ବ୍ରହ୍ମପୁର: ବିସ୍ତୃତ ମାସିକ ମୁଦ୍ରା ନିବେଶ ଯୋଜନା ମାଧ୍ୟମରେ ଆବାସିକ ପ୍ଲଟ ଦେବାକୁ କହି ୨୦୦ ଜଣକ ଠାରୁ ୫ କୋଟିରୁ ଅଧିକ ଟଙ୍କା ହଡ଼ପ ଘଟଣାରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଗିରଫ କରିଛି। ଘଟଣା ଘଟିଛି ବ୍ରହ୍ମପୁରରେ। ଲାଞ୍ଜିପାଲି ଅଞ୍ଚଳର ଏ. ସନ୍ତୋଷ କୁମାର ପାତ୍ର ଗୋଷାଣୀନୂଆଗାଁ ଥାନାରେ ଠକେଇର ଶିକାର ହୋଇଥିବା ନେଇ ଏକ ଲିଖିତ ଏତଲା ଦେଇଥିଲେ।
ଅଭିଯୋଗ ଅନୁସାରେ ସନ୍ତୋଷ ଗୋଷାଣୀନୂଆଗାଁରେ ଥିବା ସାଧ୍ୱୀ କନଷ୍ଟ୍ରକ୍ସନ ଆଣ୍ଡ ଲଜିଷ୍ଟିକ୍ସରେ ଜଣେ ଆକାଉଣ୍ଟାଣ୍ଟ ଏବଂ ମାର୍କେଟିଂ ଏଜେଣ୍ଟ ଭାବରେ କାମ କରୁଥିଲେ। ଏହି ସଂସ୍ଥାର ମାଲିକ ଚେତନ କୁମାର ଚୌଧୁରୀଙ୍କ କହିବା ଅନୁସାରେ ସେ ଏବଂ ଅଫିସର କର୍ମଚାରୀମାନେ ଅନ୍ୟ ଅଫିସ କର୍ମଚାରୀ ଏବଂ ଲୋକଙ୍କୁ ‘ମାସିକ ଟଙ୍କା ନିବେଶରେ ପ୍ଲଟ’ ସ୍କିମ ବିଷୟରେ କହିଥିଲେ। ଫଳରେ ଅନେକ ଏଥିରେ ନିବେଶ କରିଥିଲେ। ଯେଉଁମାନେ ନିବେଶ କରିଥିଲେ ସେମାନେ ଟଙ୍କା ମାସିକ କିସ୍ତି ସନ୍ତୋଷ ଏବଂ ଅନ୍ୟ କର୍ମଚାରୀଙ୍କୁ ବ୍ୟକ୍ତିଗତ ଭାବରେ ପଠାଉଥିଲେ। ଆଉ ପରେ ଏହି ନିବେଶ ଟଙ୍କାଙ୍କୁ ଅଫିସ୍ ମାଲିକ ଚେତନ କୁମାର ଚୌଧୁରୀ ସେମାନଙ୍କ ଠାରୁ ନେଇଥିଲେ।
ତେବେ ୨୦୧୯ ଅଗଷ୍ଟରେ ଆରମ୍ଭ ହୋଇଥିବା ଏହି ସ୍କିମ ୨୦୨୧ ସେପ୍ଟମ୍ବରରେ ସରିବାର ଥିଲା। ହେଲେ ମ୍ୟାଚୁରିଟି ସମୟ ଆସିବାବେଳେକୁ ସନ୍ତୋଷ ଏବଂ ଅନ୍ୟ କର୍ମଚାରୀଙ୍କୁ ଆଉ ଜମା ଗ୍ରହଣ କରିବାକୁ ମନା କରାଗଲା। ଏଭଳି ନକରିବାରୁ ଚେତନ କୁମାର ଚୌଧୁରୀଙ୍କଠାରୁ ଧମକ ଦେଉଥିଲେ। ମଧ୍ୟ ମିଳୁଥିଲା ବୋଲି ଅଭିଯୋଗ ହୋଇଛି।
ସେପଟେ ଟଙ୍କା ଜମା କରିଥିବା ଗ୍ରାହକମାନେ ଟଙ୍କା ରସିଦ ଧରି ଆସିଥିଲେ ଏବଂ ସେମାନଙ୍କର ଜମି ଦାବି କରିଥିଲେ। ମାତ୍ର ଚେତନ କୁମାର ଚୌଧୁରୀ ଅଭିଯୋଗ କରିଥିଲେ ଯେ, ଜାରି ହୋଇଥିବା ରସିଦଗୁଡ଼ିକ ନକଲି । ଆକାଉଣ୍ଟିଂ ବହି ସମ୍ପର୍କିତ ସମସ୍ତ ରେକର୍ଡ ଚେତନ କୁମାର ଚୌଧୁରୀଙ୍କ ହେପାଜତରେ ଥିଲା।
ତେବେ ଏସବୁରେ ସନ୍ତୋଷଙ୍କ ଅଭିଯୋଗକ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।ଆଉ ଚେତନ କୁମାର ଚୌଧୁରୀ ଏକ ବିସ୍ତୃତ ମାସିକ ମୁଦ୍ରା ନିବେଶ ଯୋଜନା ମାଧ୍ୟମରେ ଆବାସିକ ପ୍ଲଟ ଦେବା ବାହାନାରେ ୨୦୦ ଜଣ ଗ୍ରାହକଙ୍କଠାରୁ ୫ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଜଣାପଡ଼ିଥିଲା। ଆଉ ଶେଷରେ ରବିବାର ଅଭିଯୁକ୍ତକୁ ଗିରଫ କରାଯାଇଛି। ଚେତନ କୁମାର ଚୌଧୁରୀ ବିରୋଧରେ ଗୋଷାଣୀନୂଆଗାଁ ଥାନା ଏବଂ ବଡ଼ବଜାର ଥାନାରେ ମଧ୍ୟ ଫୌଜଦାରୀ ମାମଲା ରୁଜୁ ହୋଇଥିବା ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି।