ଶୌଚ ପାଇଁ ଯାଉଥିବା ବେଳେ ଆକ୍ରମଣ କଲା ଭାଲୁ : ଜଣେ ଗୁରୁତର, ଜଣେ ଆହତ

Published By : Prameya-News7 Bureau | May 22, 2024 IST

କରଞ୍ଜିଆ ୨୨।୫: ଭାଲୁ ଆକ୍ରମଣରେ ଜଣେ ଗୁରୁତର ଜଣେ ଆହତ । ଏପରି ଏକ ଅଘଟଣ ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଖଡ଼ିଦମକ ଗାଁରୁ । 

ସୂଚନାଯୋଗ୍ୟ ଯେ, ଗ୍ରାମର ଟଙ୍ଗ ହୋ ଏବଂ ନିକଟ ଡୁମ୍ବୁରଡିହା ଗ୍ରାମର ମୋରା ହୋ ନାମକ ଦୁଇ ଜଣ ବ୍ୟକ୍ତି ନିକଟ ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ହଠାତ ଦୁଇଟି ଭାଲୁ ସହିତ ମୁହାଁମୁହିଁ ହୋଇଥିଲେ । ତେବେ ଦୁଇଟି ଭାଲୁ ଦୁଇ ଜଣକୁ ଅତର୍କିତ ଆକ୍ରମଣ କରିବା ଯୋଗୁଁ ଟଙ୍ଗ ହୋ ଗୁରୁତର ହୋଇଥିବା ବେଳେ ମୋରା ହୋ ଆହତ ହୋଇ ଠାକୁରମୁଣ୍ଡା ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରୁ ଗାଁ ଲୋକେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ତେବେ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଜଣେ ଆହତ ଥିବା ସୂଚନା ମିଳିଛି । ଖବର ପାଇ ଠାକୁରମୁଣ୍ଡା ବନ ବିଭାଗ ଘଟଣାସ୍ଥଳକୁ ଯାଇ ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଥିବା ଜଣାପଡିଛି ।

You Can Read :

ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ, ୨୩ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.