IndiGo Pilots Recruit: ୧୦୦୦ ରୁ ଅଧିକ ପାଇଲଟଙ୍କୁ ନିଯୁକ୍ତି ଦେବ ଇଣ୍ଡିଗୋ: କ୍ରୁ ଅଭାବ ଯୋଗୁ ଡିସେମ୍ବରରେ ବାତିଲ୍ ହୋଇଥିଲା ୫,୦୦୦ ବିମାନ ଉଡ଼ାଣ

NEWS7
one-more-positive-in-ganjam

ନୂଆଦିଲ୍ଲୀ:ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ବହୁ ସଂଖ୍ୟକ ପାଇଲଟଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ ୧୦୦୦ ରୁ ଅଧିକ ପାଇଲଟଙ୍କୁ ନିଯୁକ୍ତି ଦେବ ବୋଲି ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଉଛି। ଯଦି ଏପରି ହେଲା ତେବେ କୌଣସି ବିମାନ କମ୍ପାନୀ ଦ୍ୱାରା ଏହା ସବୁଠାରୁ ବଡ଼ ପାଇଲଟ ନିଯୁକ୍ତି ହେବ। ଗତବର୍ଷ ଡିସେମ୍ବରରେ କ୍ରୁ ଅଭାବ ଯୋଗୁ ମାତ୍ର ସାତ ଦିନରେ ୫ ହଜାରରୁ ରୁ ଅଧିକ ବିମାନ ବାତିଲ କରିବା ପରେ କମ୍ପାନୀ ବଡ଼ ହଟହଟା ହୋଇଥିଲା। ଏ ନେଇ ଡିଜିସିଏ ମଧ୍ୟ କମ୍ପାନୀକୁ ନାଲି ଆଖି ଦେଖାଇଥିଲା। ଏସବୁ ଘଟଣା ପରେ କମ୍ପାନୀ ଏହି ବଡ଼ ନିଷ୍ପତ୍ତି ନେବାକୁ ଯାଉଛି।

ଟ୍ରେନି ଠାରୁ କ୍ୟାପ୍ଟେନ୍ ପର୍ଯ୍ୟନ୍ତ ହେବ ନିଯୁକ୍ତି

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇଣ୍ଡିଗୋର ନିଯୁକ୍ତି ପ୍ରକ୍ରିୟାରେ ଟ୍ରେନି ଫାଷ୍ଟ ଅଫିସର, ସିନିୟର ଫାଷ୍ଟ ଅଫିସର ଏବଂ କ୍ୟାପ୍ଟେନ ପଦବୀ ପୂରଣ କରାଯିବ। କମ୍ପାନୀ ଏହାର ବ୍ୟବସାୟକୁ ବିସ୍ତାର କରିବା ଏବଂ ନିୟାମକ ଆବଶ୍ୟକତା ପୂରଣ କରିବା ପାଇଁ ଏହି ପଦକ୍ଷେପ ନେଉଛି। ଇଣ୍ଡିଗୋ ପ୍ରତି ମାସରେ ଏହାର ବିମାନ ସଂଖ୍ୟାରେ ଚାରୋଟି ନୂଆ ବିମାନ ଯୋଡିବ। ସେଗୁଡ଼ିକୁ ଉଡ଼ାଇବା ପାଇଁ ନୂଆ ପାଇଲଟଙ୍କ ଆବଶ୍ୟକତା ରହିଛି। କମ୍ପାନୀ ପ୍ରତି ମାସରେ ୨୦ ରୁ ୨୫ ଜଣ ଫାଷ୍ଟ ଅଫିସରଙ୍କୁ କ୍ୟାପ୍ଟେନ ମାନ୍ୟତା ପ୍ରଦାନ କରୁଛି। ଜଣେ ତାଲିମପ୍ରାପ୍ତ ଅଧିକାରୀଙ୍କୁ କ୍ୟାପ୍ଟେନ ହେବା ପାଇଁ ୬ ମାସ ସମୟ ଲାଗେ। କ୍ୟାପ୍ଟେନ ହେବା ପାଇଁ ୧୫୦୦ ଘଣ୍ଟା ବିମାନ ଉଡ଼ାଣର ଅଭିଜ୍ଞତା ଆବଶ୍ୟକ। କମ୍ପାନୀ ଏହି ମାନଦଣ୍ଡଗୁଡ଼ିକୁ କଡ଼ାକଡ଼ି କରୁଛି।

DGCAନିୟମ ପାଳନ ଏକ ଚ୍ୟାଲେଞ୍ଜ

ନିୟମ ଅନୁଯାୟୀ, ପ୍ରତ୍ୟେକ ବିମାନରେ ତିନି ଜଣ ପାଇଲଟ୍ (ଜଣେ କ୍ୟାପ୍ଟେନ୍ ଏବଂ ଜଣେ ଫାଷ୍ଟ ଅଫିସର) ରହିବା ଆବଶ୍ୟକ। କିନ୍ତୁ ଇଣ୍ଡିଗୋର ବିମାନ ସର୍ବାଧିକ ବ୍ୟବହାର କରାଯାଏ। ଏଥିପାଇଁ ଉଦ୍ଦିଷ୍ଠ ମାନଦଣ୍ଡ ଠାରୁ ଦୁଇଗୁଣା ଅଧିକ ପାଇଲଟ୍ ଆବଶ୍ୟକ ହୁଏ। ତଦନ୍ତରୁ ଜଣାପଡିଛି ଯେ କମ୍ପାନୀକୁ ସେତେବେଳେ ୨,୪୨୨ କ୍ୟାପ୍ଟେନ୍ ଆବଶ୍ୟକ ଥିଲା। କିନ୍ତୁ ଥିଲେ ୨,୩୫୭ ଜଣ। ଏହି ସଙ୍କଟକୁ ଦୃଷ୍ଟିରେ ରଖି, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଫେବୃଆରୀ ୧୦ ପର୍ଯ୍ୟନ୍ତ ରାତି ଡ୍ୟୁଟି ନିୟମାବଳୀରେ ଅସ୍ଥାୟୀ ଛାଡ଼ ପ୍ରଦାନ କରିଥିଲା। ଆଗକୁ ଯେହେତୁ ନିୟମ କଡ଼ାକଡ଼ି ହେବ ତେଣୁ କମ୍ପାନୀ ବହୁ ସଂଖ୍ୟାରେ ପାଇଲଟ ନିଯୁକ୍ତି ଦେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି।