ଓଡ଼ିଶା ସୀମାନ୍ତରେ ଏନ୍‌କାଉଣ୍ଟର, ଜଣେ ମାଓବାଦୀ ନିହତ

Published By : Prameya-News7 Bureau | May 03, 2025 IST

ଉମରକୋଟ ୦୩।୦୫ : ଓଡ଼ିଶା ସୀମାନ୍ତ ଗରିଆବନ୍ଦ ଜଙ୍ଗଲରେ ବଡ଼ ଧରଣର ଏନକାଉଣ୍ଟର। ଶୋଭା ଥାନା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା।  ଯେଉଁଥିରେ ଜଣେ ଜଣେ ୟୁନିଫର୍ମ ପିନ୍ଧା ମାଓବାଦୀ ନିହତ ହୋଇଥିବାର ସୂଚନା ମିଳିଛି । ଏହାସହିତ ଘଟଣାସ୍ଥଳରୁ ଗୋଟିଏ SLR ସହ ଅସ୍ତ୍ରଶସ୍ତ୍ର ଏବଂ ଜରୁରୀ ସାମଗ୍ରୀ ଜବତ କରାଯାଇଛି ।

ଗାରିଆବନ୍ଦ ଏସପିଙ୍କ ଅନୁସାରେ , ଜଙ୍ଗଲରେ ସ୍ଥାନୀୟ ପୋଲିସ ସହ ମିଶି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା । ଯେଉଁଥିରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।ପରେ ପୋଲିସର ସର୍ଚ୍ଚ ଅପରେସନରେ ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ମୃତ ମାଓବାଦୀ ଜଣଙ୍କ ୟୁନିଫର୍ମ ପିନ୍ଧିଥିବା ଜଣାପଡିଛି ।  ଏହାସହିତ ଘଟଣାସ୍ଥଳରୁ ଗୋଟିଏ SLR ସହ ଅସ୍ତ୍ରଶସ୍ତ୍ର ଏବଂ ଜରୁରୀ ସାମଗ୍ରୀ ଜବତ କରାଯାଇଛି । ବାକି ଏବେବି ଗାରିଆବନ୍ଦ ପୋଲିସ ଏବଂ ସୁରକ୍ଷା ବାହିନୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.