କଳାହାଣ୍ଡି ୭।୭: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ବୋଡେନରୁ ଦାବ୍ରିପଦର ଯିବା ରାସ୍ତା ମଝିରେ ଦୁର୍ଘଟଣା । ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ତରାପୁର ଗ୍ରାମର ପୁଳସ୍ୟ ଚଣ୍ଡି ବୋଲି ସୂଚନା ମିଳିଛି । ତେବେ ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସରେ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଖବର ପାଇ ଧର୍ମଗଡ ପୋଲିସ ସମେତ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି l
You Can Read:
ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ପର୍ଯ୍ୟଟକଙ୍କ ଗାଡ଼ି : ଉଦ୍ଧାରକାରୀ ଯୁବକଙ୍କ ମୃତ୍ୟୁ, ୬ ପର୍ଯ୍ୟଟକ ଗୁରୁତର