ସ୍କୁଟିକୁ ଧକ୍କା ଦେଲା ପଶ୍ଚିମବଙ୍ଗ ବିଧାୟକଙ୍କ କାର୍, ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ

Published By : Prameya-News7 Bureau | July 09, 2025 IST

ସୋର ୯।୭: ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନଂ ଜାତୀୟ ରାଜପଥ ଜାମୁଝାଡି ନିକଟରେ ଦୁର୍ଘଟଣା । ପଶ୍ଚିମବଙ୍ଗର ଜଣେ ବିଧାୟକଙ୍କ ଗାଡି ସ୍କୁଟି ଚାଳକଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ପଶ୍ଚିମବଙ୍ଗ ଉତ୍ତର ହାୱରା ବିଧାନସଭା କ୍ଷେତ୍ର ବିଧାୟକ ଗୌତମ ଚୌଧୁରୀ ଓ ତାଙ୍କ ପରିବାର ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି l 

ସୂଚନା ଅନୁସାରେ, ବିଧାୟକ ଗୌତମ ଚୌଧୁରୀ ତାଙ୍କ ସାନ ଭାଇ ଅପୂର୍ବ ସିହ୍ନାଙ୍କ କାର୍ ନେଇ ପୁରୀ ଯାଇଥିଲେ । ସେଠାରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସାରି ଫେରିଲା ବେଳେ ସ୍କୁଟି ସହିତ ତାଙ୍କ କାର୍‌ର ଧକ୍କା ହୋଇଥିଲା l ଫଳରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ବିଧାୟକଙ୍କ ଡ୍ରାଇଭର ଅମୀୟ ସିଂ ରାୟକୁ ଅଟକ ରଖି ତଦନ୍ତ କରୁଛି l   

ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଘର ସୋର ବ୍ଲକ ସାଜନପୁର ଗ୍ରାମର ରାଧାକାନ୍ତ ଲେଙ୍କା । ସେ ବାସୁଦେବପୁର ବିନାୟକପୁର ଉଚ୍ଚ ବିଦ୍ୟାଳୟର ପିଅନ ଭାବେ କାର୍ଯ୍ୟରେ ଯୋଗଦେବା ପାଇଁ ଯାଉଥିଲେ । ଜାମୁଝାଡ଼ି ନିକଟରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି ।

You Can Read:

ଘରୋଇ ପୁଞ୍ଜି ନିବେଶରେ ଦେଶରେ ଏକ ନମ୍ବର ସ୍ଥାନରେ ଓଡ଼ିଶା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.