ଦେଶୀ ମଦ ନେଲା ଜୀବନ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ ଓ ପରିବାର ଲୋକେ

Published By : Prameya-News7 Bureau | July 07, 2025 IST

ଚଣ୍ଡିଖୋଲ: ବିଷାକ୍ତ ମଦ ପିଇ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ପରେ ଉତ୍ତେଜନା। ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ। ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ମାଣ୍ଡୁକା ଗ୍ରାମରେ। 

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ମାଣ୍ଡୁକା ପଞ୍ଚାୟତରେ ଦୀର୍ଘ ଦିନ ଧରି ଚୋରା ଦେଶୀ ମଦ କାରବାର ଚାଲୁଛି। ଆଉ ବିଭିନ୍ନ ସମୟରେ ଦେଶୀ ମଦ ପିଇ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ଏନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ବି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବରଂ ବିପୁଳ ପରିମାଣରେ ଦେଶୀ ମଦ କାରବାର ବଢ଼ି ଚାଲିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ତେବେ ରବିବାର ଏହି ଦେଶୀ ମଦ ପିଇ ମାଣ୍ଡୁକା ଗ୍ରାମର ପ୍ରଶାନ୍ତ ଦଳେଇଙ୍କ ମୃତ୍ୟୁ ହୋଇଛି। ଯାହାକୁ ବିରୋଧରେ କରି କୃଷ୍ଣଦାସପୁର- ରତ୍ନଗିରି ପୂର୍ତ୍ତ ବିଭାଗ ରାସ୍ତାରେ ମୃତଦେହ ରଖି ଅବରୋଧ କରିଛନ୍ତି ପରିବାର ଲୋକେ ଓ ସ୍ଥାନୀୟ ଲୋକେ। ଏହା ସହ ସେମାନେ ମାଣ୍ଡୁକା ପଞ୍ଚାୟତରେ ମଦ କାରବାର ସଂପୂର୍ଣ୍ଣ ବନ୍ଦ କରିବା ସହ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ଦାବି କରିଛନ୍ତି। ଘଟଣାସ୍ଥଳରେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.