ପାଟଣାଗଡ଼ ୧୧।୪: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବନ ବିଭାଗକୁ ମିଳିଲା ଏକ ବଡ ସଫଳତା । କଲରା ପତରିଆ ବାଘ ଚମଡା ବିକ୍ରି ପାଇଁ ଚାଲିଥିବା ମସୁଧା । ଏହି ସମୟରେ ଜଣକୁ ଗିରଫ କରିବା ସହ ବାଘ ଚମଡା ଜବତ କଲା ବନ ବିଭାଗ ।
ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ତେଲେନପାଲି ପଞ୍ଚାୟତ ଯମୁନାପାଲି ଗାଁର ସର୍ଗିପଡାର କୈଳାଶ କଠାରଙ୍କ ଘରେ ବାଘ ଚମଡା ବିକ୍ରି ପାଇଁ ମସୁଧା ଚାଲୁଥିଲା । ଖପ୍ରାଖୋଲ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଏହି ଘରେ ଚଢାଉ କରି ଚମଡା ଜବତ କରିଥିବା ବେଳେ କୈଳାଶକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଜବତ ଚମଡା ୪ ଫୁଟ ୮ ଇଞ୍ଚ ଲମ୍ବ ଥିବା ବେଳେ ୧ ଫୁଟ ୮ ଇଞ୍ଚ ଚଉଡା ଥିବା ଜଣାଯାଇଛି । ତେବେ ବନ ବିଭାଗର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
You Can Read:
ମୂଷା ମାରିବାକୁ ଅଙ୍ଗନଓ୍ବାଡି ଦିଦି ରଖିଥିବା କୀଟନାଶକ ଖାଇଦେଲେ ୬ ଶିଶୁ, ଡାକ୍ତରଖାନାରେ ଭର୍ତ୍ତି