ରନ୍ କରିଛନ୍ତି । ଯାହା ଭାରତ ବିପକ୍ଷରେ ଆସିଛି । ଅନ୍ୟ ମାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକା ଫିନ୍ ଏଲେନ୍ ରହିଛନ୍ତି । ସେ ଚଳିତ ବିଶ୍ୱକପର ପ୍ରଥମ ସେମିରେ ୧୦୦ ରନ୍ ସଂଗ୍ରହ କରିଥିଲେ । ତୃତୀୟରେ ଶ୍ରୀଲଙ୍କାରେ ତିଲକରତ୍ନେ ଦିଲସାନ ରହିଛନ୍ତି । ଯିଏକି ୨୦୦୯ ଟି୨୦ ସେମିରେ ଇଣ୍ଡିଜ ବିପକ୍ଷରେ ୯୬ ରନ୍ କରିଥିଲେ ।

ଏତତ୍ ବ୍ୟତୀତ ଟି୨୦ ବିଶ୍ୱକପରେ ଶତକ ଲଗାଇଥିବା ଚତୁର୍ଥ ଇଂଲିଶ ବ୍ୟାଟର ହେଲେ ବେଥେଲ୍ । ଅନ୍ୟମାନଙ୍କ ମଧ୍ୟରେ ଆଲେକ୍ସ ହେଲ୍ସ, ଜସ ବଟଲର, ହ୍ୟାରୀ ବ୍ରୁକ୍ ପୂର୍ବରୁ ଶତକ ଲଗାଇସାରିଛନ୍ତି । ଏପରିକି କୌଣସି ଟି୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେରେ ସର୍ବାଧିକ ଛକା ଲଗାଇଥିବା ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ସଞ୍ଜୁ ସାମସନ ଆଗରେ ଅଛନ୍ତି । ସେ ଏବେସୁଦ୍ଧା ୧୬ଟି ଛକା ଲଗାଇଛନ୍ତି । ଏହାସହ ରୋହିତ ଶର୍ମା ଏବଂ ଶିବମ ଦୁବେଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ଉଭୟ ରୋହିତ ଏବଂ ଦୁବେ ପୂର୍ବରୁ ୧୫ଟି ଲେଖାଏଁ ଛକା ଲଗାଇଛନ୍ତି । ଆହୁରି ମଧ୍ୟ ଟିମ୍ ଇଣ୍ଡିଆ ମୋଟ୍ ୮୮ଟି ଛକା ଲଗାଇ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଛକା ଲଗାଇବାର ରେକର୍ଡ ନିଜ ନାଁରେ କରିଛି । ଅନ୍ୟ ଦିଗରେ ଟି୨୦ କ୍ରିକେଟରେ ସବୁଠୁ ଅଧିକ ଥର ୨୫୦ ପ୍ଲସ୍ ସ୍କୋରରେ ଭାରତ ଆଘରେ ଅଛି । ଦଳ ମୋଟ୍ ୬ ଥର ୨୫୦ରୁ ଅଧିକ ରନ୍ ସ୍କୋର କରିଛି ।