ବିଚ୍‌ ରାସ୍ତାରେ ବିଭତ୍ସ ହତ୍ୟା, ୧୬ ଥର ଛୁରାମାଡ଼ରେ ଟଳିପଡ଼ିଲେ ଯୁବକ

Published By : Prameya-News7 Bureau | April 18, 2024 IST

କେନ୍ଦ୍ରାପଡ଼ା: ଯୁବକଙ୍କୁ ବିଭତ୍ସ ହତ୍ୟା । ଥରେ ନୁହେଁ କି’ ଦୁଇ ଥର ନୁହେଁ ୧୬ ଥର ଛୁରିମାଡ଼। କେହି କିଛି ବୁଛିବା ଆଗରୁ ଯନ୍ତ୍ରଣାରେ ଛଟପଟ ହୋଇ ଟଳିପଡ଼ିଲେ ଯୁବକ। ଏଭଳି ଏକ ଛାତିଥରା ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ବଳରାମପୁରରେ ଘଟିଛି। ମୃତକ ହେଲେ ସାରଙ୍ଗ ଗାଁର ଅକ୍ଷୟ ଖଟୁଆ । ସେ ଜଣେ ଏସି ମେକାନିକ୍‌ । 

ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନ ୩ଟା ବେଳେ ଅକ୍ଷୟ ତାଙ୍କ ବନ୍ଧୁ ବଳରାମ ମହାରଣାଙ୍କ ସହ ମାର୍ଶାଘାଇରୁ କାମ ସାରି ଫେରୁଥିଲେ। ଆଉ ଫେରିବା ବାଟରେ ବଳରାମପୁର ହନୁମାନ ମନ୍ଦିର ନିକଟରେ ପାନ କିଣିବା ପାଇଁ ଅଟକିଥିଲେ। ହେଲେ ଠିକ୍‌ ଏହି ସମୟରେ  ଆଦିତ୍ୟ ପ୍ରସାଦ ବେହରା ନାମକ ଜଣେ ସ୍ଥାନୀୟ ଯୁବକ ସେମାନଙ୍କ ଉପରକୁ ଏକ ଧାରୁଆ ଛୁରି ଅତର୍କିତ ଆକ୍ରମଣ କରିଥିଲା।

ଯେଉଁଥିରେ ଆହତ ହୋଇଥିଲେ ଅକ୍ଷୟ ଏବଂ ବଳରାମ। ତେବେ ବଳରାମ ଜୀବନ ବଞ୍ଚାଇବାକୁ ଗାଁ ଭିତରକୁ ଧାଇଁଯାଇଥିବାବେଳେ ଅକ୍ଷୟଙ୍କୁ କିନ୍ତୁ ଉକ୍ତ ଯୁବକଙ୍କ ଆକ୍ରମଣରେ ପ୍ରାୟ ହରାଇଥିଲେ। କୁହାଯାଉଛି, ପ୍ରଥମ ଆକ୍ରମଣରେ ଅକ୍ଷୟ ତଳେ ପଡ଼ିଯାଇଥିଲେ। ଆଉ ତାଙ୍କୁ ବାରମ୍ବାର ଛୁରି ଭୁସି ଚାଲିଥିଲା ଆଦିତ୍ୟ।

ସେପଟେ ବଳରାମ ଗାଁ ଲୋକଙ୍କ ସହ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଲହୁଲୁହାଣ ହୋଇସାରିଥିଲେ ଅକ୍ଷୟ। ତେବେ ଗାଁଲୋକେ ହତ୍ୟାକାରୀକୁ କାବୁ କରିବା ସହ ତାଙ୍କୁ ବାନ୍ଧିନେଇଥିଲେ।ଏହା ସହ ଲୋକେ ଗୁରୁତର ଅବସ୍ଥାରେ ଅକ୍ଷୟଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଅଭିଯୁକ୍ତ ଆଦିତ୍ୟକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । ଅଭିଯୁକ୍ତ ଜଣେ ମାନସିକ ବିକାରଗ୍ରସ୍ତ ବୋଲି କୁହାଯାଉଛି । ପୂର୍ବରୁ ମଧ୍ୟ ଆଦିତ୍ୟ ବିରୋଧରେ ଥାନାରେ ଅଭିଯୋଗ ହୋଇଥିବା କହିଛନ୍ତି ସ୍ଥାନୀୟ ଲୋକେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.